Modern toilet: ପାହାଳରେ ଅତ୍ୟାଧୁନିକ ଶୌଚାଳୟ ଉଦ୍‌ଘାଟିତ

Advertisment

ବିଏମ୍‌ସି ପକ୍ଷରୁ ୪ ନମ୍ବର ୱାର୍ଡ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ପାହାଳଠାରେ ଏକ ୫ ସିଟ୍ ବିଶିଷ୍ଟ ଅତ୍ୟାଧୁନିକ ଶୌଚାଳୟ ଆଜି ଉଦ୍‌ଘାଟିତ ହୋଇଯାଇଛି। ପାହାଳ.....

ବିଏମ୍‌ସି ପକ୍ଷରୁ ୪ ନମ୍ବର ୱାର୍ଡ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ପାହାଳଠାରେ ଏକ ୫ ସିଟ୍ ବିଶିଷ୍ଟ ଅତ୍ୟାଧୁନିକ ଶୌଚାଳୟ ଆଜି ଉଦ୍‌ଘାଟିତ ହୋଇଯାଇଛି। ପାହାଳ.....

Untitled-3

ବାଲିଅନ୍ତା ବଜାର: ବିଏମ୍‌ସି ପକ୍ଷରୁ ୪ ନମ୍ବର ୱାର୍ଡ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ପାହାଳଠାରେ ଏକ ୫ ସିଟ୍ ବିଶିଷ୍ଟ ଅତ୍ୟାଧୁନିକ ଶୌଚାଳୟ ଆଜି ଉଦ୍‌ଘାଟିତ ହୋଇଯାଇଛି। ପାହାଳ ରସଗୋଲା ବଜାରରେ ଦୈନିକ ହଜାର ହଜାର ଲୋକଙ୍କର ସମାଗମ ହେଉଛି।

AI should be human-centric: ‘ମାନବ ଦର୍ଶନ’ ଉପସ୍ଥାପନ କଲେ ମୋଦୀ: ‘ଏଆଇ ମାନବକୈନ୍ଦ୍ରିକ ହେଉ’

Budget today: ୨୦୨୬-୨୭ ଆର୍ଥିକ ବର୍ଷ: ବଜେଟ୍‌ ଆଜି

 ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟି‌ରେ ରଖି ଏହି ଶୌଚାଳୟ ବ୍ୟବସ୍ଥା କରାଯାଇଛି, ଯେଉଁଠି ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି। ଏଠାରେ ନାପକିନ୍ ଭେଣ୍ଡିଂ ମେସିନ, ନାପକିନକୁ ବୈଜ୍ଞାନିକ ପଦ୍ଧତିରେ ନଷ୍ଟ କରିବା ପାଇଁ ଇନ୍‌ସିନେଟର, ଓଦା ହାତ ଶୁଖାଇବା ପାଇଁ ହ୍ୟାଣ୍ଡ ଡ୍ରାଏର ଆଦି ରହିଛି। ଏହା ଜେଣ୍ଡର ନ୍ୟୁଟ୍ରାଲ ଓ ସର୍ବଜନୀନ ବ୍ୟବହାର୍ଯ୍ୟ ପାଇଖାନା। ତୃତୀୟ ଲିଙ୍ଗୀ ବ୍ୟକ୍ତିମାନେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ। ଦିବ୍ୟାଙ୍ଗମାନେ ବି ଏହି ଶୌଚାଳୟ ବ୍ୟବହାର କରିବା ପାଇଁ ରାମ୍ପ ବ୍ୟବସ୍ଥା ରହିଛି। ଏଥିରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଂଜୁଲତା କହଁର, ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ସ୍ଥାନୀୟ କର୍ପୋରେଟର ସୁକୁମାର ସାହୁ, ଅତିରିକ୍ତ କମିସନର କୈଳାସ ଚନ୍ଦ୍ର ଦାସ, ପରିମଳ ଉପାୟୁକ୍ତ ଏନ୍. ଗଣେଶ ବାବୁ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିପ୍ଲବ କୁମାର କିଷାନ, ଉତ୍ତର ଜୋନାଲ କମିସନର ମନ୍ମଥ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe