Advertisment

Manoj Das's : ‘ମନୋଜ ଦାସଙ୍କ ରଚନାରେ ଥାଏ ଅଦମ୍ୟ ପରିପକ୍ୱତା’

Advertisment

‘ମନୋଜ ଦାସଙ୍କ ପ୍ରତିଟି ରଚନାରେ ଅଦମ୍ୟ ପରିପକ୍ୱତା ରହିଛି। ସମକାଳୀନ କୌଣସି ଗାଳ୍ପିକ ସେ ଜାଗାକୁ ପହଞ୍ଚି ପାରିବା ଭଳି ଅନୁଭୂତ ହୁଏ ନାହିଁ। ତାଙ୍କ ଗଳ୍ପରେ ଭାବନିଷ୍ଠତା ବାନ୍ଧି ହୋଇ....

‘ମନୋଜ ଦାସଙ୍କ ପ୍ରତିଟି ରଚନାରେ ଅଦମ୍ୟ ପରିପକ୍ୱତା ରହିଛି। ସମକାଳୀନ କୌଣସି ଗାଳ୍ପିକ ସେ ଜାଗାକୁ ପହଞ୍ଚି ପାରିବା ଭଳି ଅନୁଭୂତ ହୁଏ ନାହିଁ। ତାଙ୍କ ଗଳ୍ପରେ ଭାବନିଷ୍ଠତା ବାନ୍ଧି ହୋଇ....

Untitled-3

ଭୁବନେଶ୍ୱର: ‘ମନୋଜ ଦାସଙ୍କ ପ୍ରତିଟି ରଚନାରେ ଅଦମ୍ୟ ପରିପକ୍ୱତା ରହିଛି। ସମକାଳୀନ କୌଣସି ଗାଳ୍ପିକ ସେ ଜାଗାକୁ ପହଞ୍ଚି ପାରିବା ଭଳି ଅନୁଭୂତ ହୁଏ ନାହିଁ। ତାଙ୍କ ଗଳ୍ପରେ ଭାବନିଷ୍ଠତା ବାନ୍ଧି ହୋଇ ରହିଛି। ମଣିଷର ଦୁଃଖ ଜର୍ଜରିତ କାହାଣୀକୁ ସ୍ଥାନ ଦେବାରେ ସେ ଓସ୍ତାଦ୍‌ ଥିଲେ। ନାରୀ ହେଉ କି ପୁରୁଷ, ରାଜା ହେଉ କି ପ୍ରଜା, ସମସ୍ତେ ମନୋଜଙ୍କ ଲେଖାରେ ସ୍ଥାନ ପାଇଥାନ୍ତି‘ ବୋଲି କଥାକାର ଆଦିକନ୍ଦ ସାହୁ କହିଛନ୍ତି।। ମନୋଜ ଦାସ ସ୍ମୃତି ସଂସଦ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ଗୀତଗୋବିନ୍ଦ ସଦନରେ ଆୟୋଜିତ ମନୋଜ ଦାସ ଜୟନ୍ତୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ସାହୁ କହିଥିଲେ ଯେ ମନୋଜ ଦାସଙ୍କ ସାହିତ୍ୟରେ ବାର୍ତ୍ତା ଥାଏ ଯେ ମଣିଷ ଜୀବନ ସୁନ୍ଦର, କିନ୍ତୁ ଜିଇଁବା କଷ୍ଟକର। ଏବେ ତରୁଣମାନେ ରୁଚିହୀନ କଥା ଲେଖୁଛନ୍ତି, ଯାହା କ୍ଷମଣୀୟ ନୁହେଁ ବୋଲି ସେ କହିଥିଲେ।

Police DG: ପୁଲିସ ଡିଜିଙ୍କ ସମୀକ୍ଷା ବୈଠକ: ହୋଲି, ଇଦ୍‌, ରାମନବମୀ ପାଇଁ ପୁଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ

 କଥାକାର ଯଶୋଧାରା ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ମନୋଜ ଦାସ ତାଙ୍କ ଲେଖାରେ ପ୍ରେମ ସହ ମୃତ୍ୟୁକୁ ମଧ୍ୟ ଯୋଡିଥାନ୍ତି। ପ୍ରେମର ପରିଣତି ସହ ମୃତ୍ୟୁର ପାଖାପାଖିକୁ ଏକାଠି କରିଥାନ୍ତି। ତାଙ୍କର କୌଣସି ଲେଖାରେ ପ୍ରେମିକ, ପ୍ରେମିକା ମିଳନ ହୋଇନଥାଏ। ମନୋଜ ଦାସଙ୍କ ଗଳ୍ପର କାହାଣୀ ହିଁ ପାଠକଙ୍କୁ ଶେଷଯାଏ ବାନ୍ଧି ରଖେ। ତାଙ୍କର ଶୈଳୀରେ କୌଣସି ଲୋକପ୍ରିୟ ଧାରା ନଥିଲା। ସେ ନିଜର ଏକ ସ୍ବତନ୍ତ୍ରଧାରା ତିଆରି କରିଥିଲେ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ପବିତ୍ର ମୋହନ ଦାଶ ଯୋଗଦେଇ କହିଲେ ମନୋଜ ଦାସ ଜଣେ ପୂର୍ଣ୍ଣାଙ୍ଗ ସତ୍ତା। ତାଙ୍କ ଲେଖାରେ ସ୍ୱାଧୀନତା ପରବର୍ତ୍ତୀକାଳୀନ ମନୋଭାବ ପ୍ରତିଫଳିତ ହୋଇଛି।

Anganwadi centre: ଅଙ୍ଗନବାଡ଼ି କେନ୍ଦ୍ର ଉପରେ ଗଛପଡ଼ି ୨ ଶିଶୁ ଆହତ

ନଥିବା କଥାକୁ ନେଇ ଗଳ୍ପ ବନେଇବାର କଳାତ୍ମକତା ମନୋଜଙ୍କ ପାଖରେ ଥିଲା ବୋଲି ସେ କହିଥିଲେ। ସଂସଦର ସଭାପତି ଅଧ୍ୟାପକ ବିଶ୍ୱରଞ୍ଜନ ଯୋଗଦେଇ ମନୋଜଙ୍କୁ ଭଲ ପାଉଥିବା ଲୋକ ବହୁତ ବୋଲି କହିଥିଲେ। ଏହି ଅବସରରେ ଇତି ସାମନ୍ତଙ୍କ ସଙ୍କଳିତ କାଦମ୍ବିନୀ ପ୍ରକାଶିତ ‘ମନୀଷୀ ମନୋଜ’ ପୁସ୍ତକ ଲୋକାର୍ପିତ ହୋଇଥିଲା। ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଚନ୍ଦ୍ରଶେଖର ହୋତା, ମନୋଜ ଦାସ ସ୍ମୃତି ସଂସଦ ସମ୍ପାଦକ ଗୌତମବୁଦ୍ଧ ଦାସ ବକ୍ତବ୍ୟ ରଖିଥିବା ବେଳେ ସଂସଦର କାର୍ଯ୍ୟନିର୍ବାହୀ ସମ୍ପାଦକ ସରୋଜ ବଳ କାର୍ଯ୍ୟକ୍ରମ ପରିଚାଳନା  କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe