ଖଣ୍ଡଗିରି: ଅବକାରୀ ବିଭାଗର ମୋବାଇଲ ୟୁନିଟ୍ ପକ୍ଷରୁ ପିତାପଲ୍ଲି ଛକ ନିକଟ ଏନ୍ଏଚ୍-୧୬ରେ ଚଢ଼ଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି। ଏହି ମଦକୁ ଦୁଇଟି କାର୍ ଯୋଗ ଭୁବନେଶ୍ବରକୁ ଚାଲାଣ କରାଯାଉଥିଲା। ଉପରେ ପରିବା ଓ ଶୁଖୁଆ ବୋଝେଇ ହୋଇ ରହିଥିବା ବେଳେ ତଳେ ମଦ ଭର୍ତ୍ତି ହୋଇରହିଥିଲା। ଏହି ଚଢ଼ଉରେ ବିଭାଗ ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଗଞ୍ଜାମଜିଲ୍ଲା ବୁଗୁଡ଼ା ଥାନା ବିଷ୍ଣୁଚକ୍ରର କାହ୍ନୁ ଚରଣ ପରିଡ଼ା, କୋଟିନଡ଼ା ଥାନା ବେତନଟୀର ବିକାଶ ଗୌଡ଼, ବଡ଼ଖୋଲିର ମନୋଜ କୁମାର ଗୌଡ଼ ଓ ଆସ୍କାର ଜଗଦୀଶ ପାତ୍ର। ସେମାନଙ୍କ ପାଖରୁ ୨ହଜାରଲିଟର ଦେଶୀ ମଦ ଜବତ ହୋଇଛି।
Odisha map: ଓଡ଼ିଶାର ମାନଚିତ୍ର ବଦଳାଇଦେବ ରାସ୍ତା
Environmental warrior: ପରିବେଶ ଯୋଦ୍ଧା: ଗଛ ଓ ଚଢ଼େଇଙ୍କ ସେବାରେ ରଞ୍ଜନ
ଆଜି ଦିପହର ପ୍ରାୟ ୨ଟା ସମୟରେ କାର୍ରେ ବେଆଇନ ମଦ ଚାଲାଣ ଖବର ପାଇ ଅବକାରୀ ମୋବାଇଲ ଟିମ୍ ପିତାପଲ୍ଲୀ ଅଞ୍ଚଳରେ ଜଗି ରହିଥିଲା। ଦୁଇଟି ଯାକ କାର୍ ପିତାପଲ୍ଲୀ ଛକ ନିକଟରେ ପହଞ୍ଚିବା ମାତ୍ରେ ଅବକାରୀ ଟିମ୍ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ଗାଡ଼ି ଦୁଇଟି ଅବକାରୀ କର୍ମଚାରୀଙ୍କୁ ଭ୍ରୁକ୍ଷେପ ନକରି ଦ୍ରୁତବେଗରେ ନେଇ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ। ତେବେ ଅବକାରୀ ଟିମ୍ ପିଛା କରି ଦୁଇ କାର୍କୁ ଅଟକାଇଥିଲେ। ଗାଡ଼ି ଯାଞ୍ଚ କରିବାରୁ ସେଥିରେ ଶୁଖୁଆ ଓ କାକୁଡ଼ି ତଳେ ମଦବୋତଲ ଥିବା ଦେଖିବାକୁ ପାଇଥିଲା। ଉଭୟ କାର୍ରେ ଥିବା ୪ଜଣଙ୍କୁ ଗିରଫ କରିଥିଲା। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଏହି ଦେଶୀମଦ ପ୍ରସ୍ତୁତ କରି ପାତ୍ରପଡ଼ା ଓ ଡୁମୁଡୁମା ଅଞ୍ଚଳରେ ଗଚ୍ଛିତ ରଖାଯାଉଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/16/untitled-12-2025-12-16-08-02-34.jpg)