Advertisment

Pragyan Mission's: ପ୍ରଜ୍ଞାନ ମିସନ୍‌ର ଗୀତା ଆବୃତ୍ତି ପ୍ରତିଯୋଗିତା

Advertisment

ନୀଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଜ୍ଞାନ ମିସନ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ଆଠଟି ବ୍ଲକ୍‌ର ଚାରିଟି...

ନୀଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଜ୍ଞାନ ମିସନ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ଆଠଟି ବ୍ଲକ୍‌ର ଚାରିଟି...

Untitled-12

ଭୁବନେଶ୍ବର: ନୀଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଜ୍ଞାନ ମିସନ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ଆଠଟି ବ୍ଲକ୍‌ର ଚାରିଟି ବିଭାଗରେ ୭୯ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରଜ୍ଞାନ ମିସନର ବ୍ରହ୍ମଚାରୀ ତୃପ୍ତାନନ୍ଦ ଉଦ୍‌ଘାଟନ କରିଥିଲେ। ଶିଶୁମନ୍ଦିରର କୋଷାଧ୍ୟକ୍ଷ ଅଞ୍ଜନ କୁମାର ତାହ, ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ ଓ ପ୍ରଧାନଆଚାର୍ଯ୍ୟ ନେତ୍ରାନନ୍ଦ ଜେନା ଅତିଥି ଭାବରେ ଯୋଗଦାନ କରିଥିଲେ।

‘ଜେଡ୍ ୱାନ୍ ଭ୍ୟୋମ୍’ରେ ଶୀତ ଉତ୍ସବ

Neglect: ସୀମାନ୍ତରେ ଓଡ଼ିଆ ଭାଷାର ନାହିଁ ଗୁରୁତ୍ବ

 ‘କ’ବିଭାଗରେ କଳିଙ୍ଗବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପୂର୍ବୀ ଦାସ, ପୋଖରୀପୁଟ ଡିଏଭି ସ୍କୁଲର ଆୟୁଷ ସ୍ୱାଇଁ, ଲୟଲା ସ୍କୁଲର ମନଦୀପ୍ତି ବେହେରା, ‘ଖ’ ବିଭାଗରେ ବେଗୁନିଆ ଆଦର୍ଶ ବିଦ୍ୟାଳୟର ସାଇସୁଧା ପ୍ରିୟଦର୍ଶିନୀ ଓ ସାଇଶ୍ରିତା ପ୍ରିୟଦର୍ଶିନୀ, ଆପିଜେ ସ୍କୁଲର ନାଭିସ୍ଥା ବେହେରା, ‘ଗ’ ବିଭାଗରେ ମା’ ଜାଗୁଳେଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସାଇ ପ୍ରତୀକ ପଟ୍ଟନାୟକ, ଦାମନ ଭୂମି ସରକାରୀ ଉଚ୍ଚ ବିଦ୍ୟାଳୟର ସୁଭଦ୍ରା ମହାରଣା, ରାମେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ଅନ୍ନପୂର୍ଣ୍ଣା ରଥ ଓ ‘ଘ’ ବିଭାଗରେ ନିରାକାରପୁର କ୍ଷେତ୍ରବାସୀ ଡିଏଭି କଲେଜର କାଜଲ ମଙ୍ଗରାଜ, ରାଜଧାନୀ କଲେଜର ରାଜଶ୍ରୀ ପ୍ରିୟଦର୍ଶିନୀ ଓ ଲୋପିତା ପ୍ରଧାନ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତୀ ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଲାଗି ମନୋନୀତ ହୋଇଛନ୍ତି। କାର୍ଯ୍ୟକ୍ରମକୁ ପ୍ରଜ୍ଞାନ ମିସନ ସେବାଦଳ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe