ବାଲିଅନ୍ତା ବଜାର:ଗରିବଲୋକଙ୍କ ପାଇଁ ସରକାର ବିଭିନ୍ନ ଜନହିତକର ଯୋଜନା କରୁଥିବା ବେଳେ ଭିଙ୍ଗାରପୁର ପଞ୍ଚାୟତ ଗୁଆବାରି ସାହିର ଏକ ପରିବାର ଅତି ଦୟନୀୟ ଅବସ୍ଥାରେ ଏବେ ବି ଝାଟିମାଟି ଘରେ ଜୀବନ ଅତିବାହିତ କରୁଛନ୍ତି। ଦୁଇଟି ଝିଅ ଓ ଗୋଟେ ପୁଅକୁ ନେଇ ଏହି ଝାଟିମାଟି ଘରେ ରହୁଛନ୍ତି କଳ୍ପନା ବେହେରା। କଳ୍ପନା ସ୍ବାମୀ ପରିତ୍ୟକ୍ତା ହୋଇଥିବା ବେଳେ ଆର୍ଥିକ ଭାବେ ଅତ୍ୟନ୍ତ ଦୁର୍ବଳ। ତଥାପି ସେ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି।
Assembly: ଖର୍ଚ୍ଚଦାବି ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ: ଚାପରେ ପୁଲିସ, ଆଇନଶୃଙ୍ଖଳା ବିଗିଡ଼ିଗଲାଣି
ଚାରି ପ୍ରାଣୀ କୁଟୁମ୍ବ ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ କଳ୍ପନାଙ୍କୁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ୁଛି। ସେଥିରେ ପିଲାମାନଙ୍କ ପଢ଼ା ଖର୍ଚ୍ଚ ଆଗରେ କଳ୍ପନା ଅସହାୟ ହେଇ ପଡ଼ୁଛନ୍ତି। ଆବାସ ଯୋଜନାରେ କଳ୍ପନାଙ୍କୁ ଘର ମିଳିନାହିଁ। ଅନ୍ୟପକ୍ଷରେ ଏବେ ନୂତନ ଭାବେ ପ୍ରସ୍ତୁତ ଆବାସ ଯୋଜନା ତାଲିକାରେ ମଧ୍ୟ ସେମାନଙ୍କର ନାମ ନଥିବା ନେଇ କ୍ଷୋଭର ସହ ସେ ପ୍ରକାଶ କରିଛନ୍ତି। ଘର ପାଇଁ ସେ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ଏବେ ସୁଦ୍ଧା ସରକାରୀ ସୁବିଧା ପାଇ ପାରି ନାହାନ୍ତି। ଆବାସ ଯୋଜନାରେ ଘର ପାଇଁ ପଞ୍ଚାୟତ କାର୍ଯ୍ୟଳୟରୁ ବ୍ଲକ୍ ଅଫିସ୍ ପର୍ଯ୍ୟନ୍ତ ବାରମ୍ବାର ଦୌଡ଼ିବା ସତ୍ତ୍ବେ କାମ ହେଉ ନଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଏ ସମ୍ପର୍କରେ ସରପଞ୍ଚ ହୃଷିକେଶ ବେହେରାଙ୍କୁ ପଚରାଯିବାରେ ସେ କହିଛନ୍ତି ଯେ ମୋ ନଜରକୁ ଏହି ଘଟଣା ଆସିନାହିଁ। ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଜାନୁଆରି ସୁଦ୍ଧା ନୂତନ ତାଲିକା ପ୍ରକାଶ ପାଇଲେ ସେଥିରେ କଳ୍ପନାଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
Assembly: ଖର୍ଚ୍ଚଦାବି ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ: ଚାପରେ ପୁଲିସ, ଆଇନଶୃଙ୍ଖଳା ବିଗିଡ଼ିଗଲାଣି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/05/untitled-1-2025-12-05-04-00-43.jpg)