ଭୁବନେଶ୍ୱର: ଘାନାରୁ ସିଙ୍ଗାପୁର ଆସୁଥିବା ବେଳେ ଜଣେ ଓଡ଼ିଆ ମେରାଇନ୍ ଇଞ୍ଜିନିୟର ସାର୍ଥକ ମହାପାତ୍ରଙ୍କ ନିଖୋଜ ମାମଲାରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ସାର୍ଥକଙ୍କ ମା’ ରଶ୍ମିତା ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏହା ଉପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀ ସ୍ଥିତ ଆବାସିକ କମିସନରଙ୍କୁ କୁହାଯାଇଥିଲା। ଆବାସିକ କମିସନର ବିଶାଲ ଗଗନ ମାମଲାକୁ ଗୁରୁତର ସହ ନେଇ ସାର୍ଥକଙ୍କ ସମ୍ପର୍କର ତଥ୍ୟ ଦେବାକୁ ବନ୍ଦର, ସିପିଂ ଓ ଜଳପଥ ମନ୍ତ୍ରଣାଳୟ, ବୈଦେଶୀକ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟକୁ ଚିଠିଲେଖି ଜଣାଇଛନ୍ତି। ଏଥିରେ ସେ ସାର୍ଥକଙ୍କ ମା’ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠି ଓ ଆଙ୍ଗ୍ଲୋ–ଇଷ୍ଟର୍ଣ୍ଣ ସିପିଂ ମ୍ୟାନେଜମେଣ୍ଟ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ସାର୍ଥକଙ୍କ ନିଖୋଜ ସମ୍ପର୍କରେ ପରିବାରଲୋକଙ୍କୁ ଅବଗତ କରାଯାଇଥିବା ଚିଠିକୁ ଆଟାଚ୍ କରିଛନ୍ତି। ସାର୍ଥକଙ୍କୁ ଶେଷଥର ପାଇଁ ୩ ଫେବ୍ରୁଆରି ସକାଳ ୬ଟା ୧୫ ମିନିଟ୍ (ସ୍ଥାନୀୟ ସମୟ)ରେ ଜାହାଜରେ ଦେଖାଯାଇଥିଲା। ତାପରେ ତାଙ୍କ ସନ୍ଧାନ ମିଳିନଥିବା କମ୍ପାନି ପକ୍ଷରୁ କୁହାଯାଇଛି।
ପ୍ରକାଶ ଥାଉ କି, ପାଖାପାଖି ୬ମାସ ତଳେ ସାର୍ଥକ ମୁମ୍ବାଇ ସ୍ଥିତ ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ ସିପିଂ ନାମକ ସଂସ୍ଥାରେ ମେରାଇନ୍ ଇଞ୍ଜିନିୟର ଭାବେ ଯୋଗଦେଇଥିଲେ। ସେଠାରେ ସେ କାର୍ଯ୍ୟରତ ଥିବା ବେଳେ କିଛିଦିନ ତଳେ ଘାନା ଯାଇଥିଲେ। ତେବେ ଦୁଇଦିନ ତଳେ ସେ ଘାନାରୁ ସିଙ୍ଗାପୁର ଫେରୁଥିବା ସମୟରେ ପରିବାରଲୋକଙ୍କୁ ଫୋନ୍କରି ଜଣାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସହ ଯୋଗାଯୋଗ ହୋଇପାରିନଥିଲା। ପରିବାରଲୋକ ତାଙ୍କୁ ଯେତେ କଲ୍ କି ମେସେଜ୍ କରିଥିଲେ ବି କୌଣସି ଜବାବ ମିଳିନଥିଲା।
Indrabati: ଅପର ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତଙ୍କ ଦୁଖ ଦୂର ହେଉନି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/06/gdjdggjdbcncbn-2026-02-06-02-31-12.jpg)