People chased: ଲୋକେ ଗୋଡ଼ାଇଲେ, ବାଲି ମାଫିଆ ଦୌଡ଼ିଲେ

Advertisment

ପ୍ରାଚୀ ନଦୀ ଶଯ୍ୟାରୁ ଚାଲିଛି ଶହା ଶହ ଟ୍ରିପ୍‌ ବେଆଇନ ବାଲି ଚାଲାଣ। ବାଲି ଖୋଳା ଯାଉଥିବାରୁ ନଦୀର ଗତିପଥ ଉପରେ ମଧ୍ୟ ଏହା ପ୍ରଭାବ ପକାଉଛି। ଅନ୍ୟପକ୍ଷରେ ଏହା ଜମି....

ପ୍ରାଚୀ ନଦୀ ଶଯ୍ୟାରୁ ଚାଲିଛି ଶହା ଶହ ଟ୍ରିପ୍‌ ବେଆଇନ ବାଲି ଚାଲାଣ। ବାଲି ଖୋଳା ଯାଉଥିବାରୁ ନଦୀର ଗତିପଥ ଉପରେ ମଧ୍ୟ ଏହା ପ୍ରଭାବ ପକାଉଛି। ଅନ୍ୟପକ୍ଷରେ ଏହା ଜମି....

Untitled-3

ବାଲିପାଟଣା: ପ୍ରାଚୀ ନଦୀ ଶଯ୍ୟାରୁ ଚାଲିଛି ଶହା ଶହ ଟ୍ରିପ୍‌ ବେଆଇନ ବାଲି ଚାଲାଣ। ବାଲି ଖୋଳା ଯାଉଥିବାରୁ ନଦୀର ଗତିପଥ ଉପରେ ମଧ୍ୟ ଏହା ପ୍ରଭାବ ପକାଉଛି। ଅନ୍ୟପକ୍ଷରେ ଏହା ଜମି ମାଫିଆଙ୍କୁ ମଧ୍ୟ ସୁହାଉଛି। ତେବେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବାରମ୍ବାର ବିରୋଧ ସତ୍ତ୍ବେ ବାଲି ମାଫିଆ ନ ଚେତିବାରୁ ଗତକାଲି ରାତିରେ ବାଲିପାଟଣା ତହସିଲ ଅଧୀନ ବାଙ୍କୁଆ ନିକଟ ପ୍ରାଚୀ ନଦୀରୁ ରାତି ଅଧରେ ବାଲି ଚୋରା ଚାଲାଣକୁ ରୋକିଥିଲେ ଗ୍ରାମବାସୀ। ସ୍ଥାନୀୟ ଅଞ୍ଚଳର କିଛି ସଚେତନ ନାଗରିକ ଗୋଡ଼ା‌ଇ ଗୋଡ଼ାଇ ଜେସିବ ମେସିନ୍ ଓ ବାଲି ବୋଝେଇ ଟ୍ରାକ୍ଟର୍‌ ଭିଡିଓ ଭାଇରାଲ୍‌ କରିବା ପରେ ସେ ଜାଗା ଛାଡ଼ି ଚାଲିଯାଇଥିଲେ ବାଲି ମାଫିଆ। ଫଳରେ ଉଠାଣ ବନ୍ଦ ହୋଇଥିଲା। ନିଆଳି ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜାଗା ପୋତା କାମରେ ଏଠାରୁ ଉଠାଯାଉଥିବା ବାଲି ଲାଗୁଥିବା ଅଭିଯୋଗ ହୋଇଥିଲା।

Assembly: ସପ୍ତାହକ ପରେ ଅଚଳାବସ୍ଥା: ଆଲୋଚନା ପାଇଁ ସୁଯୋଗ ନ ମିଳିବାରୁ ପ୍ରତିବାଦ

ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ନିଆଳି ତହସିଲ ନୂଆଗାଁ ମୈlଜା ଓ ବାଲିପାଟଣା ତହସିଲ ଆମାଣାକୁଦ ମୈlଜାର ନୂଆଗାଁ କଲେଜ ନିକଟରେ ପ୍ରାଚୀ ନଦୀରୁ ଜେସିବି ଓ ଟ୍ରାକ୍ଟର ଲଗାଇ ରାତିଅଧିଆ ମାଫିଆମାନେ ବାଲି ଓ ମାଟି ଖୋଳି ନେଉଥିଲେ। ଗତକାଲି ରାତିରେ ଦୁଇଟି ଜେସିବ ମେସିନ୍ ଲଗାଇ ଦଶ ବାରଟି ଟ୍ରାକ୍ଟର୍‌ରେ ବାଲି ବୋହି ନେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ। ଫଳରେ ବାଲିଚାଲାଣ ହୋଇ ପାରି ନଥିଲା। ମାଫିଆମାନେ ଛତ୍ରଭଙ୍ଗ ଦେଇଥିଲେ। ଅନ୍ୟପକ୍ଷରେ ପ୍ରଶାସନ କାହିଁକି ଏଭଳି ପଦକ୍ଷେପ ନେଇ ପାରୁ ନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇେଛନ୍ତି। ବାଲି ଚୋରାଚାଲାଣ ନେଇ ବାଲିପାଟଣା ତହସିଲଦାର କଳ୍ପନା ଦାସଙ୍କୁ ପଚରାଯିବାରେ ସେ କହିଛନ୍ତି ପ୍ରାଚୀ ଶଯ୍ୟାରୁ ବାଲି ଲୁଟ୍‌ ସମ୍ପର୍କରେ ଅବିଯୋଗ ନଜରକୁ ଆସିଛି। ଏହାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Mud house: ଏବେ ବି ଝାଟିମାଟି ଘରେ ଜୀବନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe