Shambhu: ଜୀବନ ଯୁଦ୍ଧରେ ହାରିଗଲା ଶମ୍ଭୁ

Advertisment

ହାତୀ ପାଠଶାଳାର ଗେହ୍ଲା ‘ଶମ୍ଭୁ’ ଆଉ ନାହିଁ। ଜୀବନ ଯୁଦ୍ଧରେ ସବୁଦିନ ପାଇଁ ହାରିଯାଇଛି। କେନ୍ଦୁଝର ଜଙ୍ଗଲରେ ମା’ ତ ପର କରିଦେଇଥିଲା, ଆଶା ଥିଲା ବନ କର୍ମଚାରୀଙ୍କ....

ହାତୀ ପାଠଶାଳାର ଗେହ୍ଲା ‘ଶମ୍ଭୁ’ ଆଉ ନାହିଁ। ଜୀବନ ଯୁଦ୍ଧରେ ସବୁଦିନ ପାଇଁ ହାରିଯାଇଛି। କେନ୍ଦୁଝର ଜଙ୍ଗଲରେ ମା’ ତ ପର କରିଦେଇଥିଲା, ଆଶା ଥିଲା ବନ କର୍ମଚାରୀଙ୍କ....

Untitled-26

ଭୁବନେଶ୍ବର: ହାତୀ ପାଠଶାଳାର ଗେହ୍ଲା ‘ଶମ୍ଭୁ’ ଆଉ ନାହିଁ। ଜୀବନ ଯୁଦ୍ଧରେ ସବୁଦିନ ପାଇଁ ହାରିଯାଇଛି। କେନ୍ଦୁଝର ଜଙ୍ଗଲରେ ମା’ ତ ପର କରିଦେଇଥିଲା, ଆଶା ଥିଲା ବନ କର୍ମଚାରୀଙ୍କ ହେପାଜତରେ ସେ ନୂଆ ଦୁନିଆ ଦେଖିବ। ନୂଆ ପରିବେଶରେ ବଢ଼ିବ। ମାତ୍ର ସବୁ ଆଶା ପାଣିଫୋଟକା ପରି ମିଳେଇ ଯାଇଛି।  ହାତୀ ପାଠଶାଳାରେ ମାତ୍ର ୧୦ ଦିନ ରହିବା ପରେ ଆଜି ସକାଳୁ ତାହାର ଜୀବନ ଚାଲିଯାଇଛି। ଏହି ସମୟ ମଧ୍ୟରେ ସେ ପାଠଶାଳାର ସମସ୍ତଙ୍କର ନିଜର ପାଲଟିଯାଇଥିଲା। ଆଉ ଆଜି ହଠାତ୍‌ ତାହାର ମୃତ୍ୟୁକୁ କେହି ବି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ‘ଶମ୍ଭୁ’ ନାଁଟି ଯେମିତି ତାହାର ଶରୀର ବି ସେମିତି ଥିଲା। ଥୁକୁଲ ଥାକୁଲ୍‌ ‘ଶମ୍ଭୁ’ ହାତୀ ପାଠଶାଳାର ଅନ୍ୟ ହାତୀଙ୍କଠାରୁ ନିଆରା ଥିଲା। ସବୁଠାରୁ ଛୋଟ ହୋଇଥିବାରୁ ଅନ୍ୟ ହାତୀମାନେ ତା’ ପାଖକୁ ଆସୁଥିଲେ ମଧ୍ୟ ମାରୁ ନଥିଲେ, ବରଂ ଆଦରି ନେଉଥିଲେ। ମାହୁନ୍ତମାନେ ପ୍ରତିଦିନ ‘ଶମ୍ଭୁ’ର ଯତ୍ନ ନେଉଥିଲେ। ସକାଳୁ ‘ଶମ୍ଭୁ’କୁ ପ୍ରାତଃଭ୍ରମଣଠାରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ନଜରରେ ରଖାଯାଇଥିଲା। ସକାଳେ ଜଙ୍ଗଲରେ କିଛି ବାଟ ଚଲାବୁଲା କରି ଆସିବା ପରେ ଖାଇବାକୁ ଦିଆଯାଉଥିଲା। କୁନିଛୁଆ ହୋଇଥିବାରୁ ଅନ୍ୟ ହାତୀଙ୍କ ଭଳି ତାକୁ ବାନ୍ଧିବା ଦରକାର ପଡ଼ୁ ନଥିଲା। ବଡ଼ ହାତୀମାନେ କାଳେ ଆକ୍ରମଣ କରିବେ, ସେଥିପାଇଁ ସତର୍କତାର ସହ ମାହୁନ୍ତମାନେ ସାଙ୍ଗରେ ଯାଉଥିଲେ। ବୁଲାବୁଲି କରି ଆସିବା ପରେ ହାତୀଶାଳାରେ କିଛି ସମୟ ବିଶ୍ରାମ ନେଉଥିଲା। ଲାକ୍ଟୋଜେନ୍‌ ପିଇବା ପରେ ତାକୁ ଗାଧୋଇ ଦିଆଯାଉଥିଲା। ଡାକ୍ତରମାନେ ପ୍ରତିଦିନ ଶମ୍ଭୁର ସ୍ବାସ୍ଥ୍ୟ ଯାଞ୍ଚ କରିବା ସହ ଭଲମନ୍ଦ ସମ୍ପର୍କରେ ବନଖଣ୍ଡ ଅଧିକାରୀଙ୍କୁ ରିପୋର୍ଟ ଦେଉଥିଲେ। ତେବେ ଗତକାଲି ହଠାତ୍‌ ଅସୁସ୍ଥ ହେବା ପରେ ଚିକିତ୍ସା କରାଯାଇ‌ଥିଲେ ମଧ୍ୟ ସେତେଟା ସୁଧାର ଆସି ନଥିଲା।

Exhibition grounds: ଖାଦ୍ୟ ରସିକଙ୍କୁ ଟାଣୁଛି ପ୍ରଦର୍ଶନୀ ପଡ଼ିଆ

 
ଚନ୍ଦକା ଡିଏଫ୍‌ଓ ବିନୋଦ ଆଚାର୍ଯ୍ୟ କହିଛନ୍ତି,  ଗତକାଲି ସକାଳଠାରୁ ‘ଶମ୍ଭୁ’ ଅସୁସ୍ଥ ହୋଇପଡ଼ିଥିଲା। ଏହା ଜଣାପଡ଼ିବା ମାତ୍ରେ ସ୍ଥାନୀୟ ଭିଏଏସ୍‌ଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା ଆରମ୍ଭ କରିଥିଲୁ ଏବଂ ନନ୍ଦନକାନନ ଭେଟରିନାରି ଟିମ୍‌ର ସହାୟତା ନେଇଥିଲୁ। ଯେଉଁଥିପାଇଁ ସନ୍ଧ୍ୟାରେ ‘ଶମ୍ଭୁ’ର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା। ଖାଦ୍ୟ ଗ୍ରହଣ କରିବା ସହ ଧୀରେ ଧୀରେ ଚାଲୁଥିଲା। ଆଶା ଥିଲା ଖୁବ୍‌ଶୀଘ୍ର ସୁସ୍ଥ ହୋଇଯିବ। ମାତ୍ର ଆଜି ସକାଳୁ ତାହାର ସ୍ବାସ୍ଥ୍ୟରେ ପୁଣି ଥରେ ଅବନତି ଘଟିଥିଲା। ତେଣୁ ଅଧିକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଇବାକୁ ଯୋଜନା ପ୍ରସ୍ତୁତ ହୋଇସାରିଥିଲା। ସେଠାକାର ଡାକ୍ତରଙ୍କ ସହ ଯୋଗାଯୋଗ କରାଯାଇ କିଭଳି ଚିକିତ୍ସା ସୁବିଧା ଦିଆଯିବ ସେନେଇ କଥାବାର୍ତ୍ତା ହୋଇଥିଲା। ତେବେ ପ୍ରାଣୀ ଉଦ୍ୟାନ ପର୍ଯ୍ୟନ୍ତ ପଠାଇବା ସମ୍ଭବ ହୋଇ ନଥିଲା। ସକାଳ ୭ଟା ୩୦ରେ ‘ଶମ୍ଭୁ’ର ଜୀବନ ଚାଲିଯାଇଥିଲା। ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

Liora Foundation: ଲିଓରା ଫାଉଣ୍ଡେସନ୍‌୍‌ର ନିଆରା ପ୍ରୟାସ, ସଞ୍ଜ ନଇଁଲେ ମହିଳା ଯାଆନ୍ତି ପାଠଶାଳା


ସୂଚନାଯୋଗ୍ୟ ଯେ କେନ୍ଦୁଝର ଜଙ୍ଗଲରେ ହାତୀପଲଙ୍କ ସହ ବୁଲୁବୁଲୁ ଏକ ବଡ଼ ଖାଲରେ ଶମ୍ଭୁ ପଡ଼ିଯାଇଥିଲା। ମାଆ ହାତୀ ଓ ଅନ୍ୟମାନେ ବହୁ ଚେଷ୍ଟା କଲେ, ମାତ୍ର ୪ମାସର ଶମ୍ଭୁକୁ ଖାଲରୁ ଉଠାଇ ପାରିଲେ ନାହିଁ। ଶେଷରେ ବନ ବିଭାଗ ଶମ୍ଭୁକୁ ଖାଲରୁ ବାହାର କରିଥିଲା। ତାକୁ ତା’ ମାଆ ପାଖରେ ଛାଡ଼ିବାକୁ ଉଦ୍ୟମ କରାଗଲା। କିନ୍ତୁ ମାଆ ଆଉ ତାକୁ ଗ୍ରହଣ କଲାନି କି ସାଙ୍ଗରେ ନେଲାନି। ଏହାପରେ ହାତୀଛୁଆ ଶମ୍ଭୁକୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ହାତୀ ପ୍ରଶିକ୍ଷଣ କେନ୍ଦ୍ରକୁ ଅଣାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe