ଭୁବନେଶ୍ବର: ବରମୁଣ୍ଡା ବାବା ସାହେବ ଭୀମରାଓ ବସ୍ ଟର୍ମିନାଲ୍ ରାଜ୍ୟର ସବୁଠୁ ବଡ଼ ବସ୍ଷ୍ଟାଣ୍ଡ୍। ରାଜ୍ୟ ତଥା ରାଜ୍ୟ ବାହାରୁ ଦୈନିକ ହଜାର ହଜାର ସଂଖ୍ୟାରେ ଯାତ୍ରୀ ଏଠାକୁ ଆସୁଛନ୍ତି ଓ ଏଠାରୁ ଅନ୍ୟତ୍ର ଯାତ୍ରା କରୁଛନ୍ତି। କିନ୍ତୁ ଏଠାରେ ଯାତ୍ରୀ ସେବାକୁ ନେଇ ଅବ୍ୟବସ୍ଥା ଦିନକୁ ଦିନ ବଢ଼ିଚାଲିଛି। ଟ୍ରାଫିକ୍ ଯନ୍ତ୍ରଣା ଏଠାରେ ଏବେ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି। କଡ଼ା ଆଭିମୁଖ୍ୟ ପୋଷଣ କରାଯାଉନଥିବାରୁ ଅମାନିଆ ବସ୍ଚାଳକ, ଠେଲାଗାଡ଼ି ରାସ୍ତାକୁ ମାଡ଼ି ବସୁଛନ୍ତି। ମନଇଚ୍ଛା ରାସ୍ତାରେ ଗାଡ଼ି ରଖି ଯାତ୍ରୀ ଉଠାଇ ଭିଡ଼ ବଢ଼ାଉଛନ୍ତି। ସେପଟେ ବୋଝ ଉପରେ ନଳିତା ବିଡ଼ା ସାଜିଛି ଅବ୍ୟବସ୍ଥିତ ପାର୍କିଂ। ଏବେ ଦୁଇଚକିଆମାନେ ପ୍ରବେଶ ପଥରେ ଅବ୍ୟବସ୍ଥିତ ଭାବେ ନୋ ପାର୍କିଂ ଅଞ୍ଚଳରେ ପାର୍କିଂ କରୁଛନ୍ତି। ଏଣୁ ଯାତ୍ରୀମାନେ କଲବଲ ହେଉଛନ୍ତି।
Weekly Horoscope: ଜାଣନ୍ତୁ ଏ ସପ୍ତାହର ରାଶିଫଳ
ପୂର୍ବରୁ ବରମୁଣ୍ଡା ବସ୍ଷ୍ଟାଣ୍ଡ୍ କାଦୁଅ ପଚପଚ ଥିଲା। ଏଣେତେଣେ ଗାଡ଼ି ପାର୍କିଂ ହେଉଥିଲା ଓ ଦୋକାନବଜାର ଖୋଲିଥିଲା। ରାଜ୍ୟ ସରକାର ବରମୁଣ୍ଡା ବସ୍ଷ୍ଟାଣ୍ଡ୍କୁ ବାବା ସାହେବ ଭୀମରାଓ ବସ୍ ଟର୍ମିନାଲ୍ ନାମରେ ବିକଶିତ କଲେ। ବସ୍ଷ୍ଟାଣ୍ଡ୍କୁ ଅତ୍ୟାଧୁନିକ ରୂପ ଦିଆଗଲା। ଦୋକାନୀଙ୍କୁ ବ୍ୟବସ୍ଥିତ କରିବାକୁ ଦୋକାନଘର, ଯାତ୍ରୀ ଅପେକ୍ଷାଗୃହ ଆଦିର ବ୍ୟବସ୍ଥା ହେଲା। ଟ୍ରାଫିକ୍ ସମସ୍ୟା ଦୂର ପାଇଁ ଚାରିଚକିଆ, ତିନିଚକିଆ ଓ ଦୁଇଚକିଆ ପାର୍କିଂ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ହେଲା। ଏବେ ଏଠାରୁ ଦୈନିକ ୧୫ଶହରୁ ଅଧିକ ରାଜ୍ୟ ଓ ଆନ୍ତଃରାଜ୍ୟ ବସ୍ ଚଳାଚଳ କରୁଛି। ୨୦ହଜାରରୁ ଅଧିକ ଯାତ୍ରୀ ବସ୍ଷ୍ଟାଣ୍ଡ୍ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଜଗାରଖା ଅଭାବରୁ ଟ୍ରାଫିକ୍ ସମସ୍ୟା ବଢ଼ିବାରେ ଲାଗିଛି। ନୋ ପାର୍କିଂ ଜୋନ୍ରେ ମନଇଛା ଗାଡ଼ି ପାର୍କିଂ ହେଉଛି। ବସ୍ଷ୍ଟାଣ୍ଡ୍ ପ୍ରବେଶପଥରେ ଚାରିଚକିଆ, ତିନିଚକିଆ ଓ ଦୁଇଚକିଆ ପାର୍କିଂ କରାଯାଇଛି। ଶହ ଶହ ସଂଖ୍ୟାରେ ଦୁଇଚକିଆ ଗାଡ଼ି ଏବେ ପ୍ରବେଶ ପଥ ରାସ୍ତା ଉପରେ ମନଇଛା ପାର୍କିଂ ହେଉଛି।
ଏଣୁ ଯଦି କୌଣସି ଯାତ୍ରୀ ଚାରିଚକିଆ ଅବା ତିନିଚକିଆ ଗାଡ଼ିରେ ଆସୁଛନ୍ତି, ସେମାନେ ଗାଡ଼ି ନେବା ଓ ବୁଲାଇବା ବେଳେ ଅସୁବିଧାରେ ପଡ଼ୁଛନ୍ତି। ଦୁଇଚକିଆ ଗାଡ଼ି ଏତେ ରାସ୍ତା ମାଡ଼ି ବସୁଛି ଯେ ଏକ ଚାରଚକିଆ, ତିନିଚକିଆ ଗାଡ଼ି ପଶିପାରୁନି। ଏପଟେ କିନ୍ତୁ ପାର୍କିଂ ସ୍ଥାନ ସଂପୂର୍ଣ୍ଣ ଖାଲି ପଡ଼ୁଛି। ପୂର୍ବରୁ ନିୟୋଜିତ ସିକ୍ୟୁରିଟି ଗାର୍ଡମାନେ ଏହା ଦେଖୁଥିଲେ, ନୋ ପାର୍କିଂରେ ଗାଡ଼ି ରଖାଇ ଦେଉ ନଥିଲେ। କିନ୍ତୁ ଏବେ ସିକ୍ୟୁରିଟି ଗାର୍ଡମାନେ ଏଥିରେ ମୁଣ୍ଡ ଖେଳାଉନାହାନ୍ତି। ଅଧିକାରୀମାନେ ବି କିଛି କହୁନଥିବାରୁ ନୋ ପାର୍କିଂର ଯନ୍ତ୍ରଣା ବଢ଼ିଚାଲିଛି। ଦାୟିତ୍ବରେ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ପଚାରିବାରେ କହିଛନ୍ତି, ଚାଳକମାନେ କହିଲେ ବି ଶୁଣୁନାହାନ୍ତି। ଓଲଟା ଗଣ୍ଡଗୋଳ କରୁଛନ୍ତି। ଏଣୁ ନିରବ ରହିବାକୁ ବାଧ୍ୟ ହେଉଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/04/sffhsfhhhf-2026-01-04-01-27-23.jpg)