Drone: ରାଜ୍ୟରେ ପ୍ରଥମ: ବିଟେଲ୍‌ ଡ୍ରୋନ୍ ମଡେଲ୍‌ ପ୍ରସ୍ତୁତ କଲା ନିଷ୍ଟ୍‌

Advertisment

ରାଜ୍ୟର ପ୍ରଥମ ବିଟେଲ୍‌ (ଭଅଁର) ପ୍ରଜାତିର ଅତ୍ୟାଧୁନିକ ଡ୍ରୋନ୍‌ ତିଆରି କରିବାର ପରିକଳ୍ପନା କରିଛନ୍ତି ନିଷ୍ଟ୍‌ ବିଶ୍ବବିଦ୍ୟାଳୟର ଛାତ୍ର ଗୋଷ୍ଠୀ। ଏହି ଡ୍ରୋନ୍‌ ପ୍ରାକୃତିକ ବିପର୍ଯ୍ୟୟ ଓ ଆଭ୍ୟନ୍ତରୀଣ ସୁରକ୍ଷା ଭଳି ସମ୍ବେଦନଶୀଳ କାର୍ଯ୍ୟରେ ବେଶ୍‌ ଉପଯୋଗୀ ହେବ।

ରାଜ୍ୟର ପ୍ରଥମ ବିଟେଲ୍‌ (ଭଅଁର) ପ୍ରଜାତିର ଅତ୍ୟାଧୁନିକ ଡ୍ରୋନ୍‌ ତିଆରି କରିବାର ପରିକଳ୍ପନା କରିଛନ୍ତି ନିଷ୍ଟ୍‌ ବିଶ୍ବବିଦ୍ୟାଳୟର ଛାତ୍ର ଗୋଷ୍ଠୀ। ଏହି ଡ୍ରୋନ୍‌ ପ୍ରାକୃତିକ ବିପର୍ଯ୍ୟୟ ଓ ଆଭ୍ୟନ୍ତରୀଣ ସୁରକ୍ଷା ଭଳି ସମ୍ବେଦନଶୀଳ କାର୍ଯ୍ୟରେ ବେଶ୍‌ ଉପଯୋଗୀ ହେବ।

drone

symbolic

ବ୍ରହ୍ମପୁର: ରାଜ୍ୟର ପ୍ରଥମ ବିଟେଲ୍‌ (ଭଅଁର) ପ୍ରଜାତିର ଅତ୍ୟାଧୁନିକ ଡ୍ରୋନ୍‌ ତିଆରି କରିବାର ପରିକଳ୍ପନା କରିଛନ୍ତି ନିଷ୍ଟ୍‌ ବିଶ୍ବବିଦ୍ୟାଳୟର ଛାତ୍ର ଗୋଷ୍ଠୀ। ଏହି ଡ୍ରୋନ୍‌ ପ୍ରାକୃତିକ ବିପର୍ଯ୍ୟୟ ଓ ଆଭ୍ୟନ୍ତରୀଣ ସୁରକ୍ଷା ଭଳି ସମ୍ବେଦନଶୀଳ କାର୍ଯ୍ୟରେ ବେଶ୍‌ ଉପଯୋଗୀ ହେବ। ନିଷ୍ଟ୍‌ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର୍‌ ସାଇନ୍‌ସ ବିଭାଗର ଛାତ୍ର ଆର୍ୟନ ସିଂ(୨୦)ଙ୍କ ନେତୃତ୍ବରେ ପ୍ରସ୍ତୁତ ହୋଇଛି ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବିଟେଲ୍‌ ଡ୍ରୋନ୍‌। ବିଭାଗ ପକ୍ଷରୁ ମିଳିଥିବା ଟାସ୍କ୍‌ ଅନୁସାରେ ସୃଜନଶୀଳତାକୁ ବ୍ୟବହାର କରି ଏହାର ଡିଜିଟାଲ୍‌ ମଡେଲ୍‌ ପ୍ରସ୍ତୁତି ସରିଛି।

ବିଟେଲ୍‌ ଡ୍ରୋନ୍‌ର କାର୍ଯ୍ୟ‌ଶୈଳୀ ଅନ୍ୟ ଡ୍ରୋନ୍‌ ଅପେକ୍ଷା ଭିନ୍ନ। କୀଟ ପରି ଦେଖାଯିବା ସହ ଅନ୍ୟ ଡ୍ରୋନ୍‌ ତୁଳନାରେ ଏହାର ଶବ୍ଦ ମଧ୍ୟ ଅପେକ୍ଷାକୃତ କମ ରହିଛି। ଫଳରେ ଏହାକୁ ଚିହ୍ନଟ କରିବା କଷ୍ଟକର ବ୍ୟାପର ବୋଲି ଆର୍ୟନ କହିଛନ୍ତି। ୫୦୦ ଗ୍ରାମ ଓଜନ ବିଶିଷ୍ଟ ଡ୍ରୋନ୍‌ ଦୁଇ କି‌ଲୋମିଟର୍‌ ପରିସୀମାରେ କାମ କରିବାର କ୍ଷମତା ରଖୁଛି। ଏହାସହ ଥର୍ମାଲ କ୍ୟାମେରା ଓ ସେନସର୍‌ ସହ ଚାରିଟି ଚକ ରହିବ। ଷ୍ଟୋରେଜ୍‌ କ୍ଷମତା କ୍ଲାଉଡ୍‌ ସହ ସଂଲଗ୍ନ ହୋଇଛି, ଯାହାଦ୍ବାରା କୌଣସି ପ୍ରକାର ମେ‌ମୋରି ଚିପ୍‌ର ଆବଶ୍ୟକତା ନାହିଁ।

ଆହୁରି ପଢ଼ନ୍ତୁ: European Commision Chairman: ସଫଳ ଭାରତ ବିଶ୍ୱରେ ସ୍ଥିରତା ଆଣିବ

୧୫ହଜାର ଟଙ୍କା ଖର୍ଚ୍ଚ

ଏହାର ନିର୍ମାଣ ପାଇଁ ପ୍ରାୟ ୧୫ହଜାର ଟଙ୍କା ଖର୍ଚ୍ଚ ହେବ। ସାମରିକ ବାହିନୀ ଓ ଗୃହ ବିଭାଗର ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ କାର୍ଯ୍ୟକୁ ସରଳ କରିବା ପାଇଁ ଏହି ଡ୍ରୋନ୍‌ ପ୍ରସ୍ତୁତ କରାଯାଇଛି। ଭୂସ୍ଖଳନ କିମ୍ବା କୌଣସି ଅତଡ଼ା ତଳେ ଫସି ରହିଥିବା ଲୋକଙ୍କୁ ଚିହ୍ନଟ କରିବା, ସୀମାରେ ଅନୁପ୍ରବେଶ ଉପରେ ନଜର ରଖିବା ଓ ଶତ୍ରୁପକ୍ଷଙ୍କ ଗୁପ୍ତ ତଥ୍ୟ ସଂଗ୍ରହ ଆଦି କାମରେ ଏହା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ଏହି ଉଚ୍ଚକ୍ଷମତା ସମ୍ପନ୍ନ ‌ଡ୍ରୋନ୍‌ର ଏକ ଡିଜିଟାଲ୍‌ ମଡେଲ୍‌ ପ୍ରସ୍ତୁତ ସରିଛି। ‌ଆଗାମୀ ତିନିମାସରେ ସମସ୍ତ ଯନ୍ତ୍ରପାତି ନେଇ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଛାତ୍ର ଗୋଷ୍ଠୀ ଯୋଜନା ରଖିଛନ୍ତି। 

ଆହୁରି ପଢ଼ନ୍ତୁ: Dried chilika: ଶୁଖିଲା ଚିଲିକା, ଲାଖୁଛି ଭସାପୋଲ

ଅନେକ ସମୟରେ ଡ୍ରୋନ୍‌ ଅପ୍ରତ୍ୟାଶିତ ରୂପେ ଦୁର୍ଘଟଣାର ଶିକାର ହେବା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ ଏଥିରେ ‘ଇଜି ଟୁ ରିଟର୍ଣ୍ଣ’ ଫିଚର୍‌ ବ୍ୟବହାର କରାଯାଇଛି। ନିକଟରେ ବିଶ୍ବବିଦ୍ୟାଳୟ ଗସ୍ତରେ ଆସିଥିବା ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଏହାକୁ ଦେଖି ପ୍ରଶଂସା କରିଥିଲେ। ଡ୍ରୋନ୍‌ ତିଆରି ପାଇଁ ସହଯୋଗ ନିମନ୍ତେ ଆର୍ମି ଏଡି କଲେଜ ସହ ଚୁକ୍ତି ପାଇଁ ପ୍ରକ୍ରିୟା ଚାଲିଛି। ଆର୍ୟନଙ୍କ ସମେତ ସହଯୋଗୀ ଆୟୁଷ କୁମାର, ଆରିୟନ୍ କୁମାର, ଜଗନ କୁମାର ସ୍ୱାଇଁ, ଆଶିଷ କୁମାର ଏବଂ ଆୟୁଷ୍ମାନ ପ୍ରହରାଜ ଏହି ବିଟଲ୍ ଡ୍ରୋନ୍‌ର ପରିକଳ୍ପନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe