Bull: ରାଜକୀୟ ଚାଲି ପାଇଁ ସାରା ବିଶ୍ଵରେ ପରିଚିତ କାଂକ୍ରେଜ୍ ଷଣ୍ଢ

Advertisment

ବିଶେଷ ଲାୟର୍ ଆକୃତିର ଶିଙ୍ଗ। ଦୃଢ଼ ଓ ସନ୍ତୁଳିତ ଶରୀର। ମୁଖମଣ୍ଡଳ ଶାନ୍ତ ଅଥଚ ଚାହାଣୀରେ ନିଆରା ଅନ୍ଦାଜ୍। ‘ସୱାଇ ଚାଲ୍’ ବା ରାଜକୀୟ ଚାଲି ପାଇଁ ସାରା ବିଶ୍ଵରେ ପରିଚିତ କାଂକ୍ରେଜ୍ ଷଣ୍ଢକୁ ଦେଖିବା ପାଇଁ ଜନତା ମୈଦାନରେ ଅଭୂତପୂର୍ବ କୌତୁହଳ ଦେଖିବାକୁ ମିଳିଛି।

ବିଶେଷ ଲାୟର୍ ଆକୃତିର ଶିଙ୍ଗ। ଦୃଢ଼ ଓ ସନ୍ତୁଳିତ ଶରୀର। ମୁଖମଣ୍ଡଳ ଶାନ୍ତ ଅଥଚ ଚାହାଣୀରେ ନିଆରା ଅନ୍ଦାଜ୍। ‘ସୱାଇ ଚାଲ୍’ ବା ରାଜକୀୟ ଚାଲି ପାଇଁ ସାରା ବିଶ୍ଵରେ ପରିଚିତ କାଂକ୍ରେଜ୍ ଷଣ୍ଢକୁ ଦେଖିବା ପାଇଁ ଜନତା ମୈଦାନରେ ଅଭୂତପୂର୍ବ କୌତୁହଳ ଦେଖିବାକୁ ମିଳିଛି।

Untitled-18.jpg

ଭୁବନେଶ୍ଵର: ବିଶେଷ ଲାୟର୍ ଆକୃତିର ଶିଙ୍ଗ। ଦୃଢ଼ ଓ ସନ୍ତୁଳିତ ଶରୀର। ମୁଖମଣ୍ଡଳ ଶାନ୍ତ ଅଥଚ ଚାହାଣୀରେ ନିଆରା ଅନ୍ଦାଜ୍। ‘ସୱାଇ ଚାଲ୍’ ବା ରାଜକୀୟ ଚାଲି ପାଇଁ ସାରା ବିଶ୍ଵରେ ପରିଚିତ କାଂକ୍ରେଜ୍ ଷଣ୍ଢକୁ ଦେଖିବା ପାଇଁ ଜନତା ମୈଦାନରେ ଅଭୂତପୂର୍ବ କୌତୁହଳ ଦେଖିବାକୁ ମିଳିଛି। ପ୍ରତିକୂଳ ପରିବେଶରେ ଖାପଖୁଆଇବାର ଦକ୍ଷତା ରଖୁଥିବା ଏହି ପ୍ରଜାତି ଉଚ୍ଚ ପ୍ରଜନନ କ୍ଷମତା, ରୋଗ ପ୍ରତିରୋଧକ ଶକ୍ତି ଏବଂ ଦୀର୍ଘ କାର୍ଯ୍ୟଜୀବନ ପାଇଁ ଗୋପାଳକ ଓ ପ୍ରାଣିପାଳକଙ୍କ ମଧ୍ୟରେ ବିଶେଷ ଲୋକପ୍ରିୟତା ଅର୍ଜନ କରିଛି। 

ଆହୁରି ପଢ଼ନ୍ତୁ: Entry to Maghamela may be banned: ମାଘମେଳାକୁ ପ୍ରବେଶ ନିଷିଦ୍ଧ କରାଯାଇପାରେ; ଅବିମୁକ୍ତେଶ୍ବରାନନ୍ଦଙ୍କୁ ମାଘମେଳା ପ୍ରଶାସନ ଦେଲା ଆଉ ଏକ ଚେତାବନୀ

ଭାରତର ସବୁଠାରୁ ଭାରି ପ୍ରଜାତିର ଗୋରୁ ଭାବେ ଏହାର ଅନନ୍ୟ ପରିଚୟ ରହିଛି।  ଏହାର ବୟସ ଏବେ ୫ ବର୍ଷ, ଓଜନ ୭ କୁଇଣ୍ଟାଲ ଏବଂ ଉଚ୍ଚତା ୫ ଫୁଟ ୬ ଇଞ୍ଚ।  ଦୈନିକ ଖାଦ୍ୟରେ ସବୁଜ ଘାସ, ମୁଗ, ପିଡ଼ିଆ, ଗହମ ଚୁନା, ଗୋଖାଦ୍ୟ, ଚଣା, ଚାଉଳ, ଭୁଷି ଆଦି ଦିଆଯାଇଥାଏ। ଖାଦ୍ୟ ବାବଦକୁ ମାସିକ ପ୍ରାୟ ୪୦,୦୦୦/- ଟଙ୍କା ଖର୍ଚ୍ଚ ହେଉଛି। ଗୁଜୁରାଟର କାଂକ୍ରେଜ୍ ଅଞ୍ଚଳରେ ଏହି ପ୍ରଜାତିର ଗୋରୁ ଦେଖାଯାଆନ୍ତି। ଭାରତୀୟ ଦେଶୀ ଗୋ ପ୍ରଜାତିମାନଙ୍କ ମଧ୍ୟରେ କାଙ୍କରେଜ ଷଣ୍ଢର ନିଆରା ସୁନାମ ରହିଛି। 

ଆହୁରି ପଢ଼ନ୍ତୁ: Mohan Charan Majhi: କୃଷି ଉତ୍ପାଦନ ବୃଦ୍ଧି ପାଇଁ ଜଳସେଚନର ଆବଶ୍ୟକତା ରହିଛି: ମୁଖ୍ୟମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe