'Palank' went : ଚନ୍ଦକାରୁ ସାତକୋଶିଆ ଗଲା ‘ପଲଙ୍କ’

Advertisment

୨୦୨୧ ମସିହା ସେପ୍ଟେମ୍ବର ମାସ। ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଉତ୍ପାତିଆ ହାତୀଙ୍କଠାରେ ରେଡିଓକଲାର୍‌ ଲଗାଇବାକୁ ବନ ବିଭାଗ ଯୋଜନା କରିଥିଲା। ସେହି ସମୟରେ............

୨୦୨୧ ମସିହା ସେପ୍ଟେମ୍ବର ମାସ। ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଉତ୍ପାତିଆ ହାତୀଙ୍କଠାରେ ରେଡିଓକଲାର୍‌ ଲଗାଇବାକୁ ବନ ବିଭାଗ ଯୋଜନା କରିଥିଲା। ସେହି ସମୟରେ............

Untitled-1

ଭୁବନେଶ୍ବର: ୨୦୨୧ ମସିହା ସେପ୍ଟେମ୍ବର ମାସ। ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଉତ୍ପାତିଆ ହାତୀଙ୍କଠାରେ ରେଡିଓକଲାର୍‌ ଲଗାଇବାକୁ ବନ ବିଭାଗ ଯୋଜନା କରିଥିଲା। ସେହି ସମୟରେ ଅଭୟାରଣ୍ୟର ଉତ୍ପାତିଆ ଦନ୍ତାହାତୀ ‘ରାମୁ’ ସମେତ ଆଉ ଦୁଇଟି ମାଖନାଙ୍କଠାରେ ଝୁଲାଇବାକୁ ଯୋଜନା ପ୍ରସ୍ତୁତି ହୋଇଥିଲା। ବନ ବିଭାଗ କର୍ମଚାରୀଙ୍କ ସମେତ ବେଙ୍ଗାଲୁରୁର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସର ବିଶେଷଜ୍ଞ ଦଳ କଳବଳ ଲଗାଇଥିଲେ। ହେଲେ ସଫଳ ହୋଇ ନ ଥିଲେ। ବରଂ କିଛି ମାସର ବ୍ୟବଧାନ ପରେ ପୁଣିଥରେ ରେଡିଓକଲାର୍‌ ଲଗାଇବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ‘ରାମୁ’ ଆକ୍ରମଣରେ ଏକାଧିକ ବନ କର୍ମଚାରୀ ଆହତ ହୋଇଥିଲେ। ସେବେଠାରୁ ଚନ୍ଦକା ଅଭୟାରଣ୍ୟରେ ରେଡିଓକଲାର୍‌ ଲଗାଇବା ଯୋଜନା ବନ୍ଦ ରହିଥିଲା। ବିଦ୍ୟୁତ୍‌ ଆଘାତରେ ‘ରାମୁ’ର ଜୀବନ ଚାଲିଯିବା ପରେ ଅଭୟାରଣ୍ୟର ଅନ୍ୟତମ ଦନ୍ତାହାତୀ ‘ପଲଙ୍କ’ ବେକରେ ରେଡିଓକଲାର୍‌ ଲଗାଇବାକୁ ବନ ବିଭାଗ ଯୋଜନା କରିଥିଲା। ଦୁଇ ଦିନ ହେଲା ଅଭୟାରଣ୍ୟ କର୍ମଚାରୀଙ୍କ ସମେତ ଓୟୁଏଟି ଓ ନନ୍ଦନକାନନ ବିଶେଷଜ୍ଞ ‘ପଲଙ୍କ’ ପଛରେ ପଡ଼ିବା ସହ ଗତକାଲି ବିଳମ୍ବିତ ରାତିରେ ଟ୍ରାଙ୍କୁଲାଇଜ୍‌ କରି ରେଡିଓକଲାର୍‌ ଲଗାଇବାରେ ସଫଳ ହୋଇଥିଲେ। ଏଥିସହ ରାତାରାତି ‘ପଲଙ୍କ’ଙ୍କୁ ସ୍ଥାନାନ୍ତର ଦିଗରେ ଗୁରୁତ୍ବ ଦିଆଯାଇଥିଲା। ଦନ୍ତାର ଚେତା ଫେରିବା ପୂର୍ବରୁ ସ୍ବତନ୍ତ୍ର ଗାଡ଼ିରେ ତାକୁ ସାତକୋଶିଆ ଅଭୟାରଣ୍ୟକୁ ସ୍ଥାନାନ୍ତର କରିଥିଲା ବନ ବିଭାଗ। ଆଜି ସକାଳୁ ସକାଳୁ ହାତୀଟିକୁ ଅନୁଗୁଳ ପାର୍ଶ୍ବ ସାତକୋଶିଆ ଅଭୟାରଣ୍ୟ ଭିତରେ ଛଡ଼ାଯାଇଛି। ତାହାର ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ନେଇ ଚନ୍ଦକା ଡିଏଫ୍‌ଓ ବିନୋଦ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

680 new startups: ୨ ବର୍ଷରେ ୬୮୦ ନୂଆ ଷ୍ଟାର୍ଟଅପ୍‌: ପଛୁଆ ଜିଲ୍ଲାରେ କାଁ ଭାଁ

ରେଡିଓକଲାର୍‌ ମାଧ୍ୟମରେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଉଛି। ତେବେ ‘ପଲଙ୍କ’ କ୍ଷେତ୍ରରେ ଭିନ୍ନତା ଦେଖିବାକୁ ମିଳିଛି। ରେଡିଓକଲାର୍‌ ଲଗାଯିବା ପରେ ତାକୁ ଅନ୍ୟ ଜଙ୍ଗଲକୁ ସ୍ଥାନାନ୍ତର ପଛର କାରଣ କ’ଣ ବୋଲି ବିଶେଷଜ୍ଞମାନେ ପ୍ରଶ୍ନ କରିଛନ୍ତି। ସେମାନଙ୍କ କହିବା କଥା ହେଉଛି, ‘ପଲଙ୍କ’ ସେଭଳି ଦୁର୍ଦ୍ଦାନ୍ତ ନ ଥିଲା। ‘ରାମୁ’ ଭଳି କାହାର କ୍ଷତି କରୁ ନ ଥିଲା କି ରାଜଧାନୀ ଭିତରକୁ ପ୍ରବେଶ କରୁ ନ ଥିଲା।  ତା’ସତ୍ତ୍ବେ ମଧ୍ୟ କାହିଁକି ଅନ୍ୟ ଜଙ୍ଗଲକୁ ସ୍ଥାନାନ୍ତର କରାଗଲା ତାହା ସନ୍ଦେହ ଘେରରେ ରହିଛି। ତେବେ ଏନେଇ ଡିଏଫ୍‌ଓ ଶ୍ରୀ ଆଚାର୍ଯ୍ୟ କୌଣସି ସୂଚନା ଦେଇ ନାହାନ୍ତି। ଯୋଜନା ଅନୁଯାୟୀ ଓଡ଼ିଶା ଜଙ୍ଗଲରେ ଥିବା ଉତ୍ପାତିଆ ହାତୀଙ୍କୁ ସାବାଡ୍‌ କରିବାକୁ ହାତୀଙ୍କ ପ୍ରୋଫାଇଲ ପ୍ରସ୍ତୁତ ହୋଇଛି। ଯେଉଁଥିରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଦୁଇଟି ହାତୀ ରହିଛନ୍ତି, ଯେଉଁମାନଙ୍କ ପ୍ରୋଫାଇଲିଂ କରାଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଉତ୍ପାତିଆ ହାତୀଙ୍କ ଦ୍ବାରା ବହୁ ଧନଜୀବନ ନଷ୍ଟ ହେଉଛି।

Land acquisition: ଅଚଳ ହୋଇଯିବ ଜମିଜମା କାର୍ଯ୍ୟ: ରାଜସ୍ବ ପର୍ଷଦ ଓ ବନ୍ଦୋବସ୍ତ କାର୍ଯ୍ୟାଳୟର ସମ୍ପତ୍ତି ଆଟାଚ୍‌ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

କେତେକ ସ୍ଥାନରେ ହାତୀମାନେ ମଧ୍ୟ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଏଭଳି ସମସ୍ୟା ଏଡ଼ାଇବା ସହ ଜଙ୍ଗଲରେ ହାତୀଙ୍କ ଗତିବିଧି ଓ ସେମାନଙ୍କ ବାସସ୍ଥଳୀ ଉପରେ ନଜର ରଖିବାକୁ ‌ଡ୍ରୋନ୍‌ ମୁତୟନ ହୋଇଛି। ଏବେ ଦନ୍ତାହାତୀଙ୍କ ବେକରେ ରେଡିଓକଲାର୍ ଖଞ୍ଜାଯାଇ ସେମାନଙ୍କ ଗତିବିଧି ଓ ଆଚରଣ ନିରୀକ୍ଷଣ କରାଯିବା ଉପରେ ପ୍ରାଥମିକତା ଦିଆଯାଉଥିବା ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe