ଭୁବନେଶ୍ବର: ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ମହିଳାମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଶୋଷଣ ବିରୋଧରେ ଆଜି ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ସମିତି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ପ୍ରଣୟନ ହୋଇଥିବା ନୂତନ ନୀତିରେ ମହିଳାମାନେ ସିଧାସଳଖ ଲୁଟ୍‌ର ଶିକାର ହେଉଛନ୍ତି। ମାଇକ୍ରୋ ଫାଇନାନ୍ସ ସଂସ୍ଥାଗୁଡ଼ିକ କୃଷକ ଓ ମହିଳାମାନଙ୍କୁ ପ୍ରଲୋଭିତ ଏକରୁ ଅଧିକ ଋଣ ପ୍ରଦାନ, ସାମୂହିକ ଋଣ ପ୍ରଦାନ, ପ୍ରେସେସିଂ ଫି, ବୀମା ଫି ଆଦି ଲାଗୁ କରି ଅଧିକ ଟଙ୍କା ଲୁଟ୍‌ କରୁଛନ୍ତି। ସମିତିର ସଭାନେତ୍ରୀ ସୁଶୀଳା ମୁଣ୍ଡା ଓ ସର୍ବଭାରତୀୟ ନେତ୍ରୀ ବିନ୍ଦ୍ରା କ‌ାରାତଙ୍କ ନେତୃତ୍ବରେ ଆଜି ମହିଳାମାନେ ରିଜର୍ଭ ବ୍ୟାଙ୍କ ନିକଟରେ ୧୦ଦଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Advertisment

Accused: ଆସାମୀକୁ ୧୦ବର୍ଷ ଜେଲ୍‌

New incarnation of an old story: ପୁରୁଣା କାହାଣୀର ନୂଆ ଅବତାର

ମହିଳା ଗୋଷ୍ଠୀଙ୍କୁ ସରଳ ପଦ୍ଧତିରେ ଋଣ ପ୍ରଦାନ, ଏସ୍‌ଏଚ୍‌ଜି ମହିଳାମାନଙ୍କୁ ଋଣ ପ୍ରଦାନ ପାଇଁ ବ୍ୟାଙ୍କରେ ସ୍ବତନ୍ତ୍ର ବ୍ୟବସ୍ଥା, କୋଭିଡ୍‌ ମହାମାରୀ ସମୟରେ ନିଆଯାଇଥିବା କିସ୍ତି ଓ ଜରିମାନାକୁ ଫେରସ୍ତ କରିବା, ମାଇକ୍ରୋ ଫାଇନାନ୍ସ ସଂସ୍ଥା ଦ୍ବାରା ପ୍ରଦାନ କରାଯାଉଥିବା ଋଣ ୧୨ ପ୍ରତିଶତରେ ସୀମିତ ରଖିବା, ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଶୋଷଣ ସମ୍ପର୍କିତ ଅଭିଯୋଗ ଲାଗି ପ୍ରତି ବ୍ଲକ୍‌ରେ ଅଭିଯୋଗ ପ୍ରକୋଷ୍ଠ ସ୍ଥାପନ, ମାଗଣା ଆଇନସେବା ପ୍ରଦାନ ପାଇଁ ଆର୍‌ବିଆଇ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସର୍ବଭାରତୀୟ ସମ୍ପାଦିକା ତାପସୀ ପ୍ରହରାଜ, ରାଜ୍ୟ ସମ୍ପାଦିକା ସୁରଜିତା ନାୟକ, ମିନତି ପାଣିଗ୍ରାହୀଙ୍କ ସମେତ ଚିନ୍ମୟୀ ରାଉତ, ବିମଳୀ ନାୟକ, ପ୍ରଭାତୀ ଜେନା, ହରପ୍ରିୟା ଜେନା, ଶୈଳ ତ୍ରିପାଠୀ, ମମତା ଜେନା, ସ୍ନେହଲତା ପଣ୍ଡା, ନିରୁପମା ନାୟକ ପ୍ରମୁଖ ବିକ୍ଷୋଭ ସମାବେଶକୁ ପରିଚାଳନା କରିଥିଲେ।