Ramadevi University: ରମାଦେବୀ ବିଶ୍ବବିଦ୍ୟାଳୟ କୁଳପତି ଚୟନ: ସରିଲା ସାକ୍ଷାତ୍‌କାର, ଲୋକଭବନ ଯିବ ନାଁ

Advertisment

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପରବର୍ତ୍ତୀ କୁଳପତି କିଏ ହେବେ? ପୂର୍ବ ଦୁଇଥର ପରି ଏଥରକ ମଧ୍ୟ ମହିଳା ପ୍ରଫେସରଙ୍କୁ ସୁଯୋଗ ମିଳିବ ନା କୌଣସି ପୁରୁଷ ପ୍ରଫେସରଙ୍କୁ କୁଳପତି ଭାବେ ଚୟନ କରାଯିବ।

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପରବର୍ତ୍ତୀ କୁଳପତି କିଏ ହେବେ? ପୂର୍ବ ଦୁଇଥର ପରି ଏଥରକ ମଧ୍ୟ ମହିଳା ପ୍ରଫେସରଙ୍କୁ ସୁଯୋଗ ମିଳିବ ନା କୌଣସି ପୁରୁଷ ପ୍ରଫେସରଙ୍କୁ କୁଳପତି ଭାବେ ଚୟନ କରାଯିବ।

dgdgavzvzc

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପରବର୍ତ୍ତୀ କୁଳପତି କିଏ ହେବେ? ପୂର୍ବ ଦୁଇଥର ପରି ଏଥରକ ମଧ୍ୟ ମହିଳା ପ୍ରଫେସରଙ୍କୁ ସୁଯୋଗ ମିଳିବ ନା କୌଣସି ପୁରୁଷ ପ୍ରଫେସରଙ୍କୁ କୁଳପତି ଭାବେ ଚୟନ କରାଯିବ। ଓଡ଼ିଆ ପ୍ରଫେସର ହେବେ ନା ଅଣଓଡ଼ିଆଙ୍କୁ ଦାୟିତ୍ବ ମିଳିବ? ରାଜ୍ୟର ପ୍ରଥମ ତଥା ଏକମାତ୍ର ମହିଳା ବିଶ୍ବବିଦ୍ୟାଳୟକୁ ନେଇ ଏଭଳି ଅବଗଣନା ଆରମ୍ଭ ହୋଇଛି। ସଂକ୍ଷିପ୍ତ ତାଲିକାରେ ଥିବା ୨୧ଜଣ ପ୍ରଫେସରଙ୍କ ସାକ୍ଷାତ୍‌କାର ଇତିମଧ୍ୟରେ ଶେଷ ହୋଇଛି। ପ୍ରଥମ ଦିନରେ ସଂକ୍ଷିପ୍ତ ତାଲିକାରେ ଥିବା ୧୧ଜଣ ଆଶାୟୀ ପ୍ରଫେସର ଏବଂ ଦ୍ବିତୀୟ ଦିନ ୧୦ଜଣଙ୍କୁ ଡକାଯାଇଥିଲା। ଯେଉଁ ୨୧ ଜଣଙ୍କୁ ଡକାଯାଇଥିଲା ସେମାନଙ୍କ ମଧ୍ୟରେ କେତେକ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଓଡ଼ିଆ ପ୍ରଫେସର ରହିଥିଲେ। ଦୁଇଦିନ ଧରି ରାଜ୍ୟ ଅତିଥି ଭବନରେ ଆଶାୟୀ ପ୍ରଫେସରମାନଙ୍କ ସାକ୍ଷାତକାର ନିଆଯାଇଥିଲା। ପୂର୍ବ ଧାର୍ଯ୍ୟ ସମୟ ଅନୁଯାୟୀ ଆଶାୟୀ ପ୍ରଫେସରମାନେ ଅତିଥିଭବନରେ ପହଞ୍ଚିବା ପରେ ଚୟନ କମିଟିର ସଦସ୍ୟମାନେ ଜଣଙ୍କ ପରେ ଜଣେ ପ୍ରଫେସରଙ୍କୁ ଡାକି ସାକ୍ଷାତ୍‌କାର ନେଇଥିଲେ। 

Elephant: ମୃତ ହାତୀ ହାଡ଼ରୁ ନକଲି ଦାନ୍ତ ପ୍ରସ୍ତୁତ ଘଟଣା: ଆଉ ୩ ଶିକାରୀ ଗିରଫ, ୩ କଳଦାନ୍ତ ଜବତ

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ନେଇ ସେମାନଙ୍କ ଭିଜନ ଓ ମିସନ ସମ୍ପର୍କରେ ଆଶାୟୀ ପ୍ରଫେସରମାନେ କମିଟିର ସଦସ୍ୟମାନଙ୍କ ନିକଟରେ କହିଥିଲେ। ଚୟନ କମିଟିରେ ଦୁଇଜଣ ଅଣଓଡ଼ିଆ ଓ ଜଣେ ଓଡ଼ିଆ ରହିଥିଲେ। ଓଡ଼ିଆ ସଦସ୍ୟ ଜଣକ ଆଗରୁ ଓଡ଼ିଶାର ଏକ ବିଶ୍ବବିଦ୍ୟାଳୟର କୁଳପତି ରହିଥିବାରୁ ରମାବେଦୀ ବିଶ୍ବବିଦ୍ୟାଳୟ ଉପରେ ତାଙ୍କର ଢେର ସାରା ଅଭିଜ୍ଞତା ରହିଛି। ତାହାକୁ ଆଧାର କରି ସେ ଆଶାୟୀ ପ୍ରଫେସରମାନଙ୍କୁ ବିଭିନ୍ନ ବିଷୟରେ ପଚାରିଥିଲେ। ରାଜ୍ୟ ବାହାରୁ ଆସିଥିବା ଆଶା‌ୟୀ ପ୍ରଫେସରମାନେ ମଧ୍ୟ ବିଶ୍ବବିଦ୍ୟାଳୟ ସମ୍ପର୍କରେ ଯାହା ଜାଣିଛନ୍ତି ସେନେଇ ଚୟନ କମିଟି ଆଗରେ ବର୍ଣ୍ଣନା କରିଥିଲେ। ସାକ୍ଷାତକାରକୁ ଡକାଯାଇଥିବା ପ୍ରଫେସରଙ୍କ ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟ, ଫକୀରମୋହନ ବିଶ୍ବବିଦ୍ୟାଳୟ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ମହିଳା ପ୍ରଫେସରମାନେ ରହିଥିଲେ। ରାଜ୍ୟର ବାହାର ଦୁଇ ଜଣ ମହିଳା ପ୍ରଫେସର ସାକ୍ଷାତକାର ଦେଇଛନ୍ତି।

Editorial: ମହାମାରୀ ଅନୁଚିନ୍ତା

ମିଳିଥିବା ସୂଚନା ଅନୁଯାୟୀ ଚୟନ କମିଟିର ସଦସ୍ୟମାନେ ଇତିମଧ୍ୟରେ ତିନିଜଣ ଆଶାୟୀଙ୍କ ନାଁ ଚୂଡ଼ାନ୍ତ କରିସାରିଛନ୍ତି। ତାହାକୁ ଜଉମୁଦ ଲଫାପାରେ ସିଲ୍‌ କରି ଉଚ୍ଚଶିକ୍ଷା ବିଭାଗକୁ ହସ୍ତାନ୍ତର କରିବେ। ଡିସେମ୍ବର ଭିତରେ ଚୂଡ଼ାନ୍ତ ତିନିଜଣ ଆଶାୟୀଙ୍କ ନାମ ତାଲିକା ଦାଖଲ କରିବାକୁ କୁହାଯାଇଥିବାରୁ ସେଥିପ୍ରତି ପ୍ରାଥମିକତା ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତିନିଜଣିଆ ଚୂଡ଼ାନ୍ତ ତାଲିକା କୁଳାଧିପତି ତଥା ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ପଠାଯିବ। ଏହାପରେ କୁଳାଧିପତି ତଥା ରାଜ୍ୟପାଳ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ଆଶାୟୀଙ୍କୁ ସାକ୍ଷାତ୍‌କାର ପାଇଁ ଲୋକଭବନକୁ ଡାକିବେ। ରମାଦେବୀ ବିଶ୍ବବିଦ୍ୟାଳୟକୁ ମିଶାଇ ରାଜ୍ୟର ୧୨ଟି ବିଶ୍ବବିଦ୍ୟାଳୟ କୁଳପତି ଚୟନ ପାଇଁ ସଂକ୍ଷିପ୍ତ ସାକ୍ଷାତକାର ଶେଷ ହୋଇଛି। ଆସନ୍ତା ୨୭ ଓ ୨୮ ତାରିଖରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ କୁଳପତି ପଦବି ପାଇଁ ଆଶାୟୀମାନଙ୍କୁ ଡକାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe