ଭୁବନେଶ୍ୱର: ସତ୍ୟନଗର ଓଭରବ୍ରିଜ୍ ଏକ ପ୍ରମୁଖ ରାସ୍ତା ଓ ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ସଂଖ୍ୟାରେ ଲୋକେ ଯାତାୟାତ କରିଥାନ୍ତି। କିନ୍ତୁ ୧୦ ଦିନ ହେଲାଣି ଏହି ବ୍ରିଜ୍କୁ ମରାମତି ଆଳରେ ଖଣ୍ଡିଆଖାବରା କରି ପକାଇ ରଖାଯାଇଛି। ରାସ୍ତାରେ ଲୁହାବାଡ଼ା ସବୁ ପଡ଼ିଛି। ଲୁହା ରଡ୍ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଯାହା ଦୁର୍ଘଟଣାର ଭୟ ବଢ଼ାଉଛି। ଏହି ଭୟ ଆହୁରି ବଢ଼ାଇ ଦେଇଛି ବ୍ରିଜ୍ର ଅନ୍ଧକାରମୟ ପରିବେଶ। ଅନ୍ଧାରରେ ଲୋକେ ଏହି ଲୁହାବାଡ଼ା, ରଡ୍ରେ ପିଟି ହୋଇ ମୃତାହତ ହେବାର ଆଶଙ୍କା ରହିଛି। ତଥାପି ଠିକାସଂସ୍ଥାର ନିଦ ଭାଙ୍ଗୁନି। ଅତି ମନ୍ଥର ଗତିରେ କାମ ଚାଲିଛି।
ଯେହେତୁ କାମ ଚାଲିଛି, ଲକ୍ଷ୍ମୀସାଗର ଅଞ୍ଚଳର ଯେଉଁ ଲୋକେ ଏହି ବ୍ରିଜ୍ ଉପରେ ନିର୍ଭର କରୁଥିଲେ, ସେମାନଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ବିଲି କରି ଯିବାକୁ ପଡ଼ୁଛି। ଯେଉଁମାନେ ଚାକିରି କରିଛନ୍ତି, ସେମାନଙ୍କୁ ଘରୁ ଆସିବା ବେଳେ ଓ ଘରକୁ ଫେରିବା ବେଳେ ଦୁଇ ଦୁଇଥର ବୁଲିବାକୁ ପଡ଼ୁଛି। ବୁଲି ବୁଲି ଯିବାବେଳେ ଟ୍ରାଫିକ୍ରେ ଫସି କଲବଲ ହେଉଛନ୍ତି। ଆଉ କିଛି ଅମାନିଆ ଚାଳକ ରଙ୍ଗ୍ ରୁଟ୍ରେ ପଶି ଯା’ଆସ କରୁଛନ୍ତି। ଯାହା ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି ଓ ଦୁର୍ଘଟଣା ଭୟ ରହୁଛି।
Cricket: ଆଜି ୟୁନିଲାଇଟ୍ କପ୍ ଫାଇନାଲ୍: ବିଜେଇଏମ୍ ବନାମ ଡିଏଭି ଚନ୍ଦ୍ରଶେଖରପୁର
ସତ୍ୟନଗର ଓଭରବ୍ରିଜ୍ର ଠିକ୍ ମଝିରେ ବ୍ରିଜ୍ ସଂଯୋଗସ୍ଥଳରେ ଫାଟ ସୃଷ୍ଟି ହେବାରୁ ଏହାର ମରାମତି ଚାଲିଛି। ପୂର୍ତ୍ତ ବିଭାଗ ଠିକାସଂସ୍ଥା ଜରିଆରେ ଏହାର ମରାମତି କରୁଛି। କିନ୍ତୁ ଯେଉଁମାନେ ଏହାର ମରାମତି ଦାୟିତ୍ବ ନେଇଛନ୍ତି, ସେମାନେ ଅତି ମନ୍ଥର କାମ କରୁଛନ୍ତି। ଯେହେତୁ ମରାମତି ଚାଲିଛି, କେବଳ ସତ୍ୟନଗର ପାର୍ଶ୍ବରୁ ଆସୁଥିବା ଗାଡ଼ିକୁ ଲକ୍ଷ୍ମୀସାଗର ପାର୍ଶ୍ବକୁ ଆସିବାକୁ ସୁଯୋଗ ଦିଆଯାଉଛି। କିନ୍ତୁ ଲକ୍ଷ୍ମୀସାଗର ପାର୍ଶ୍ବରୁ ସତ୍ୟନଗର ଯିବା ବାଟ ବନ୍ଦ କରି ଦିଆଯାଇଛି। ଏଣୁ ଯେଉଁମାନେ ଲକ୍ଷ୍ମୀସାଗର ପାର୍ଶ୍ବରୁ ସତ୍ୟନଗର ଓ ଆଖପାଖ ଅଞ୍ଚଳକୁ ଯିବାକୁ ଚାହୁଛନ୍ତି, ସେମାନଙ୍କୁ କଳ୍ପନା, ରାଜମହଲ ଛକ ଦେଇ ଅବା ବମିଖାଲ ବ୍ରିଜ୍ ଦେଇ ଯିବାକୁ ପଡ଼ୁଛି। ଯେଉଁମାନେ ରାସ୍ତା ମରାମତି ସଂପର୍କରେ ଜାଣିନାହାନ୍ତି, ସେମାନେ ଦ୍ବନ୍ଦ୍ବରେ ପଡ଼ୁଛନ୍ତି। ୟୁନିଟ୍-୪ ଅଞ୍ଚଳର ସୁଶାନ୍ତ ବେହେରା, ୟୁନିଟ୍-୬ ଅଞ୍ଚଳର ବିଜୟଭୂଷଣ ମହାନ୍ତି କହିଛନ୍ତି, ସେମାନେ ଯେହେତୁ ଲକ୍ଷ୍ମୀସାଗର ନିକଟରେ ଚାକିରି କରିଛନ୍ତି, ନିୟମିତ ଏହି ରାସ୍ତା ଦେଇ ଯା’ଆସ କରନ୍ତି। କିନ୍ତୁ ଓଭରବ୍ରିଜ୍ ବନ୍ଦ ହୋଇଯିବା ପରେ ସେମାନଙ୍କୁ କଳ୍ପନା ଛକ ଦେଇ ଯିବାକୁ ପଡ଼ୁଛି ଓ ଏକାଧିକ ଟ୍ରାଫିକ୍ ଛକରେ ଅଟକିବାକୁ ପଡ଼ୁଛି। ଏଣୁ ହାତରେ ଅଧଘଣ୍ଟାରୁ ଅଧିକ ସମୟ ରଖି ଆସିବାକୁ ପଡ଼ୁଛି। ସଂଧ୍ୟାରେ ଟ୍ରାଫିକ୍ ଭିଡ଼ ଅସ୍ବାଭାବିକ ହେଉଛି। ଭିଡ଼ ଭିତରେ କଲବଲ ହେବାକୁ ପଡ଼ୁଛି।
Rangeilunda Airport: ରଙ୍ଗେଇଲୁଣ୍ଡା ଏୟାରପୋର୍ଟ ହେବ ଡ୍ରୋନ୍ ବିପ୍ଳବ କେନ୍ଦ୍ର
Follow Us