ଖଣ୍ଡଗିରି: ଆମବସ୍‌ ଓ ସ୍ମାର୍ଟ ସିଟି ଅନ୍‌ଲାଇନ୍‌ ଅଟୋଚାଳକ ସଂଘ ବିବାଦ ଆଜି ନାଟକୀୟ ମୋଡ଼ ନେଇଥିଲା। ସଂଘ କର୍ମକର୍ତ୍ତା ୨୫ରୁ ଅଧିକ ଆମବସ୍‌କୁ ଦୁଇଘଣ୍ଟା ଧରି ହାଇଜାକ୍‌ କରି ରଖିଥିଲେ। ସଂଘ ସଦସ୍ୟଙ୍କ ଅଭିଯୋଗ, ଆଜି ଅପରାହ୍ଣ ସାଢ଼େ ୪ଟା ସମୟରେ ବରମୁଣ୍ଡା ନିକଟରେ ଏକ ଆମବସ୍‌ ଗୋଟିଏ ଅଟୋକୁ ଧକ୍କା ଦେଇଥିଲା। ଅଟୋଚାଳକ ପ୍ରତିବାଦ କରିବାରୁ ତାଙ୍କୁ ଆମବସ୍‌ କର୍ମଚାରୀ ମାଡ଼ ମାରିଥିଲେ। ଏହା ପରେ ସନ୍ଧ୍ୟାରେ ଅଟୋଚାଳକ ସଂଘର ସଦସ୍ୟମାନେ ଏକାଠି ହୋଇ ଗୋଟିଏ କି ଦୁଇଟି ନୁହେଁ, ଖଣ୍ଡଗିରିରୁ ବରମୁଣ୍ଡା ଅଭିମୁଖେ ଯାଉଥିବା ସମସ୍ତ ଆମବସ୍‌କୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଅଟକାଇ ଦେଇଥିଲେ।

Advertisment

5 professional: ୫ ପେଷାଦାର ଅପରାଧୀ ଗିରଫ

Infrastructure : ଉଜୁଡ଼ିଗଲା ୧୩.୨୩ କୋଟିର ଭିତ୍ତିଭୂମି

ଓଭର୍‌ବ୍ରିଜ୍‌ ଉପରେ ଯାଉଥିବା ଆମବସ୍‌ଗୁଡ଼ିକୁ ମଧ୍ୟ ଅଟକାଇ ରଖିଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ ରାସ୍ତାର ବାମ ପାର୍ଶ୍ବରେ ପଛକୁ ପଛ ୨୫ରୁ ଅଧିକ ଆମ ବସ୍‌ ଅଟକି ରହିଥିଲା। ଅନୁରୂପ ଭାବେ ବିଏସ୍‌ଏବିଟି ଭିତରେ ଥିବା ଆମବସ୍‌କୁ ଅଟୋଚାଳକମାନେ ବାହାରିବାକୁ ଦେଇନଥିଲେ। ବସ୍‌ଷ୍ଟାଣ୍ଡ ଫାଟକ ସମ୍ମୁଖରେ ବସି ନାରାବାଜି କରିଥିଲେ। ପ୍ରତିବାଦ ସ୍ବରୂପ ଅଟୋଚାଳକମାନେ ପାଇଁ ଆମବସ୍‌ ସମ୍ମୁଖରେ ନଡ଼ିଆ ଭାଙ୍ଗିବା ସହିତ ଧୂପଦେଇ ରିଷ୍ଟ ଖଣ୍ଡନ ପୂଜା କରିଥିଲେ। ପ୍ରାୟ ଦୁଇଘଣ୍ଟା ଧରି ଜାତୀୟ ରାଜପଥରେ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ସେହଭଳି ବିଭିନ୍ନ ଆମ ବସ୍‌‌ ଷ୍ଟପ୍‌ରେ ଅପେକ୍ଷାରତ ଯାତ୍ରୀ ହଇରାଣ ହୋଇଥିଲେ। ଅତିରରିକ୍ତ ଡିସିପି, ଜୋନ୍‌-୩ ଏସିପି, ଖଣ୍ଡଗିରି ଓ ଭରତପୁର ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଅଟୋଚାଳକ ସଂଘର କର୍ମକର୍ତ୍ତା ଅଭିଯୁକ୍ତ ଆମବସ୍‌ କର୍ମଚାରୀଙ୍କ ଗିରଫଦାରି ଦାବିରେ ଅଡ଼ି ବସିଥିଲେ। ବହୁ ବୁଝାସୁଝା ସହିତ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶ୍ରୁତି ଦେବା ପରେ ଅଟୋଚାଳକମାନେ ଆନ୍ଦୋଳନରୁ ଓହରିଥିଲେ।