Pan at the wedding: ବିବାହ ଭୋଜିରେ ‘ପାନ’: ଭୋଜି ଡେଜର୍ଟରେ ଖାଦ୍ୟ ହଜମକାରୀ ପାନ

ଭୁବନେଶ୍ବର: ପାନ...। ଭାରତୀୟ ପରମ୍ପରାରେ ଏହାର ରହିଛି ସ୍ବତନ୍ତ୍ର ଗୁରୁତ୍ବ। କାହିଁ କେଉଁ କାଳରୁ ଏହା ଆମ ସହ ଜଡ଼ିତ। କେବେ ପୂଜା ଥାଳିରେ, ପୁଣି କେବେ ବନ୍ଧୁ ନିମନ୍ତ୍ରଣରେ; ପାନର ରହିଛି ସ୍ବତନ୍ତ୍ର ସ୍ଥାନ।

dagdaddg

ଭୁବନେଶ୍ବର: ପାନ...। ଭାରତୀୟ ପରମ୍ପରାରେ ଏହାର ରହିଛି ସ୍ବତନ୍ତ୍ର ଗୁରୁତ୍ବ। କାହିଁ କେଉଁ କାଳରୁ ଏହା ଆମ ସହ ଜଡ଼ିତ। କେବେ ପୂଜା ଥାଳିରେ, ପୁଣି କେବେ ବନ୍ଧୁ ନିମନ୍ତ୍ରଣରେ; ପାନର ରହିଛି ସ୍ବତନ୍ତ୍ର ସ୍ଥାନ। ତେବେ ବିବାହ ସମୟରେ ପାନ, ଗୁଆର ଗୁରୁତ୍ବ ବଢ଼ିଯାଉଥିବା ବେଳେ ଏବେ ବରଯାତ୍ରୀଙ୍କୁ ସ୍ବାଗତ ଓ ଭୋଜି ଖାଇ ସାରିବା ପରେ ମାଉଥ୍‌ ଫ୍ରେସ୍‌ନର୍‌ ଭାବେ ପାନର ବ୍ୟବହାର ବେଶ୍‌ ଚାହିଦାରେ ରହିଛି। ‌କାହିଁ କେଉଁ କାଳରୁ ରାଜାରାଜୁଡ଼ାଙ୍କ ସମୟରେ ‘ପାନ’ ମାଉଥ୍‌ ଫ୍ରେସନର୍‌ ରୂପେ କାମ କରି ଆସିଥିବା ବେଳେ ରାଣୀଙ୍କ ପାଇଁ ପାରମ୍ପରିକ ଲିପ୍‌ଷ୍ଟିକ୍‌ର ଭୂମିକା ତୁଲାଉଥିଲା। ମୋଗଲ ବେଗମ୍‌ମାନେ ଓଠକୁ ଲାଲ୍‌ କରିବା ପାଇଁ ପାନର ବ୍ୟବହାର କରୁଥିଲେ ବୋଲି ଇତିହାସ ରହିଛି। ସେହିପରି ବାତ୍ସାୟନ ମଧ୍ୟ ନାରୀର ଷୋହଳ ଶୃଙ୍ଗାରରେ ପ‌ାନର ବର୍ଣ୍ଣନା କରିଛନ୍ତି। ଏବେ ହୁଏ ତ ପାନ ନାରୀ ଶୃଙ୍ଗାରର ଅଂଶ ନୁହେଁ, କିନ୍ତୁ ବିବାହ, ଜନ୍ମଦିନ, ବ୍ରତଘର ପାର୍ଟି ହେଉ ବା ହୋଟେଲର ଡେଜର୍ଟ ମେନ୍ୟୁରେ ପାନ ଏକ ସ୍ବତନ୍ତ୍ର ସ୍ଥା‌ନ ସୃଷ୍ଟି କରିପାରିଛି। ଏଥିପାଇଁ ପାନ ବ୍ୟବସାୟୀମାନେ ରକମରକମ ପାନ ଗ୍ରାହକଙ୍କୁ ପରସି ଦେଉଥିବା ବେଳେ ପ୍ରତିଟି ବିବାହ ଭୋଜିରେ ଭଳିକିଭଳି ପାନ ଭରି ରହିଛି। 

ଆମିଷିଆ ପାଟିକୁ ତାଜା କରିବାକୁ ମିଠା ପାନ

ବିଦେଶରେ ରହି ବି ଭାରତୀୟ ପରମ୍ପରା ଭୁଲି ନାହାନ୍ତି ପ୍ରିୟଙ୍କା, ବାପାଙ୍କ ମୃତ୍ୟୁ ବାର୍ଷିକୀରେ ଝିଅ ସହ କଲେ ପୂଜା

‘ମିଠା ପାନ’ର ଆଦର ସବୁବେଳେ ରହିଛି। ନଡ଼ିଆ କୋରା, ଟୁଟିଫୁଟି, କ୍ୟାଣ୍ଡିଡ୍‌ ଫ୍ରୁଟ୍‌, ଗୁଲ୍‌କନ୍ଦ, ଗୁଜରାତି, ଗୁଆ ଓ ଲବଙ୍ଗ ଆଦିକୁ ସୁନ୍ଦର ଭାବେ ପାନପତ୍ରରେ ଭାଙ୍ଗି ବିବାହ ଭୋଜିରେ ପରଷା ଯାଉଛି। ଏହା ପାଟିକୁ ତାଜା ଅନୁଭବ ଦେବା ସହ ଖାଦ୍ୟ ହଜମରେ ସାହାଯ୍ୟ କରେ। ବିଶେଷ କରି ଆମିଷ ଖାଇବା ପରେ ମୁଖସୁଗନ୍ଧ ପାଇଁ ଏହାର ଆଦର ଅଧିକ ରହିଛି। ଏପରିକି ବରଯାତ୍ରୀଙ୍କ ସ୍ବାଗତ ପାଇଁ ମିଠା ପାନ ପରସା ଯାଉଛି। ଏବେ ମିଠା ପାନର ଭିନ୍ନଭିନ୍ନ ରକମ ବିବାହ ଭୋଜିରେ ଉପଲବ୍ଧ ହେଉଛି। ମହାରାଜା ପାନ, ସିଲ୍କ ପାନ, ଦିଲ୍‌ୱାଲା ପାନ, ରାଜଭୋଗ ପାନ, ଦିଲ୍‌ଖୁସ୍‌ ପାନ, ପାନ କୁଲ୍‌ଫି, ଲଡ୍ଡୁପାନ, ଥଣ୍ଡା ଓ ଗରମ ଅନୁଭୂତି ପାଇଁ ଆଇସ୍‌ ଓ ଫାୟାର୍‌ ପାନ, ଛୁଆଙ୍କ ପାଇଁ ଡାର୍କ ଚକୋଲେଟ୍‌ ପାନ, ଆଲ୍‌ଫୋନ୍‌ସୋ ମ୍ୟାଙ୍ଗୋ ପାନ, ଷ୍ଟବେରି ପାନ, ହ୍ବାଇଟ୍‌ କୋକୋ ପାନ, ବାସୁମତୀ ପାନ, ବିଭିନ୍ନ ଫଳ ଫ୍ଲେବର୍‌ ଥିବା ପାନ ଓ ସ୍ବାସ୍ଥ୍ୟ ସଚେତନ ସହରିଆଙ୍କ ପାଇଁ ରହିଛି ଡାଏଟ୍‌ ସାଧା ପାନ। ରାଜଧାନୀରେ ପ୍ରାୟ ୧୦୦ରୁ ଅଧିକ ରକମର ପାନ ଏବେ ଉପଲବ୍ଧ ହେଉଥିବା ବେଳେ ବରଯାତ୍ରୀ ଅଭ୍ୟର୍ଥନା ପାଇଁ ଏହା ବ୍ୟବହୃତ ହେଉଛି।

Kotia: ସର୍ଭେ କରିବାକୁ କୋଟିଆ ଆସିଥିଲେ, ଅପଦସ୍ଥ ହୋଇ ଫେରିଲେ: ଆନ୍ଧ୍ର ବାବୁଙ୍କୁ ତଡ଼ିଲେ ପଟାଙ୍ଗି ବିଡିଓ

ଭୋଜି ଡେଜର୍ଟରେ ଖାଦ୍ୟ ହଜମକାରୀ ପାନ
ପାନୁଆଙ୍କୁ ସର୍ବସାଧାରଣ ସ୍ଥାନରେ ପ୍ରବଳ ବିରୋଧ ହୁଏ। ବାହାରେ ପାନଛେପ ପକାଇଲେ ଲୋକ ଘୃଣା କରନ୍ତି। ଏହାର ସମାଧାନସ୍ବରୂପ ବିବାହ ଭୋଜିରେ ଏବେ ମିଳୁଛି ତମାଖୁମୁକ୍ତ ପାନ। ବିଭିନ୍ନ ଗୁଣକାରୀ ମସଲା, ଡ୍ରାଏ ଫ୍ରୁଟ୍‌ ଓ ଖାଦ୍ୟ ହଜମକାରୀ ପୋଷ‌କ ତତ୍ତ୍ବରେ ଏହା ପରିପୂର୍ଣ୍ଣ। ବଡ଼ କଥା, ଏହି ପାନ ଖାଇ ଛେପ ପକାଇବାକୁ ପଡ଼ିବ ନାହିଁ।ଏମିତିଆ ପାନ ଏବେ ରାଜଧାନୀର ପ୍ରତି ହୋଟେଲ ଓ ଭୋଜିର ଡେଜର୍ଟରେ ସ୍ଥାନ ପାଉଛି। ଏଣୁ କୌଣସି ଭୋଜିକୁ କ୍ୟାଟରିଂ ସଂସ୍ଥା ପାନ ନେଇ ଯିବାକୁ ଭୁଲନ୍ତି ନାହିଁ। ତମାଖୁମୁକ୍ତ ଏହି ପାନର ବହୁ ଔଷଧୀୟ ଗୁଣ ତଥା ଭିଟାମିନ୍‌-ସି, ଥାୟାମାଇନ୍‌, ନିଆସିନ୍‌, ରାବୋଫ୍ଲାବିନ୍‌ ତଥ‌ା କାରୋଟିନ୍‌ ଓ କ୍ୟାଲ୍‌ସିୟମ୍‌ରେ ଭର୍ତ୍ତି ଥିବାରୁ କେହି ମୁହଁ ମୋଡ଼ନ୍ତି ନାହିଁ।

ପିଲାଙ୍କ ପାଇଁ ଚକୋଲେଟ୍‌, ଫ୍ରୁଟ୍‌ ଫ୍ଲେଭର୍‌
ଖାଲି ବଡ଼ ଲୋକଙ୍କ ପାଇଁ ନୁହେଁ, ଛୁଆଙ୍କ ପାଇଁ ବି ରକମ ରକମର ପାନ ଭୋଜିରେ ଉପଲବ୍ଧ ହେଲାଣି। ବିଭିନ୍ନ ଚକୋଲେଟ୍‌ ଫ୍ଲେଭର୍‌ ସହ ଫଳ ଫ୍ଲେଭର୍‌ ଛୋଟ ପିଲା, କିଶୋରକିଶୋରୀଙ୍କୁ ଭୋଜିରେ ଆକର୍ଷିତ କରୁଛି। ଚକୋଲେଟ୍‌ ସିରପ୍‌ ବା ଚକୋଲେଟ୍‌ ଚିପ୍ସ୍‌ରେ ତିଆରି ଚକୋଲେଟ୍‌ ପାନ ଉଭୟ ଛୋଟପିଲା ଓ ଯୁବତୀଙ୍କ ମଧ୍ୟରେ ବେଶ୍‌ ଚାହିଦାରେ ରହିଛି। ଏଥିସହ କୋକୋ ପାନ୍, କିଟ୍‌କାଟ୍‌ ପାନ, ଚୁସ୍‌କି ପାନ, ପାନ ସଟ୍‌ସ୍‌, ପାନ ସେକ୍‌, ପାନ ଲସି, ରସ୍‌ମଲାଇ ପାନ, ରାବିଡ୍‌ ପାନ ସହ ଷ୍ଟେବେରି, ସପୁରୀ, ବଟରସ୍କ୍ରଚ୍‌ ଓ ସାଣ୍ଡାଲ୍‌ଉଡ୍‌ ଆଦି ପାନର ସ୍ବତନ୍ତ୍ର ଗ୍ରାହକ ଅଛନ୍ତି। ଖଣ୍ଡଗିରିସ୍ଥିତ ବନାରସି ପାନ ଭଣ୍ଡାରର ସ୍ବତ୍ବାଧିକାରୀ ରମାକାନ୍ତ ସେନାପତି କହନ୍ତି, ରଜ, ଦୀପାବଳି ସମୟରେ କାହାକୁ ଉପହାର ଦେବା ପାଇଁ ପ‌ାନର ଚାହିଦା ରହିଥିବା ବେଳେ ଏବେ ବିବାହରେ ଡେଜର୍ଟରେ ବି ପାନ ଖୋଜା ପଡ଼ିଲାଣି। ୫ବର୍ଷ ହେଲା ରାଜଧାନୀରେ ଧୀରେଧୀରେ ଫ୍ଲେଭର୍‌ ପାନର ଆଦର ବଢ଼ୁଥିବାରୁ ଆମେ ୧୦୦ରୁ ଅଧିକ ତମାଖୁମୁକ୍ତ ପାନ ପ୍ରସ୍ତୁତ କରୁଛୁ। ବିବାହରେ ଏହାର ଚାହିଦା ବଢ଼ୁଛି। ବିଶେଷ କରି ପାନ ଏବେ ସମ୍ଭ୍ରାନ୍ତ ଶ୍ରେଣୀର ଏକ ଅଂଶ ହୋଇଯାଇଥିବାରୁ ବଡ଼ ବଡ଼ ବିବାହ ଓ ରିସେପ୍‌ସନ୍‌ ପାର୍ଟିରେ ପାନକୁ ସ୍ବାଗତ ଓ ଡେଜର୍ଟରେ ପରସା ଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe