Advertisment

Republic Day: ବିଭିନ୍ନ ସ୍ଥାନରେ ଗଣତନ୍ତ୍ର ଦିବସ

Advertisment

ବିଜେଇଏମ୍‌ ସ୍କୁଲରେ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରସନ୍ନ କୁମାର ମିଶ୍ର ଜାତୀୟ ପତାକା ଉତ୍ତୋଳନ ସହ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର....

ବିଜେଇଏମ୍‌ ସ୍କୁଲରେ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରସନ୍ନ କୁମାର ମିଶ୍ର ଜାତୀୟ ପତାକା ଉତ୍ତୋଳନ ସହ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର....

Untitled-7

ବିଜେଇଏମ୍‌ ସ୍କୁଲ

ବିଜେଇଏମ୍‌ ସ୍କୁଲରେ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରସନ୍ନ କୁମାର ମିଶ୍ର ଜାତୀୟ ପତାକା ଉତ୍ତୋଳନ ସହ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପରିଚାଳକ ପ୍ରତାପ କୁମାର ଜେନା, ଅଧ୍ୟକ୍ଷା ସନ୍ଧ୍ୟା ଜେନା, ଉପାଧ୍ୟକ୍ଷା ପଲ୍ଲବୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଉତ୍ସବରେ ସିବିଏସ୍ଇ ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ କୃତିତ୍ୱ ଅର୍ଜନ କରିଥିବା ହରିଓମ୍ ମହାପାତ୍ର ଓ ଚନ୍ଦ୍ରାଂଶୁ ବରାଳଙ୍କ ସମେତ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶିବପଦ ସ୍ବାଇଁ, ବିବେକାନନ୍ଦ ଦାସ, ଶ୍ରୀପତି ନାରାୟଣ ମିଶ୍ର, ପ୍ରମିଳା ପତି, ରଞ୍ଜିତା ବଳ, ଶିଳ୍ପା ଦାଶ, ଏସ୍ କେ ମହାପାତ୍ର, ବିଦ୍ୟାଳୟର ପର୍ଯ୍ୟବେକ୍ଷକ ପଦ୍ମାଳୟା ପଲ୍, ନରେଶ କୁମାର ରଥ, ସୁଚରିତା ଦାସ,  ପ୍ରଦୀପ କୁମାର ମଲ୍ଲିକ ଉପସ୍ଥିତ ଥିଲେ।

The groom: ବାଟ ଛାଡ଼ିଲେନି ବରଯାତ୍ରୀ

ଓୟୁଟିଆର

ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର୍)ରେ ଅନୁଷ୍ଠିତ ଏହି ଉତ୍ସବରେ କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଶ୍ବବିଦ୍ୟାଳୟ କୁଳସଚିବଙ୍କ ସମେତ ସମସ୍ତ ବିଭାଗର ଡିନ୍‌, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ  ପୁରସ୍କାର ଦିଆଯାଇଥିଲା।

Sixth State Pay Commission: ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ରାଜ୍ୟ ବେତନ କମିସନ୍‌ଙ୍କ ରିପୋର୍ଟ ପ୍ରଦାନ, ସ୍ଥାନୀୟ ସଂସ୍ଥାର ବିକାଶ ପାଇଁ ସୁପାରିସ

କ୍ୟାପିଟାଲ ଶୋଭନୀୟ ଶିକ୍ଷାଶ୍ରମ

ନୀଳାଦ୍ରିବିହାରସ୍ଥିତ କ୍ୟାପିଟାଲ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷାବିତ୍‌ ନିର୍ମଳା କୁମାରୀ ମହାପାତ୍ର ପତାକା ଉତ୍ତୋଳନ କରିଥିଲେ। କୁମାରୀ ଶୁଭଶ୍ରୀ, ଲିପ୍‌ସା, ଇତି, ତମନ୍ନା, ଅର୍ପିତା ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ଗୁରୁମା’ ହରପ୍ରିୟା ମହାନ୍ତି, ଜ୍ୟୋତିର୍ମୟୀ ନାୟକ, ଅର୍ଚ୍ଚନା ସାହୁ, ଜୟଶ୍ରୀ ପଟ୍ଟନାୟକ, ଜୟଶ୍ରୀ ଶତପଥୀ, ସସ୍ମିତା ପରିଡ଼ା, ରାକେଶ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ବାଲିଅନ୍ତା
 

ଗଡ଼ଶ୍ରୀରାମପୁରସ୍ଥିତ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମଲ୍ଲିକଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ପବିତ୍ର ମୋହନ ପଟେଲ, କୁନ୍‌ମୁନ୍‌ ଲେଙ୍କା, ଗଙ୍ଗାଧର ମଲ୍ଲିକ ଓ ବ୍ଲକ୍‌ ଅଧ୍ୟକ୍ଷା, ଉପାଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିଲେ। ବାଲିଅନ୍ତା ତହସିଲ କାର୍ଯ୍ୟାଳୟରେ ତହସିଲଦାର ଲିଲନ ପ୍ରସାଦ ସାହୁ ପତାକା ଉତ୍ତେଜାନ କରିଥିଲେ। ବାଲିଅନ୍ତା ପ୍ରେସ୍‌ କ୍ଲବ୍‌ ପକ୍ଷରୁ ବାଳକାଟି କଲେଜ ପଡ଼ିଆରେ ଆୟୋଜିତ ଏହି ଉତ୍ସବରେ ସଭାପତି ସୋମନାଥ ସ୍ବାଇଁ, ସଂପାଦକ ମନୋଜ ମଣ୍ଡଳ, ବିଜେପି ନେତା ଜଗନ୍ନାଥ ବେହେରା ଓ ଶିବ ମଲ୍ଲିକ ଅତିଥି ଭାବେ ଉପସ୍ଥିତ ଥିଲେ। ସତ୍ୟପ୍ରିୟ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଛକ ନିକଟସ୍ଥ ସତ୍ୟପ୍ରିୟଙ୍କ ପ୍ରତିମୂର୍ତ୍ତିରେ ବିଜେପି ନେତା ବସନ୍ତ କୁମାର ନାୟକ, ବିଜୟ ମହାରଣା, ସୁବ୍ରତ ମହାନ୍ତି, ଅମ୍ବିକା ଶତପଥୀ, ବଳରାମ ବେହେରା ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରସିରରେ ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ଡା. ଗାୟତ୍ରୀ ମିଶ୍ର ପତାକାଉତ୍ତୋଳନ କରିଥିଲେ।
ବାଲିଅନ୍ତା ବ୍ଲକ୍‌ କାର୍ଯ୍ୟାଳୟରେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ପତାକା ଉତ୍ତୋଳନ କରିଥିଲେ। ବ୍ଲକ୍‌ ଅଧ୍ୟକ୍ଷା ବାସନ୍ତୀ ଖଟୁଆ ଓ ଉପାଧ୍ୟକ୍ଷା ଇତିଶ୍ରୀ ଜେନା, ବିଡିଓ ରଶ୍ମିତା ନାଥ, ବ୍ଲକ୍‌ ବିଜେଡି ସଭାପତି ପ୍ରଦୀପ୍ତ ଜେନାମଣି ଓ ବ୍ଲକ୍‌ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ବାଲିଅନ୍ତା ତହସିଲ କାର୍ଯ୍ୟାଳୟରେ ତହସିଲଦାର ଲିଲନ୍ ପ୍ରସାଦ ସାହୁ, ବାଲିଅନ୍ତା ଥାନାରେ ଆଇଆଇସି ଅନୀଲ କୁମାର ପରିଡ଼ା ପତାକା ଉତ୍ତୋଳନ କରିଥିଲେ। ଗୋପବନ୍ଧୁ କଲେଜ ଅଧ୍ୟକ୍ଷ ରାମେଶ୍ବର ପଟ୍ଟନାୟକ ଓ ଅନ୍ୟ ଅଧ୍ୟାପକମାନେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ବାଲିଅନ୍ତା ବଜାର ପରିକ୍ରମା କରିବା ପରେ କଲେଜ ପରିସରରେ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ। ବାଲିଅନ୍ତା ସରପଞ୍ଚ କୃଷ୍ଣକେଶବ ଆପଟ୍ଟ, ବେଣୁପୁର ସରପଞ୍ଚ ହୃଷୀକେଶ ପାତ୍ର, ଭିଙ୍ଗାରପୁର ସରପଞ୍ଚ ହୃଷୀକେଶ ବେହେରା, ବଇଁଚୁଆ ସରପଞ୍ଚ ରଶ୍ମିତା ସାହୁ, କାକରୁଦ୍ରପୁର ସରପଞ୍ଚ ସସ୍ମିତା ମଲ୍ଲିକ, ପ୍ରତାପରୁଦ୍ରପୁର ପଞ୍ଚାୟତ ସରପଞ୍ଚ ଶ୍ରଦ୍ଧେୟା ପାତ୍ର, ଜୟଦେବ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଭୋଇ ନିଜ ନିଜର ପଞ୍ଚାୟତ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ। ସରସ୍ୱତୀ ଶିକ୍ଷାମନ୍ଦିର ପ୍ରତିଷ୍ଠାତା ସୁରେନ୍ଦ୍ର କୁମାର ଖୁଣ୍ଟିଆ ବିଦ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରିଥିଲେ।

ୟୁନିଟ୍ ୬  ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର

 ୟୁନିଟ୍-୬ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ସମାରୋହରେ ସମାଜସେବୀ ଗୋପାଳ ଚନ୍ଦ୍ର ଅଗ୍ରୱାଲ୍‌ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଆଶୁତୋଷ ମହାପାତ୍ର, ସଂପାଦକ ରବି ଶଙ୍କର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ରଜତ କୁମାର ପାତ୍ର, ସଭ୍ୟ ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ମାନସ ରଞ୍ଜନ ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଓଏମ୍‌ସି
 

୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶା ଖଣି ନିଗମ (ଓଏମ୍‌ସି)ର ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ଓଏମ୍‌ସି ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ମାନବ ସମ୍ବଳ ନିର୍ଦ୍ଦେଶକ ଆଲୋକ ପାଲ୍‌ଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ।

ଏମ୍‌ସ

ଏମ୍‌ସ ଭୁବନେଶ୍ୱରରେ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅତ୍ୟାଧୁନିକ ଗବେଷଣା, କ୍ଲିନିକାଲ୍ ସେବା ଓ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଭଳି ପଦକ୍ଷେପ ପାଇଁ ଭୁବନେଶ୍ବର ଏମ୍‌ସ ଖ୍ୟାତି ଅର୍ଜନ କରିଛି ବୋଲି ନିର୍ଦ୍ଦେଶକ ଡାକ୍ତର ବିଶ୍ବାସ କହିଥିଲେ। ଡିନ୍ ଡା. ପିଆର୍‌ ମହାପାତ୍ର, ଡା. ସତ୍ୟଜିତ ମିଶ୍ର ଓ ଡା. ସୌଭାଗ୍ୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର ଧନ୍ୟବାଦ ଦେଇଥିଲେ।

ସାଇ ଚାରିଟେବ୍‌ଲ ଟ୍ରଷ୍ଟ

 ତମାଣ୍ଡୋସ୍ଥିତ ଦୃଷ୍ଟିବାଧିତ ଅନୁଷ୍ଠାନ ସାଇ ଚାରିଟେବ୍‌ଲ ଟ୍ରଷ୍ଟ ତରଫରୁ ପାଳିତ ଗଣତନ୍ତ୍ର ଦିବସ ସମାରୋହର ସମାଜସେବୀ ମନୋରଞ୍ଜନ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଟ୍ରଷ୍ଟର ସଭାପତି ଦିବାକର ଓ ସମ୍ପାଦିକା ସୁରମା ପ୍ରଧାନଙ୍କ ସମେତ ବହୁସଂଖ୍ୟାରେ ଦୃଷ୍ଟିବାଧିତ ସଦସ୍ୟ ପତାକା ଉତ୍ତୋଳନ ସମୟରେ ଉପସ୍ଥିତ ଥିଲେ। କାହ୍ନା ଓ ସୁବାସ ଗଣତନ୍ତ୍ର ଦିବସ ଉପରେ ରଚିତ ସଂଗୀତ ଗାନ କରିଥିଲେ। ହେଲ୍ପ ଓଡ଼ିଶାର ଚିତ୍ରଲେଖା ଆଚାର୍ଯ୍ୟ, ମଧୁସ୍ମିତା ଧଳ, ମମତା ସ୍ୱାଇଁ, ମହାଶ୍ୱେତା ଜେନା, ମନୋରମା ପାଢ଼ୀ, ଆର୍ଯ୍ୟଗୌତମ ଜେନା ଓ ବିଶ୍ୱରଞ୍ଜନ ଧଳ ପ୍ରମୁଖ ଦୃଷ୍ଟିବାଧିତଙ୍କୁ କମ୍ବଳ ବଣ୍ଟନ କରିଥିଲେ। ଓମେନ ୱାର୍କର୍ସ ଅନୁଷ୍ଠାନର ମମତା ରାଉତ, ମିନତି ସାହୁ, ଓସେଡୋର ରିଭା ମହାନ୍ତି, ରୁବିନା ଓ ସସ୍ମିତା ରନ୍ଧାଖାଦ୍ୟ ପରିବେଷଣ କରିଥିଲେ। ପ୍ରସନ୍ନ ଖୁଣ୍ଟିଆ, ନିତ୍ୟାନନ୍ଦ ସାହୁ ଓ ବାବୁ ପ୍ରମୁଖ ସହଯୋଗ କରିଥିଲେ।

ଡିଏଭି ପୋଖରୀପୁଟ

ଡିଏଭି ପୋଖରୀପୁଟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ଅରୁଣ କୁମାର ରଥ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଚାରିଟି ସଦନ ଭକ୍ତି, ସ୍ତୁତି, ଶ୍ଳୋକ ଓ ମନ୍ତ୍ର ତଥା ରେଡ୍‌କ୍ରସ୍, ଏନ୍‌ସିସି(ଏୟାର, ଆର୍ମି, ନାଭାଲ), କବ୍, ବୁଲ୍‌ବୁଲ୍, ସ୍କାଉଟ୍ ଆଣ୍ଡ ଗାଇଡ୍ ବିଦ୍ୟାର୍ଥୀଙ୍କ ଦ୍ୱାରା ପରେଡ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମନ୍ତ୍ର ସଦନର ବିଦ୍ୟାର୍ଥୀ ବିଜେତା ହୋଇଥିଲେ। ଛାତ୍ରଛାତ୍ରୀ ଦେଶାତ୍ମବୋଧକ ସାମୂହିକ ସଂଗୀତ ଗାନ ଓ ନୃତ୍ୟ ପରିବେଷଣ କରିଥିଲେ। ଡିଏଭି ଶିକ୍ଷାନୁଷ୍ଠାନ ଜୋନ୍‌-ଏଫ୍‌ର ସହଆଞ୍ଚଳିକ ଅଧିକାରୀ ତଥା ଡିଏଭି ପୋଖରୀପୁଟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe