ଚନ୍ଦ୍ରଶେଖରପୁର: ରାସ୍ତା ସାରା ଖାଲ। ଗାଡ଼ି ଗଡ଼ିବା ଦୂରର କଥା, ଖାଲ୍ରେ ପଡ଼ିବା ମାତ୍ରେ ବାଇକ୍ର ଅଖଚକ ଦୋହଲି ଯାଉଛି। ଚାରିଚକିଆ ଯାନ କଷ୍ଟେମଷ୍ଟେ ରାସ୍ତା ପାର୍ ହେଉଛି। ଏହା କୌଣସି ଉପାନ୍ତ ରାସ୍ତା ନୁହେଁ, ବରଂ ରାଜଧାନୀ ଛାତି ଉପରେ ଥିବା ସୈନିକ ସ୍କୁଲରୁ ଆଚାର୍ଯ୍ୟବିହାରକୁ ସଂଯୋଗ କରୁଥିବା ରାସ୍ତାରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ପ୍ରତିଦିନ ଶହ ଶହ ସରକାରୀ ଅଧିକାରୀ ଏହି ରାସ୍ତାରେ ଯିବା ଆସିବା କରୁଥିଲେ ମଧ୍ୟ ଏଥିପ୍ରତି କାହାରି ନିଘା ନଥିଲା। ପରିଣାମ ସ୍ବରୂପ ପ୍ରତିଦିନ ୨ରୁ ୪ଟି ସଡ଼କ ଦୁର୍ଘଟଣା ହେଉଛି। ମାସକ ମଧ୍ୟରେ ପାଖାପାଖି ୨୫ ଜଣ ଆହତ ହୋଇଥିବା ସ୍ଥାନୀୟ ଅଞ୍ଚଳର ଲୋକେ କହିଛନ୍ତି। ଶେଷରେ ଆଜି ପୂର୍ତ୍ତ ବିଭାଗ ଏହାର ମରାମତି ଆରମ୍ଭ କରିଛି। ଦିନ ଦିପହରରେ ଏହାର ମରାମତି ପାଇଁ ରାସ୍ତାକୁ ୱାନ୍ ୱେ କରି ଦିଆଯିବାରୁ ଶହଶହ ଗାଡ଼ିମୋଟର ଟ୍ରାଫିକ୍ ଯାଞ୍ଚ୍ରେ ଫସି ଦହଗଞ୍ଜ ହୋଇଛନ୍ତି।
Winter: ଶୀତ ଏବେ କମିବାର ନାହିଁ: କୋରାପୁଟରେ ୪.୮ ଡିଗ୍ରି
ଭାରତୀୟ ରୋଡ୍ କଂଗ୍ରେସ(ଆଇଆରସି) ସମୟରେ ଏହି ରାସ୍ତାରେ ପରୀକ୍ଷାମୂଳକ ଭାବେ ହ୍ବାଇଟ୍ ଟପିଙ୍ଗ ଫର୍ମୁଲା ରାସ୍ତା ନିର୍ମାଣ କରାଯାଉଥିଲା। ସୈନିକ ସ୍କୁଲରୁ ଆଚାର୍ଯ୍ୟ ବିହାର ମଧ୍ୟରେ ଦୁଇ କିଲୋମିଟର ରାସ୍ତା ମଝିରେ ଉତ୍କଳ ବିଶ୍ବବିଦ୍ୟାଳୟ ଦୁଇ ନମ୍ବର ଫାଟକ ନିକଟରେ ୨୦୦ ମିଟର ହ୍ବାଇଟ୍ ଟପିଙ୍ଗ ଫର୍ମୁଲାରେ ରାସ୍ତା ନିର୍ମାଣ ହେଉଥିଲା। ରାସ୍ତାରେ ଉଚ୍ଚ ଶକ୍ତିସମ୍ପନ୍ନ ସିମେଣ୍ଟ କଂକ୍ରିଟ୍ ବିଛାଯିବାକୁ ପ୍ରକ୍ରିୟା ହୋଇଥିଲା। ରାସ୍ତା ମଝିରେ ବ୍ୟାରିକେଡ୍ ଲଗାଯାଇ କାମ ଅଗ୍ରଗତି କରିଥିଲା। ପରୀକ୍ଷାମୂଳକ ଭାବେ ଏହା ହୋଇଥିଲା। ପିଚୁକୁ ଦେଢ଼ ଇଞ୍ଚ ଖୋଳାଯାଇଥିଲା। କିନ୍ତୁ ରାସ୍ତାରେ ପ୍ରବଳ ଭିଡ଼ କାରଣରୁ ଶେଷ ମୁହୂର୍ତ୍ତରେ କାମ ସ୍ଥଗିତ ରଖାଯାଇଥିଲା।
Additional Security Deposit: ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କଲା କଂଗ୍ରେସ
ସେତେବେଳେ ଅଧିକାରୀମାନେ କହିଥିଲେ ଯେ ସୈନିକ ସ୍କୁଲରୁ ଆଚାର୍ଯ୍ୟବିହାର ଛକ ଯାଏ ରାସ୍ତାକୁ ହ୍ବାଇଟ୍ ଟପିଙ୍ଗ ଟେକ୍ନୋଲୋଜିରେ ତିଆରି କରାଯିବ। ଆଇଆର୍ସି ବୈଷୟିକ ଅଧିବେଶନରେ ଏହି ଟେକ୍ନୋଲୋଜି ଉପରେ ଆଲୋଚନା ହୋଇଥିଲା। ଏହି ଟେକ୍ନୋଲୋଜି ବିଦେଶରେ ବହୁଳ ଭାବେ ବ୍ୟବହାର ହେଉଥିବାରୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଅଧୀନରେ ଥିବା ସେଣ୍ଟ୍ରାଲ ରୋଡ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ (ସିଆର୍ଆର୍ଆଇ) ଗବେଷଣା ପରେ ଏହି ଟେକ୍ନିଲୋଜିକୁ ଅନୁମତି ଦେଇଥିଲା। ଏହି ଟେକ୍ନୋଲୋଜିକୁ ରାଜ୍ୟ ସମସ୍ତ ସହରରେ ଲାଗୁ କରିବାକୁ ପୂର୍ତ୍ତ ବିଭାଗ ଯୋଜନା କରିଥିବା କୁହାଯାଇଥିଲା। ହେଲେ କାମ ଅଧାରେ ଅଟକି ଯାଇଥିଲା। ପ୍ରାୟ ଏକ ମାସରୁ ଅଧିକ ସମୟ ଧରି ଏହି ବ୍ୟସ୍ତବହୁଳ ରାସ୍ତାରେ ଲୋକେ ହଇରାଣ ହେବା ପରେ ଆଜି ପୂର୍ତ୍ତ ବିଭାଗର ନିଦ ଭାଙ୍ଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/27/dgadgdczcv-2025-12-27-03-25-20.jpg)