open drain: ପୁଣି ମୁକୁଳା ଡ୍ରେନ୍‌ ନେଲା ଜୀବନ: ମଲା ପରେ ପୂର୍ତ୍ତବିଭାଗର ରାସ୍ତା ସିଲ୍

Advertisment

ଏବେ ସାଲିଆସାହିରେ ପୁଣି ମୁକୁଳା ଡ୍ରେନ୍‌ ନେଇଛି ଜୀବନ। ନିର୍ମାଣାଧୀନ ଡ୍ରେନ୍‌ରେ ଖସିପଡ଼ି ସିନୁ ଗାଗୁରାଇ(୪୫)ନାମକ ଜଣେ ଜଣେ ଯୁବକଙ୍କ ଜୀବନ ଯାଇଛି। ମୈତ୍ରୀବିହାର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏବେ ସାଲିଆସାହିରେ ପୁଣି ମୁକୁଳା ଡ୍ରେନ୍‌ ନେଇଛି ଜୀବନ। ନିର୍ମାଣାଧୀନ ଡ୍ରେନ୍‌ରେ ଖସିପଡ଼ି ସିନୁ ଗାଗୁରାଇ(୪୫)ନାମକ ଜଣେ ଜଣେ ଯୁବକଙ୍କ ଜୀବନ ଯାଇଛି। ମୈତ୍ରୀବିହାର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

dagddgaczvv

ଭୁବନେଶ୍ବର: ଏବେ ସାଲିଆସାହିରେ ପୁଣି ମୁକୁଳା ଡ୍ରେନ୍‌ ନେଇଛି ଜୀବନ। ନିର୍ମାଣାଧୀନ ଡ୍ରେନ୍‌ରେ ଖସିପଡ଼ି ସିନୁ ଗାଗୁରାଇ(୪୫)ନାମକ ଜଣେ ଜଣେ ଯୁବକଙ୍କ ଜୀବନ ଯାଇଛି। ମୈତ୍ରୀବିହାର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଣେ ଗୋଟିଏ ଜୀବନ ଯିବା ପରେ ପୂର୍ତ୍ତବିଭାଗ ଏହି ରାସ୍ତାକୁ ସିଲ୍‌ କରିଛି। ଆଜି ସିନୁଙ୍କ ଶବ ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର କରାଯାଇଛି।  ପରିବାର ଲୋକଙ୍କ ଅଭିଯୋଗ, ଗତକାଲି ସନ୍ଧ୍ୟାରେ ସିନୁ ପଡ଼ୋଶୀ ଘରକୁ ମକର ପର୍ବ ପାଳିବାକୁ ଆସିଥିଲେ। ଫେରିବା ବେଳେ ଖୋଳାଯାଇଥିବା ଡ୍ରେନ୍‌ରେ ଖସିପଡ଼ିଥିଲେ। ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା।

Naveen: ନବୀନଙ୍କୁ ନେତା କହିବା ମହଙ୍ଗା ପଡ଼ିଲା କି? ଆଗକୁ ଛିଡ଼ିବ ନା ଏକଜୁଟ୍‌ ହେବ

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସିନୁଙ୍କ ମୃତ୍ୟୁରେ ସାହିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେ ଦିନ ମଜୁରିଆ ଭାବେ କାମ କରୁଥିଲେ ଓ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ। 

Annual Function: ନାଳନ୍ଦା ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ସ୍ଥାନୀୟ ଲୋକଙ୍କ ଅଭିଯୋଗ, ସାଲିଆ ସାହି ଦେଇ ଯାଉଥିବା ୨୦୦ ଫୁଟିଆ ରାସ୍ତା ନିର୍ମାଣ ପୂର୍ବରୁ ଏହି ବଡ଼ ଡ୍ରେନ୍‌ ନିର୍ମାଣ କାମ ଗତ ଦୁଇମାସରୁ ଊର୍ଦ୍ଧ୍ବ ସମୟ ହେଲା ଚାଲିଥିଲେ ମଧ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ବ୍ୟାରିକେଡ଼୍‌ ବା ସୁରକ୍ଷା ବ୍ୟବସ୍ଥା କରାଯାଇ ନାହିଁ। ବ୍ୟାରିକେଡ଼୍‌ ନଥିବା ବେଳେ ଅନ୍ଧାରରେ ଜାଣି ନପାରି ଡ୍ରେନ୍‌ରେ ପଡ଼ି ସିନୁଙ୍କ ଜୀବନ ଯାଇଛି। ତେଣୁ ତାଙ୍କ ପରିବାରକୁ ସରକାରଙ୍କ ତରଫରୁ ଉପଯୁକ୍ତ ସହାୟତା ପ୍ରଦାନ ପାଇଁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe