୨୪ ଜଣଙ୍କୁ ମିଳିଲା ପିପିଏଲ୍ ଓଡ଼ିଆ ୟୁଥ୍ ଲିଡରସିପ୍ ଆୱାର୍ଡ-୨୦୨୪

‘ପିପିଏଲ୍ ଓଡ଼ିଆ’ ତରଫରୁ ୟୁଥ୍ ଲିଡରସିପ୍ ଆୱାର୍ଡ-୨୦୨୪ ଅୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାରବାଟି କଟକ ବିଧାୟିକା ସୋଫିଆ ଫିରଦୋସ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ଡିଜିଟାଲ୍ ମିଡ଼ିଆ ନେଟୱର୍କ ‘ପିପିଏଲ୍ ଓଡ଼ିଆ’ ତରଫରୁ ୟୁଥ୍ ଲିଡରସିପ୍ ଆୱାର୍ଡ-୨୦୨୪ ଅୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାରବାଟି କଟକ ବିଧାୟିକା ସୋଫିଆ ଫିରଦୋସ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିଳାନେତ୍ରୀ ଶ୍ରୀମୟୀ ମିଶ୍ର, ଯୁବ ସମାଜସେବୀ ପ୍ରହଲ୍ଲାଦ ପଲାଇ, ଡାକ୍ତର ସୁଜାତା କର, ବିଶିଷ୍ଟ ଅଭିନେତ୍ରୀ ତଥା ଓଡିଶୀ ନୃତ୍ୟଶିଳ୍ପୀ ପ୍ରତିଭା ପଣ୍ଡା, ହାସ୍ୟାଭିନେତା ହରିହର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଖବର ପଢ଼ନ୍ତୁ: ଏକକ ନିର୍ବାଚନ : ଜେପିସିରେ ଓଡ଼ିଶାରୁ ଭର୍ତ୍ତୃହରି, ସଂବିତ

publive-image

ସମାଜର ବିକାଶମୂଳକ କାମରେ ଅତୁଳନୀୟ ଅବଦାନ ପାଇଁ ବିଭିନ୍ନ କ୍ଷେତ୍ରରୁ ୨୪ ଜଣଙ୍କୁ ‘ପିପିଏଲ୍ ଓଡ଼ିଆ’ ତରଫରୁ ୟୁଥ୍ ଲିଡରସିପ୍ ଆୱାର୍ଡ-୨୦୨୪ ପ୍ରଦାନ କରାଯାଇଛି। 

ଏହି ଖବର ପଢ଼ନ୍ତୁ: ନୌସେନା ବୋଟ୍-ଯାତ୍ରୀବାହୀ ବୋଟ୍ ମୁହାଁମୁହିଁ ଧକ୍କା: ୧୦୦ରୁ ଅଧିକ ସୁରକ୍ଷିତ ଉଦ୍ଧାର, ୧୩ ମୃତ

publive-image

ସମାଜପାଇଁ ଅତୁଳନୀୟ ଅବଦାନ ପାଇଁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ, କ୍ରୀଡ଼ା କ୍ଷେତ୍ର ପାଇଁ ଅଲିମ୍ପିକ୍ସ ପଦକ ବି‌ଜୟିନୀ ଶ୍ରାବଣୀ ନନ୍ଦ, ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ମଣିପାଲ ହସ୍ପିଟାଲ ଭୁବନେଶ୍ଵରର ଅପରେସନ ହେଡ୍ ରାଜଶ୍ରୀ ଉପାଧ୍ୟାୟ, ଶିକ୍ଷା କ୍ଷେତ୍ରରେ ଯଶୋବନ୍ତ ସିଂଲାଲ୍, ମହିଳା ଉଦ୍ୟୋଗୀ ମୃଣାଲ ମଧୁଛନ୍ଦା, ସିନେମା କ୍ଷେତ୍ର ପାଇଁ ଲୋକପ୍ରିୟ ଅଭିନେତ୍ରୀ ଭୂମିକା ଦାଶ ଓ କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା, ହାସ୍ୟାଭିନେତା ଟୁକୁନା ଷ୍ଟାଇଲିସ୍, ଯୁବ ଉଦ୍ୟୋଗୀ ସୌମ୍ୟ ଭୂଷଣ ଶତପଥି ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। 

ଏହି ଖବର ପଢ଼ନ୍ତୁ: ବାଂଲାଦେଶକୁ ବଡ଼ ଝଟକା ଦେଲା ଆମେରିକା

ସେହିପରି ସ୍ୱତନ୍ତ୍ର ବିଭାଗରେ ସୋମେନ୍ ଅଗରବତୀ, କାରପ୍ଲେକ୍ସ, ମଧୁଲିକା ଏଣ୍ଟରପ୍ରାଇଜେସ ଓ ଆଞ୍ଜେଲିନା ଏଣ୍ଟରପ୍ରାଇଜେସକୁ ସମ୍ମାନିତ କରାଯାଇଥିଲା। ପିପିଏଲ୍ ଓଡ଼ିଆ ଆଗାମୀ ଦିନରେ ଯୁବ ପ୍ରତିଭାମାନଙ୍କ ପାଇଁ ଏହିଭଳି କାର୍ଯ୍ୟକ୍ରମ ଜାରି ରଖିବ ବୋଲି ପିପିଏଲ୍ ଓଡ଼ିଆର ପରିଚାଳନା ନିର୍ଦ୍ଦେଶିକା ଲିପ୍ସା ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରେରଣା ପ୍ରତୀକ୍ଷା ପରିଚାଳନା କରିଥିଲେ। 

ଏହି ଖବର ପଢ଼ନ୍ତୁ: ସହକାରୀ ଜିଲ୍ଲାପାଳ ନିଲମ୍ବିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe