Mosquitoes are in trouble: କଲବଲ କଲେଣି ମଶା: ନିୟନ୍ତ୍ରଣରେ ଲାଗିଛନ୍ତି ୪ ସଂସ୍ଥା, ତଥାପି ସ୍ଥିତି ଅସମ୍ଭାଳ

Advertisment

ଭୁବନେଶ୍ବର ସମେତ ରାଜ୍ୟର ସହରାଞ୍ଚଳରେ ମଶା ଉପଦ୍ରବ ଅସମ୍ଭାଳ ହେଲାଣି। ମଶା ଆଉ ଘରେ ବାହାରେ ରଖେଇ ଦେଉନାହାନ୍ତି। ମଶାରି, ମଶାମରା ରୢାକେଟ୍‌କିମ୍ବା ମଶା ନିରୋଧକ(ରିପେଲାଣ୍ଟ) କିଛି କାମ କରୁନି।

ଭୁବନେଶ୍ବର ସମେତ ରାଜ୍ୟର ସହରାଞ୍ଚଳରେ ମଶା ଉପଦ୍ରବ ଅସମ୍ଭାଳ ହେଲାଣି। ମଶା ଆଉ ଘରେ ବାହାରେ ରଖେଇ ଦେଉନାହାନ୍ତି। ମଶାରି, ମଶାମରା ରୢାକେଟ୍‌କିମ୍ବା ମଶା ନିରୋଧକ(ରିପେଲାଣ୍ଟ) କିଛି କାମ କରୁନି।

fhsffhxbbvbv

ଭୁବନେଶ୍ବର: ଭୁବନେଶ୍ବର ସମେତ ରାଜ୍ୟର ସହରାଞ୍ଚଳରେ ମଶା ଉପଦ୍ରବ ଅସମ୍ଭାଳ ହେଲାଣି। ମଶା ଆଉ ଘରେ ବାହାରେ ରଖେଇ ଦେଉନାହାନ୍ତି। ମଶାରି, ମଶାମରା ରୢାକେଟ୍‌କିମ୍ବା ମଶା ନିରୋଧକ(ରିପେଲାଣ୍ଟ) କିଛି କାମ କରୁନି। ରାଜ୍ୟରେ ଏକାଧିକ ସଂସ୍ଥା ମଶା ନିୟନ୍ତ୍ରଣ ପାଇଁ କାମ କରୁଛନ୍ତି। ହେଲେ ମଶା ନିୟନ୍ତ୍ରଣକୁ ଆସୁନାହିଁ। ଏବେ ଡେଙ୍ଗୁ ମଶାଙ୍କ ଉତ୍ପାତ କମିଥିବା ବେଳେ ଅନ୍ୟ ରକ୍ତ ଶୋଷୁଥିବା(ନୁଇସାନ୍‌ସ ମସ୍କ୍ବିଟୋ) ମଶାଙ୍କ ଆତଙ୍କ ଆରମ୍ଭ ହୋଇଛି। ଯଦିଓ ଏହି ମଶାଙ୍କ ଦ୍ବାରା ରୋଗ ସଂକ୍ରମଣ ଆଶଙ୍କା କମ୍, ତଥାପି ଲୋକଙ୍କୁ ଏଥିରୁ ନିସ୍ତାର ମିଳୁନାହିଁ। ଆସନ୍ତା ମାସେ ଦୁଇମାସ  ଏହି ସ୍ଥିତି ଆହୁରି ଜଟିଳ ହେବ ବୋଲି କୀଟ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। 

Cricket: କ୍ରିକେଟ୍‌ ପାଇଁ ଉତ୍ସର୍ଗୀକୃତ-ସମର୍ପିତ ଏହି ଗାଁ, ଦର୍ଶକ କରନ୍ତି ସମ୍ମାନ

ବିଶେଷକରି ଡେଙ୍ଗୁ, ଚିକୁନ୍‌ଗୁନିଆ, ମ୍ୟାଲେରିଆ ଭଳି ଅନ୍ୟ ରୋଗ ସୃଷ୍ଟିକାରୀ ମଶାଙ୍କ ନିୟନ୍ତ୍ରଣ ସହରାଞ୍ଚଳରେ ଏକ ପ୍ରମୁଖ ଆହ୍ବାନ ସୃଷ୍ଟି କରିଛି। ସହରରେ ମଶାଙ୍କ ଉତ୍ପତ୍ତିସ୍ଥଳ କାହାରିକୁ ଅଛପା ନାହିଁ। ସମସ୍ତେ ଜାଣୁଛନ୍ତି, ହେଲେ ନ ଜାଣିଲା ଭଳି ରହୁଛନ୍ତି। ଲାର୍ଭା ଅବସ୍ଥାରୁ ଏହାକୁ ମାରିବା ଆବଶ୍ୟକ। ହେଲେ ମଶା ଉଡ଼ିବା ଅବସ୍ଥାକୁ ଆସିଗଲେ ସେମାନଙ୍କୁ ମାରିବା କଷ୍ଟକର ହୋଇଥାଏ। ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ମଶାଙ୍କ ଏହି ସ୍ଥିତିକୁ ନଜରରେ ରଖି ଗତ ନଭେମ୍ବର ମାସରେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାର କମିସନର ଓ ପୁରୀ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀଙ୍କୁ ଏହା ଉପରେ ପଦକ୍ଷେପ ପାଇଁ ପତ୍ର ଲେଖିଥିଲେ। 

ମଶା ପାଇଁ ୫ ମହାନଗର ନିଗମକୁ ପତ୍ର ଲେଖିଥିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଏଥିରେ କୁହାଯାଇଥିଲା ଯେ ମଶାଙ୍କ ଉତ୍ପାତକୁ ରୋକିବାକୁ ହେଲେ ନିୟମିତ ସ୍ବଚ୍ଛତା ଅଭିଯାନ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ପଙ୍କମୁକ୍ତ ଡ୍ରେନ୍, ଜଙ୍ଗଲ ସଫା, ଗମ୍ବୁସିଆ ମାଛ ଚାଷ ଓ ଫଗିଂ ଜାରି ରଖିବାକୁ ହେବ। ଏହାସହ ମଶା ଲାର୍ଭା ଉତ୍ପତ୍ତି ସ୍ଥଳର ମ୍ୟାପିଂ, ୱାର୍ଡୱାରୀ ପ୍ଲାନିଂ, ଉପଯୁକ୍ତ ମାନବ ସମ୍ବଳ ନିଯୁକ୍ତି, ସଚେତନତା କାର୍ଯ୍ୟକ୍ରମ, ଗମ୍ବୁସିଆ ମାଛ ପାଇଁ ଉପଲବ୍ଧ ହ୍ୟାଚେରି ଇତ୍ୟାଦିକୁ ନେଇ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହି ଆକ୍ସନ୍ ପ୍ଲାନ୍‌କୁ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟକୁ ପଠାଇବାକୁ କୁହାଯାଇଥିଲା। ଯଦ୍ବାରା ନିର୍ଦ୍ଦେଶାଳୟ ପକ୍ଷରୁ ଆବଶ୍ୟକ ବୈଷୟିକ ସହାୟତା ଯୋଗାଇ ଦିଆଯାଇପାରିବ। ଇତିମଧ୍ୟରେ  ପ୍ରାୟ ୨୫ଦିନ ବିତିବାକୁ ବସିଲାଣି, ନିଗମ କର୍ତ୍ତୃପକ୍ଷମାନେ କେଉଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରି ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟକୁ ପଠାଇଛନ୍ତି ତାହାକୁ ନେଇ ଅଧିକାରୀମାନେ ମୁହଁ ଖୋଲୁନାହାନ୍ତି। ଏପରିକି ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ମଧ୍ୟ ଏହାକୁ ନେଇ ସ୍ପଷ୍ଟ ସୂଚନା ମିଳୁନାହିଁ। 

NIA : ଜମ୍ମୁ ଏନଆଇଏ କାର୍ଯ୍ୟାଳୟ ନିକଟରୁ ମିଳିଲା ରାଇଫଲର ଟେଲିସ୍କୋପ୍

ରାଜ୍ୟରେ ମଶା ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ସମେତ, ବିଭିନ୍ନ ମହାନଗର ନିଗମ, ଜାତୀୟ ସ୍ବାସ୍ଥ୍ୟ ମିସନ, ମେଟ୍ରୋପଲିଟାନ୍ ସର୍ଭେଲାନ୍‌ସ ୟୁନିଟ୍‌ କାର୍ଯ୍ୟ କରୁଛି। ନିଗମରେ କାର୍ଯ୍ୟରତ ସ୍ବାସ୍ଥ୍ୟ ଅଧିକାରୀ ଏହାର ଦାୟିତ୍ବରେ ରହିଛନ୍ତି। ଏହାସହ ସ୍ବାସ୍ଥ୍ୟ ବିଭାଗରେ କୀଟବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ(ଭିବିଡିସିପି) ପାଇଁ ଅଧିକାରୀ ରହିଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିସନ୍‌ପକ୍ଷରୁ ମଶା ନିୟନ୍ତ୍ରଣ ପାଇଁ ନିୟୋଜିତ ମାନବ ସମ୍ବଳ ନିଯୁକ୍ତି ଓ ସେମାନଙ୍କୁ ତାଲିମ୍ ଦିଆଯାଉଛି। ଏହାସହ ଓଡ଼ିଶାରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରଙ୍କ ମେଟ୍ରୋପଲିଟାନ୍ ସର୍ଭେଲାନ୍‌ସ ୟୁନିଟ୍‌ମଧ୍ୟ ମଶା ନିୟନ୍ତ୍ରଣରେ ଲାଗିଛନ୍ତି। ଏଥିପାଇଁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ମଶା ନିୟନ୍ତ୍ରଣକୁ ଆସୁନାହାନ୍ତି। ବରଂ ପରିବେଶଗତ କାରଣକୁ ଦୋଷ ଦେଇ ସମସ୍ତେ ହାତ ଝାଡ଼ି ଦେଉଛନ୍ତି। ଯାହାଫଳରେ ଲୋକଙ୍କୁ ମଶା ଦାଉରୁ ମୁକ୍ତି ମିଳୁନାହିଁ। 

ଜାତୀୟ ସ୍ବାସ୍ଥ୍ୟ ମିସନ୍‌, ଓଡ଼ିଶାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମୌସୁମୀ ଋତୁରେ ଡେଙ୍ଗୁ ଓ ଅନ୍ୟ ମଶା ନିୟନ୍ତ୍ରଣ ପାଇଁ ଆବଶ୍ୟକ ମାନବ ସମ୍ବଳ ଏନ୍‌ଏଚ୍‌ଏମ୍‌ପକ୍ଷରୁ ଯୋଗାଇ ଦିଆଯାଉଛି। ସେମାନଙ୍କୁ ତାଲିମ ସହ ଦୈନିକ ଭତ୍ତା ଦିଆଯାଉଛି। ତେବେ ଏନ୍‌ଏଚ୍‌ଏମ୍‌ସିଧାସଳଖ ମଶାମରା କାର୍ଯ୍ୟରେ ନିୟୋଜିତ ନୁହେଁ। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ରାଜ୍ୟରେ ମଶା ସ୍ଥିତିକୁ ନେଇ ଦେଇଥିବା ପତ୍ରର କି ପ୍ରକାର ଉତ୍ତର ମିଳିଛି ସେ ସଂପର୍କରେ କିଛି କହିନାହାନ୍ତି। ବରଂ ମଶା ଦାୟିତ୍ବ ଅନ୍ୟ ଅଧିକାରୀ ବୁଝୁଥିବା ଡା. ମିଶ୍ର କହିଛନ୍ତି। ବିଏମ୍‌ସିର ସ୍ବାସ୍ଥ୍ୟ ଅଧିକାରୀ ଡା. ଦୀପକ ବିଶୋୟୀ କହିଛନ୍ତି, ଭୁବନେଶ୍ବରରେ ମଶା ନିୟନ୍ତ୍ରଣ ପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏବେ ଡେଙ୍ଗୁ ମଶାଙ୍କ ଉତ୍ପାତ କମିଥିବାରୁ ନର୍ଦ୍ଦମାରେ ଟେମିଫସ୍ ବଦଳରେ ଏମ୍‌ଏଲ୍‌ଓ ପକାଯାଉଛି। ନୁଇସାନ୍‌ସ ମଶାଙ୍କ ନିୟନ୍ତ୍ରଣ ପାଇଁ ୫୦ଜଣଙ୍କୁ ସ୍ବତନ୍ତ୍ରଭାବେ ନିୟୋଜିତ କରାଯାଇଛି। ଟିଫା ମେସିନ ସହରର ବିଭିନ୍ନ ୱାର୍ଡରେ ବୁଲୁଛି। ଏହାସହ ମଶା ଲାର୍ଭା  ନଷ୍ଟ ପାଇଁ ୫.୬ଟି ୱାର୍ଡରେ ଗମ୍ବୁସିଆ ମାଛ ଛଡ଼ାଯାଇଛି। ତେବେ ସଂପୂର୍ଣ୍ଣଭାବେ ମଶା ନିୟନ୍ତ୍ରଣ ସମ୍ଭବ ନୁହେଁ। ମଶା ନିୟନ୍ତ୍ରଣ ପାଇଁ ଏକାଧିକ ବିଭାଗର ସହଯୋଗ ଲୋଡ଼ା ବୋଲି ସେ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe