ଭୁବନେଶ୍ୱର: ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ତରଫରୁ ଏଣିକି ପ୍ରତି ମାସର ପ୍ରଥମ ଶନିବାର ବିଡିଏଠାରୁ ଘର, ଜମି ନେଇଥିବା ହିତାଧିକାରୀଙ୍କ ପାଇଁ ସ୍ବତନ୍ତ୍ର ଅଭିଯୋଗ ଶୁଣାଣି ହେବ। ଏହା ବିଡିଏ ମୁଖ୍ୟ କାର୍ଯ୍ୟାଳୟର ପ୍ରଥମ ମହଲାରେ ଥିବା ସମ୍ମିଳନୀ କକ୍ଷରେ ଶନିବାର ପୂର୍ବାହ୍ଣ ସାଢ଼େ ୧୧ଟାରେ ଅନୁଷ୍ଠିତ ହେବ। ବିଡିଏ ଉପାଧ୍ୟକ୍ଷ ଏହି ଜନଶୁଣାଣିରେ ସେହି ବର୍ଗର ଲୋକଙ୍କ ପ୍ରତ୍ୟକ୍ଷ ଅଭିଯୋଗ ଶୁଣିବେ। ଲୋକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ପ୍ରଶାସନିକ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ପାଇଁ ବିଡିଏ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। 

Advertisment

New Year: ନୂଆବର୍ଷକୁ ଚାରିଆଡ଼େ ସ୍ବାଗତ, ଜଗା ଦର୍ଶନ ପାଇଁ ବଡ଼ଦାଣ୍ଡରେ ଭିଡ଼

ବିଡିଏ ପକ୍ଷରୁ କୁହାଯାଇଛି, ଏହି ଅଭିଯୋଗ ଶୁଣାଣି ମୁଖ୍ୟତଃ ଟାସ୍କ ଫୋର୍ସର ତଦନ୍ତ ରିପୋର୍ଟ, ଜେନେରାଲ ଆଡ୍‌ମିନିଷ୍ଟ୍ରେସନ(ଜିଏ) ଅଡିଟ୍ ରିପୋର୍ଟ ଓ ଆଲଟ୍‌ମେଣ୍ଟ ଶାଖା ଦ୍ୱାରା ପରିଚାଳିତ ସମ୍ପତ୍ତି ସମ୍ପର୍କିତ ମାମଲା ଉପରେ ରହିବ।  ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା ନାଗରିକଙ୍କ ଅଭିଯୋଗର ଶୀଘ୍ର ସମାଧାନ ଓ ସେବାକୁ ତ୍ବରାନ୍ବିତ କରିବା ଉପରେ ବିଶେଷ ଗୁରୁତ୍ବ ଦେଉଛନ୍ତି। ସେ ପୂର୍ବରୁ ପ୍ରଥମ କରି ପ୍ଲାନିଂ ଶାଖାର ଅଭିଯୋଗ ଶୁଣାଣି ଆରମ୍ଭ କରିଥିଲେ। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ବହୁଦିନରୁ ଅଟକି ରହିଥିବା ମାମଲାଗୁଡ଼ିକ ଶୀଘ୍ର ସମାଧାନ କରିବା ଓ ନାଗରିକଙ୍କ ସହିତ ଉତ୍ତମ ସମନ୍ୱୟ ରକ୍ଷା କରିବା। ତାଙ୍କ ନିର୍ଦ୍ଦେଶରେ ବିଡିଏର ପ୍ଲାନିଂ ସମ୍ପର୍କିତ ଅଭିଯୋଗ ଶୁଣାଣି ଏବେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ସହ ମିଳିତ ଭାବେ ବିଏମ୍‌ସି ମୁଖ୍ୟାଳୟରେ ହେଉଛି। ଏହି ଜନଶୁଣାଣି ପ୍ରତି ମାସର ପ୍ରଥମ ଶନିବାର ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ପ୍ଲାନିଂ ସଦସ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେଉଛି। ମାସିକ ଶୁଣାଣି ବାଦ୍‌ ବିଡିଏ, ବିଏମ୍‌ସି ଓ ଭୁବନେଶ୍ବର ସ୍ମାର୍ଟ ସିଟି ସମସ୍ୟା ସମ୍ପର୍କିତ ଏକ ମିଳିତ ସାପ୍ତାହିକ ଜନଶୁଣାଣି ପ୍ରତି ସୋମବାର ପୂର୍ବାହ୍ଣ ସାଢ଼େ ୧ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ବିଏମ୍‌ସି ମୁଖ୍ୟାଳୟରେ ଅନୁଷ୍ଠିତ ହେଉଛି।

Accident: ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ; ଅଧୁରା ରହିଲା ଜଗାଦର୍ଶନ, ବାହାଘର