ଭୁବନେଶ୍ୱର: ରାଜଧାନୀକୁ ସ୍ବଚ୍ଛ ଓ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ବିଏମ୍ସି ସର୍ବଦା ଚେଷ୍ଟା କରି ଆସୁଛି। ମାତ୍ର ଦୀପ ତଳ ଅନ୍ଧାର ଭଳି ସହରର ଅଧିକାଂଶ ପ୍ରମୁଖ ସ୍ଥାନରେ ଲୋକଙ୍କୁ ଶୌଚାଳୟ ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ମିଳୁନାହିଁ। ସହରର ଜନଗହଳିପୂର୍ଣ୍ଣ ଛକମାନଙ୍କରେ କେଉଁଠି ଶୌଚାଳୟ ତିଆରି ହୋଇନି ତ କେଉଁଠି ତିଆରି ହୋଇଥିବା ଶୈଚାଳୟ ଉଦ୍ଘାଟନ ହୋଇନାହିଁ। ଆଉ କିଛି ଛକରେ ଅଧାପନ୍ତରିଆ ହୋଇ ପଡ଼ିରହିଛି। ବିଶେଷ କରି ସହରର ପ୍ରମୁଖ ବସ୍ ରହଣୀସ୍ଥଳ ପଳାଶୁଣୀ, ରସୁଲଗଡ଼, ସତ୍ସଙ୍ଗବିହାର, ନାବାର୍ଡ ଛକ, ନୂଆପଲ୍ଲୀ, ଫାୟାର ଷ୍ଟେସନ ଆଦି ଛକରେ ଶୌଚାଳୟ ନଥିବାରୁ ବସ୍କୁ ଅପେକ୍ଷା କରୁଥିବା ଯାତ୍ରୀମାନେ ହଇରାଣରେ ପଡ଼ୁଛନ୍ତି।
Health: କିଡ୍ନି ରୋଗରେ ପୀଡ଼ିତ ଗାଆଁରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ
ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ପ୍ରବେଶପଥ ପଳାଶୁଣୀ ଛକ। ଏହି ଛକ ଦେଇ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି। ଅନ୍ୟପଟେ ପଳାଶୁଣୀ କେନାଲ ରୋଡରେ ସପ୍ତାହକୁ ଦୁଇଦିନ ହାଟ ବସୁଛି। ଏସବୁ ସତ୍ତ୍ବେ ଲୋକମାନେ ଶୌଚାଳୟ ପାଇଁ ହୀନସ୍ତା ହେଉଛନ୍ତି। ବହୁ ବର୍ଷ ହେଲାଣି ଦାବି ହେଉଥିଲେ ସୁଦ୍ଧା ଏଠାରେ ଶୌଚାଳୟ ନିର୍ମାଣ ହୋଇପାରି ନାହିଁ। ସହରର ବ୍ୟସ୍ତ ଓ ଜନବହୁଳ ଛକ ରସୁଲଗଡ଼ ଛକରେ ପ୍ରାୟ ୧୪ ଲକ୍ଷ ଟଙ୍କାରେ ନିର୍ମିତ ଶୌଚାଳୟରେ ତାଲା ଝୁଲୁଛି। ନିକଟରେ ଏହି ଶୌଚାଳୟରେ କିଛି ସମୟ ପାଇଁ ଖୋଲା ହୋଇଥିଲା। ହେଲେ ସେଥିରୁ ଉପକରଣ ଚୋରି ହୋଇଯିବାରୁ ପୁଣି ବନ୍ଦ ରହିଛି। ଏପରିକି ରସୁଲଗଡ଼ ମାର୍କେଟରେ ପୂର୍ବରୁ ନିର୍ମିତ ଶୌଟାଳୟ ମଧ୍ୟ ବର୍ଷ ବର୍ଷ ଧରି ସେହିଭଳି ପଡ଼ିରହିଛି।
୩.୨୫ ଲକ୍ଷ କର୍ମୀଙ୍କୁ ନେଇ ବିଶ୍ୱର ସର୍ବବୃହତ ସିଏପିଏଫ୍ ସାଜିଛି ସିଆରପିଏଫ୍: ଶାହ
ସେହିପରି ରାଜଧାନୀର ଅନ୍ୟତମ ବସ୍ ରହଣୀସ୍ଥଳ ସତ୍ସଙ୍ଗବିହାର ଛକରେ ପାଖପାଖି ପାଞ୍ଚ ମାସ ହେଲାଣି ଶୌଚାଳୟ କାମ ସରୁନି। ଛକରେ ଥିବା ଫ୍ଲାଏଓଭର ଉଭୟ ପାର୍ଶ୍ୱରେ ଶୌଚାଳୟ ନଥିବାରୁ ଲୋକମାନେ ବହୁ ହଇରାଣ ହେଉଛନ୍ତି। ସେହିପରି ନାବାର୍ଡ ଛକଠାରୁ ସିଆରପି ଛକ ମଧ୍ୟରେ ତିନିଟି ବସ୍ ଷ୍ଟପେଜ୍ ଥିଲେ ସୁଦ୍ଧା କେଉଁଠି ଶୌଚାଳୟ ନାହିଁ। ବିଶେଷ କରି ନାବାର୍ଡ ଛକରେ ବସ୍ ରହଣୀସ୍ଥଳ ହୋଇଥିବା ବେଳେ ଏହାର ଉଭୟ ପାର୍ଶ୍ୱରେ ଶୌଚାଳୟ ନଥିବାରୁ ଯାତ୍ରୀମାନେ ବହୁ ହଇରାଣରେ ପଡ଼ୁଛନ୍ତି। ନୂଆପଲ୍ଲୀ, ଡେଲଟା ଆଦି ଛକରେ ଶୌଚାଳୟ ଥିଲେ ସୁଦ୍ଧା ଉଦ୍ଘାଟନ ହୋଇନାହିଁ। ବିଏସି ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଜି ନାରାୟଣ ସୂପକାର କହିଛନ୍ତି ଆମର ଯାହା ବି ଶୌଚାଳୟ ଚାଲିଛି ତାକୁ ସୁଲଭ ପରିଚାଳନା କରୁଛି। ଯେଉଁଠି ଯାହା ବି ଅସୁବିଧା ଆସୁଛି ମରାମତି କରାଯାଉଛି। ବାକି ଯେଉଁଠି ଯାହା ଅସୁବିଧା ଥିବ ତାହା ଖୁବ ଶୀଘ୍ର ସମାଧାନ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/22/shfshfshfhfxvb-2026-02-22-02-22-42.jpg)