ପୁରୁଣା ଭୁବନେଶ୍ୱର: ଛେନାପୋଡ଼ ଏକ ସ୍ବତନ୍ତ୍ର ପିଠା ଓ ମିଠା। ଏହା ଓଡ଼ିଆଙ୍କ ପ୍ରିୟ ପିଠା ସମୁଦାୟରେ ଗଣା ଏବଂ ଆଗଧାଡ଼ିର ମିଠାରେ ବି ଗଣା। ଏହାର ପ୍ରସ୍ତୁତି ବା ତିଆରି ଏକ ନିଆରା ପଦ୍ଧତି। ଏଭଳି ମିଠା ଓଡ଼ିଶା ଛଡ଼ା ବିଶ୍ବର ଅନ୍ୟ କେଉଁଠି ବି ଦେଖିବାକୁ ମିଳେନି। ଛେନାପୋଡ଼ ଏଭଳି ଏକ ପିଠା ଓ ମିଠା ଯାହାର ବିକଳ୍ପ ନାହିଁ। ତେଣୁ ଓଡ଼ିଆଙ୍କ ଗର୍ବ ଛେନାପୋଡ଼ର ଉଦ୍ଭାବକ ଦଶପଲ୍ଲାର ବିଦ୍ୟାଧର ସାହୁଙ୍କ କଥାକୁ ଭୁଲି ହୁଏ ନାହିଁ। ବିଦ୍ୟାଧରଙ୍କୁ ଛାଡ଼ି ଛେନାପୋଡ଼ର ଇତିହାସ ଲେଖି ହେବନି। ଛେନାପୋଡ଼ ଦିବସ ଅବସରରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏଭଳି କହିଛନ୍ତି।
ବିଦ୍ୟାଧର ସାହୁ ମେମୋରିଅଲ୍ ଚାରିଟେବ୍ଲ ଟ୍ରଷ୍ଟ, ନୟାଗଡ଼ ଜିଲ୍ଲା ବିକାଶ ସମ୍ମିଳନୀ, ପାଣିନୀ ଏଜୁକେସନ୍ ଏଣ୍ଡ୍ କଲ୍ଚରାଲ୍ ଟ୍ରଷ୍ଟ, ଓଡ଼ିଟା ଟ୍ରଷ୍ଟ ଓ ରାଜ୍ୟ ସଂଗ୍ରହାଳୟ ମିଳିତ ଆନୁକୂଲ୍ୟରେ ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ବିଦ୍ୟାଧରଙ୍କ ପୂଣ୍ୟତିଥି ଡିସେମ୍ବର ୩୧କୁ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଥିବାରୁ ସେ ତାକୁ ସ୍ବାଗତ କରୁଛନ୍ତି। ଦଶପଲ୍ଲାରେ ଛେନାପୋଡ଼ ଜନ୍ମ ନେଇଥିବା କଥାଟି ଏକ ଛୋଟ ପ୍ରସଙ୍ଗ ହୋଇପାରେ, କିନ୍ତୁ ଇତିହାସ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ। ଏହା ଏକ ଜାତିର ଗୌରବର ଗାଥା। ସେହିପରି ନୟାଗଡ଼ ଜିଲ୍ଲା ବିକାଶ ସମ୍ମିଳନୀର ଅଧ୍ୟକ୍ଷ କରୁଣାକର ପଟ୍ଟନାୟକ, ସମାଜସେବୀ ଅରୁନ୍ଧତୀ ଦେବୀ, ପ୍ରବୀର କୁମାର ପଟ୍ଟନାୟକ, ମନୋଜ ବେହେରା, ସାମ୍ବାଦିକ ଭକ୍ତ ତ୍ରିପାଠୀ, ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଡ. ଭାରତୀ ପାଲ୍, ଡ. ମମତା ମିଶ୍ର, କଂସା ବାସନ ସଂଗ୍ରାହକ ସୁଦର୍ଶନ ସାହୁ ପ୍ରମୁଖ ସ୍ବର୍ଗତ ସ୍ମୃତିଚାରଣ କରିଥିଲେ।
New Year: ନୂଆବର୍ଷକୁ ଚାରିଆଡ଼େ ସ୍ବାଗତ, ଜଗା ଦର୍ଶନ ପାଇଁ ବଡ଼ଦାଣ୍ଡରେ ଭିଡ଼
ବିଦ୍ୟାଧର ସାହୁ ପ୍ରଥମେ ଛେନାପୋଡ଼ ପ୍ରସ୍ତୁତ କରିଥିଲେ ଏବଂ ସୁଦର୍ଶନ ସାହୁ ନୟାଗଡ଼ ଆଣି ବିକ୍ରି କରିବା ସହ ଏହି ସ୍ବତନ୍ତ୍ର ପିଠା ଓ ମିଠାର ମାର୍କେଟିଂ କରିଥିଲେ। ତେଣୁ ଓଡ଼ିଆମାନେ ଜନ୍ମଦିନରେ କେକ୍ ବଦଳରେ ଛେନାପୋଡ଼ କାଟିବାକୁ ଅତିଥିମାନେ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ଡ. ଅନିତା ସାବତ ସ୍ବାଗତ ଭାଷଣ ଦେବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚାର୍ଟାର୍ଡ ଆକାଉଣ୍ଟ୍ଟାଣ୍ଟ୍ ଏକେ ସାବତ, ଡ. ଉମାକାନ୍ତ ମିଶ୍ର, ପ୍ରଫେସର ଶନିରୁଦ୍ଧ ଦାଶ, ସତ୍ୟନାରାୟଣ ମହାପାତ୍ର, ଡ. ଅରବିନ୍ଦ ପଣ୍ଡା, ଡ. ସରୋଜ ପଟ୍ଟନାୟକ, ଅମ୍ରିତା ସାବତ, ସିର୍ଦ୍ଧାଥ ପଣ୍ଡା, ମମତା ପାଣି, ଶଶିପ୍ରଭା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
Follow Us