ସସ୍‌ଟେନେବିଲିଟି ୨୦୨୫’ ତାଲିକା: ପୁଣି ଅନ୍ତର୍ଜାତୀୟସ୍ତରରେ ଚମକିଲା ଏନ୍‌ଆଇଟି

Advertisment

ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ସଦ୍ୟ ପ୍ରକାଶିତ ମର୍ଯ୍ୟାଦାଜନକ ‘କ୍ୟୁଏସ୍‌ ୱାର୍ଲ୍ଡ ୟୁନିଭର୍ସିଟି ରୢାଙ୍କିଂ: ସସ୍‌ଟେନେବିଲିଟି ୨୦୨୫’ ତାଲିକାରେ ଏନଆଇଟିକୁ ବୈଶ୍ବିକସ୍ତରରେ ୬୬୪ତମ ରାଙ୍କ୍‌, ଏସିଆରେ ୧୬୭ ରାଙ୍କ୍‌ ଓ ଭାରତୀୟ ବର୍ଗରେ ୧୯ତମ ସ୍ଥାନରେ ରହିଛି।

ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ସଦ୍ୟ ପ୍ରକାଶିତ ମର୍ଯ୍ୟାଦାଜନକ ‘କ୍ୟୁଏସ୍‌ ୱାର୍ଲ୍ଡ ୟୁନିଭର୍ସିଟି ରୢାଙ୍କିଂ: ସସ୍‌ଟେନେବିଲିଟି ୨୦୨୫’ ତାଲିକାରେ ଏନଆଇଟିକୁ ବୈଶ୍ବିକସ୍ତରରେ ୬୬୪ତମ ରାଙ୍କ୍‌, ଏସିଆରେ ୧୬୭ ରାଙ୍କ୍‌ ଓ ଭାରତୀୟ ବର୍ଗରେ ୧୯ତମ ସ୍ଥାନରେ ରହିଛି।

NIT Rourkela

ରାଉରକେଲା: ପୁଣିଥରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଚମକିଛି ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)। ସଦ୍ୟ ପ୍ରକାଶିତ ମର୍ଯ୍ୟାଦାଜନକ ‘କ୍ୟୁଏସ୍‌ ୱାର୍ଲ୍ଡ ୟୁନିଭର୍ସିଟି ରୢାଙ୍କିଂ: ସସ୍‌ଟେନେବିଲିଟି ୨୦୨୫’ ତାଲିକାରେ ଏନଆଇଟିକୁ ବୈଶ୍ବିକସ୍ତରରେ ୬୬୪ତମ ରାଙ୍କ୍‌, ଏସିଆରେ ୧୬୭ ରାଙ୍କ୍‌ ଓ ଭାରତୀୟ ବର୍ଗରେ ୧୯ତମ ସ୍ଥାନରେ ରହିଛି। ଏହି ତାଲିକାରେ ଦେଶର ୭୮ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି। 

ଏହି ଖବର ପଢ଼ନ୍ତୁ: ଏକ ଦେଶ,ଏକ ନିର୍ବାଚନ ବିଲ୍ ପାସ୍ ନେଇ ବାଧା

ତେବେ ଏନ୍‌ଆଇଟି ବର୍ଗରେ ରାଉରକେଲା ଏନ୍‌ଆଇଟି ଶୀର୍ଷ ସ୍ଥାନରେ ରହିଛି। ଉଲ୍ଲେଖଯୋଗ୍ୟ, ପୂର୍ବବର୍ଷ ତୁଳନାରେ ଏନ୍ଆଇଟି ରାଉରକେଲା ଚଳିତବର୍ଷ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଅନୁଷ୍ଠାନ ଗତବର୍ଷ ଏହି ତାଲିକାରେ ବୈଶ୍ବିକସ୍ତରରେ ୬୭୬ତମ ସ୍ଥାନ ଭାରତରେ ୨୧ତମ ସ୍ଥାନରେ ରହିଥିଲା। ଏହି ସଫଳତା ନେଇ ଅନୁଷ୍ଠାନର ନିର୍ଦ୍ଦେଶକ କେ. ଉମାମହେଶ୍ବର ରାଓ କହିଛନ୍ତି, ରୢାଙ୍କ୍‌ରେ ଉନ୍ନତି ଅନୁଷ୍ଠାନର ସ୍ଥାୟୀ ଅଭ୍ୟାସ ଓ ସାମାଜିକ ଦାୟିତ୍ବକୁ ପ୍ରମାଣିତ କରେ।

ଏହି ଖବର ପଢ଼ନ୍ତୁ: ପଦରୁ ହଟିଲେ ବିଷ୍ଣୁପଦ

ଅନ୍ତର୍ଜାତୀୟ ସ୍ତରରେ ରାଉରକେଲାସ୍ଥିତ ଏନ୍‌ଆଇଟି ପୁଣି ଥରେ ସୁନାମ ଆଣିଛି। ସଦ୍ୟ ପ୍ରକାଶିତ ମର୍ଯ୍ୟାଦାଜନକ ‘କ୍ୟୁଏସ୍‌ ୱାର୍ଲ୍ଡ ୟୁନିଭର୍ସିଟି ରୢାଙ୍କିଂ: ସସ୍‌ଟେନେବିଲିଟି ୨୦୨୫’ ତାଲିକାରେ ଏନଆଇଟିକୁ ବୈଶ୍ବିକସ୍ତରରେ ୬୬୪ତମ ରାଙ୍କ୍‌, ଏସିଆରେ ୧୬୭ ରୢାଙ୍କ୍‌ ଓ ଭାରତୀୟ ବର୍ଗରେ ୧୯ତମ ସ୍ଥାନରେ ରହିଛି। ଏହି ତାଲିକାରେ ଦେଶର ୭୮ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି। ପୂର୍ବବର୍ଷ ତୁଳନାରେ ଏନ୍ଆଇଟି ରାଉରକେଲା ଚଳିତବର୍ଷ ଉଲ୍ଲେଖନୀୟ ଅଗ୍ରଗତି କରିଛି।

ଏହି ଖବର ପଢ଼ନ୍ତୁ: ଭୋଟ୍ ଦେଲେନି ୧୧ ବିଜେପି ସାଂସଦ

ଶିକ୍ଷା ଓ ଦୈନନ୍ଦିନ ଜୀନଶୈଳୀର ଉତ୍ତମ ସମନ୍ବୟକୁ ପ୍ରାଥମିକତା ଦେଇଥାଏ। ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକଅଧ୍ୟାପିକା, କର୍ମଚାରୀଙ୍କ ନିଷ୍ଠାପର ପରିଶ୍ରମ ବଳରେ ହିଁ ଅନୁଷ୍ଠାନ ସବୁଜ ତଥା ସ୍ଥାୟୀ ଭବିଷ୍ୟତ ସୃଷ୍ଟି ଦିଗରେ ଆଗେଇଚାଲିଛି। ଅନୁଷ୍ଠାନ ସ୍ଥାୟୀ ବିକାଶ ପାଇଁ ଗବେଷଣା ସହ ନୂତନ ଉଦ୍ଭାବନ ଓ ଆବିଷ୍କାରକୁ ଗୁରୁତ୍ବାରୋପ, ସ୍ବଚ୍ଛ କ୍ୟାମ୍ପସ୍‌ ସ୍ବଚ୍ଛତା ଅଭିଯାନ,  ଏ ଦିଗରେ କାର୍ଯ୍ୟ କରିବାକୁ ନୂତନ ଷ୍ଟାର୍ଟ‌୍ଅପ୍‌କୁ ପ୍ରୋତ୍ସାହନ, ଶାରୀରିକ ଓ ମାନସିକ ସୁସ୍ଥତା ଉପରେ ସଚେତନତା, ବ୍ୟାପକ ବନୀକରଣ ମାଧ୍ୟମରେ ସବୁଜ କ୍ୟାମ୍ପସ୍‌ ସୃଷ୍ଟି ଆଦି ଯୋଗୁଁ ଏହି ସଫଳତା ମିଳିପାରିଥିବା ପ୍ରଫେସର ରାଓ କହିଛନ୍ତି।

ଏହି ଖବର ପଢ଼ନ୍ତୁ: ଟ୍ରେନ୍‌ ଧକ୍କାରେ ୨ ମୃତ, ୩ ଗୁରୁତର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe