Ladhei: ‘ଲଢ଼େଇ’କୁ ମିଳିଲା ‘ଏ’ ସାର୍ଟିଫିକେଟ

ସେନ୍‌ସର ସାର୍ଟିଫିକେଟ ନ ମିଳିବା କାରଣରୁ ନିର୍ଦ୍ଧାରିତ ତାରିଖରେ ଓଡ଼ିଆ ସିନେମା ‘ଲଢ଼େଇ’ ମୁକ୍ତିଲାଭ କରିପାରି ନଥିଲା। ନିର୍ମାତା, ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି କଳାକାର...

Untitled-9

ଭୁବନେଶ୍ବର: ସେନ୍‌ସର ସାର୍ଟିଫିକେଟ ନ ମିଳିବା କାରଣରୁ ନିର୍ଦ୍ଧାରିତ ତାରିଖରେ ଓଡ଼ିଆ ସିନେମା ‘ଲଢ଼େଇ’ ମୁକ୍ତିଲାଭ କରିପାରି ନଥିଲା। ନିର୍ମାତା, ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି କଳାକାର, ଟେକ୍‌ନିସିଆନ୍‌ ଓ ଦର୍ଶକମାନେ ବେଶ୍‌ ନିରୁତ୍ସାହିତ ହୋଇଥିଲେ। ହେଲେ ଏବେ ଡିସେମ୍ବର ୩୧ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ଚଳଚ୍ଚିତ୍ର ‘ଲଢ଼େଇ’। ଚଳଚ୍ଚିତ୍ରକୁ ସେନ୍ସର ପକ୍ଷରୁ ଏ ସାର୍ଟିଫିକେଟ୍‌ ମିଳିସାରିଛି ବୋଲି ପ୍ରଯୋଜନା ସଂସ୍ଥା ଡିଆର୍‌ଏସ୍‌ ଏଣ୍ଟର୍‌ପ୍ରାଇଜେସ୍‌ ପକ୍ଷରୁ ପୁନର୍ବାର ଘୋଷଣା କରାଯାଇଛି।

Intellectual discussions: ବୌଦ୍ଧିକ ଚର୍ଚ୍ଚା ଓ ପୁସ୍ତକ କିଣାରେ କଟୁଛି ସନ୍ଧ୍ୟା


ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଆୟୋଜିତ ଏକ ଉତ୍ସବରେ ଜୀବନ ସଂଗ୍ରାମରେ ଅହରହ ଲଢ଼େଇ କରିଆସିଥିବା ୨୫ ଜଣ ଦିବ୍ୟାଙ୍ଗଙ୍କୁ ୨୫ଟି ଇଭି ସ୍କୁଟର ପ୍ରଦାନ ସହ ଏହା ଘୋଷଣା କରାଯାଇଛି। ଏହି ଅବସରରେ ଚଳଚ୍ଚିତ୍ରର ନିର୍ମାତା ଦେବାଶିଷ ପଟ୍ଟନାୟକ, ନିର୍ଦ୍ଦେଶକ ଅଶୋକ ପତି,  ନାୟକ ଲୋହିତାକ୍ଷ, ଅଭିନେତା କେ.କେ, ଉଦିତ ଗୁରୁ, ସ୍ମିତା ଚୌଧୁରୀ ଓ ଅଶୋକ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

Akshay's auto: ରୋଗୀ ବୁହାଉଛି ଅକ୍ଷୟଙ୍କ ଅଟୋ ‌ସେବା ଆଗ, ବେପାର ପଛ


ଏହି ଚଳଚ୍ଚିତ୍ର ଜରିଆରେ ନବାଗତ ନାୟକ ଲୋହିତାକ୍ଷ ଚିତ୍ର ଜଗତରେ ପଦାର୍ପଣ କରୁଛନ୍ତି। ଜବରଦସ୍ତ ଲୁକ୍‌ ଓ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ୍‌ ସହିତ ଫିଲ୍ମରେ ନଜର ଆସିବେ ଲୋହିତକ୍ଷ। ଅଶୋକ ପତିଙ୍କ ନିର୍ଦ୍ଦେଶିତ ତଥା ଦେବାଶିଷ ପଟ୍ଟନାୟକଙ୍କ ପ୍ରଯୋଜିତ ‘ଲଢ଼େଇ’ରେ ତାଙ୍କ ବିପକ୍ଷରେ ନାୟିକା ସାଜୁଛନ୍ତି ନବାଗତା ଅଭିଲିପ୍ସା।  ‘ଲଢ଼େଇ’ ଏକ ବଳିଷ୍ଠ, ମୌଳିକ ଓ ଭିନ୍ନ ଧରଣର କଥାବସ୍ତୁ ଉପରେ ପର୍ଯ୍ୟବେସିତ। ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ଭରଦ୍ୱାଜ ପଣ୍ଡା। ଦୃଶ୍ୟଗ୍ରହଣରେ ଅଛନ୍ତି କୁଲଡି। ଅନ୍ୟାନ୍ୟ ଚରିତ୍ରରେ ପ୍ରୀତିରଞ୍ଜନ, କେ କେ, ବିଭାସ, ଉଦିତ ଗୁରୁ, ସୋମେଶ, ମଧୁ, ସ୍ମିତା ଚୌଧୁରୀ, ମନୋଜ ଦଣ୍ଡପାଟ୍ଟ,  ରାଜଲକ୍ଷ୍ମୀ ଡାକୁଆ, ରବି ନାରାୟଣ ବେହେରା, ସୁଶାନ୍ତ, ରାଜଲକ୍ଷ୍ମୀ ମହାପାତ୍ର ଓ ଅଶୋକ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିବ। ଏହାର ସଙ୍ଗୀତ ଦେଇଛନ୍ତି ପସନ୍ଦ ଗୌରବ ଆନନ୍ଦ ଓ ସୋମେଶ ଶତପଥୀ। ନିର୍ମଳ ନାୟକ, ବାପୁ ଗୋସ୍ୱାମୀ ଓ ଜେ. ପି ୱାର୍ଡସ୍ମିଥଙ୍କ ଦ୍ୱାରା ରଚିତ ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି  କୁଲଦୀପ ପଟ୍ଟନାୟକ, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟଂ ପ୍ରଭାସ ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ, ସୌରଭ ଭରଦ୍ୱାଜ, ଗୌରବ ଆନନ୍ଦ ଓ ସୋମେଶ ଶତପଥୀ ପ୍ରମୁଖ ସମସ୍ତ ଆଗଧାଡ଼ିର କଣ୍ଠଶିଳ୍ପୀ।  ରାପର ଆଡିକ୍ସନଙ୍କ ଦ୍ୱାରା ଶୀର୍ଷକ ଗୀତରେ ଏକ ଚମତ୍କାର ରାପ୍‌ ମଧ୍ୟ ସଂଯୋଜିତ ହୋଇଛି। ଚଳଚ୍ଚିତ୍ରରେ ସମୁଦାୟ ୪ଟି ଗୀତ ସ୍ଥାନିତ ହୋଇଛି।  ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି  ଅମିତ। ‘ଲଢ଼େଇ’ ସାରା ଓଡ଼ିଶାରେ ପାଖାପାଖି ୫୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଥିବା ବେଳେ ରାଜ୍ୟ ବାହାରେ ମୁମ୍ବାଇ, ଗୋଆ, ପୁନେ, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ମଧ୍ୟ ମୁକ୍ତିଲାଭ କରିବାର ଯୋଜନା ରହିଛି। ବିତରଣ ଦାୟିତ୍ୱ ବହନ କରିଛନ୍ତି ପ୍ରକାଶ ଫିଲ୍ମସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe