ସୁମନ୍ତ ପରିଡ଼ା
ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜଧାନୀ ଭୁବନେଶ୍ବର ସ୍ମାର୍ଟ ସିଟି ମାନ୍ୟତା ପାଇବା ପରେ ‘ସ୍ମାର୍ଟ ଜନପଥ’ ଥିଲା ସହରର ପ୍ରଥମ ପ୍ରକଳ୍ପ, ଯାହାକୁ ଅଗ୍ରାଧିକାର ଭିତ୍ତିରେ ରାଜ୍ୟ ସରକାର ପୂର୍ଣ୍ଣ ରୂପ ଦେଇଥିଲେ। କିନ୍ତୁ ଏହି ପ୍ରକଳ୍ପର ସ୍ଥାୟୀତ୍ବ ତଥା ଭବିଷ୍ୟତକୁ ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି। ଯେଉଁ ଠିକାସଂସ୍ଥା ପ୍ରକଳ୍ପର ରକ୍ଷଣାାବେକ୍ଷଣ ଦାୟିତ୍ବ ନେଇଥିଲା, ତା’ର ଟେଣ୍ଡର୍ ନୂଆବର୍ଷର ପ୍ରଥମ ମାସରେ ସରୁଛି। ଏପର୍ଯ୍ୟନ୍ତ ନୂଆ ଟେଣ୍ଡର କରାଯାଇନି। ଅନ୍ୟପକ୍ଷରେ ଏହି ପ୍ରକଳ୍ପ ଭୁବନେଶ୍ବର ସ୍ମାର୍ଟ ସିଟି ପାଖରେ ରହିବ କି ଅନ୍ୟ କାହା ହାତକୁ ଯିବ, ଦ୍ବନ୍ଦ୍ବ ଉପୁଜିଥିବାରୁ ଏଭଳିି ଅନିଶ୍ଚିତତା ଦେଖା ଦେଇଛି। ସ୍ମାର୍ଟ ଜନପଥର ବ୍ୟାପ୍ତି ଶିଶୁ ଭବନ ଛକରୁ ବାଣୀବିହାର ଛକ ପର୍ଯ୍ୟନ୍ତ ଓ ପ୍ରାୟ ୫.୫ କିଲୋମିଟରର। ଏହି ରାସ୍ତାକୁ ସଂପୂର୍ଣ୍ଣ ସ୍ମାର୍ଟ ରୂପ ଦିଆଯାଇଥିଲା।
Accident: ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ; ଅଧୁରା ରହିଲା ଜଗାଦର୍ଶନ, ବାହାଘର
ନୂଆ କରି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ଗଠନ ପରେ ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପ ବାବଦରେ ୧୦୩.୪୫ ଟଙ୍କା ଖର୍ଚ୍ଚ କରାଯାଇଥିଲା, ଯାହାକି ସ୍ମାର୍ଟ ସିଟିର ଦ୍ବିତୀୟ ସର୍ବାଧିକ ଖର୍ଚ୍ଚ ହୋଇଥିବା ପ୍ରକଳ୍ପ। ପୂର୍ବର ଜବରଦଖଲ, ବିକ୍ଷିପ୍ତ ବିଦ୍ୟୁତ୍ ଓ ଅନ୍ୟାନ୍ୟ ତାର, ଅଣଓସାରିଆ ରାସ୍ତା, ଅଣସଂଗଠିତ ପାର୍କିଂ ଆଦିକୁ ବନ୍ଦ କରି ବିଦେଶର ଜଣାଶୁଣା ଷ୍ଟ୍ରିଟ୍ ଶୈଳୀରେ ରାସ୍ତାର ବିକାଶ କରାଯାଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ଚଉଡ଼ା ରାସ୍ତା, ଦୁଇପାର୍ଶ୍ବରେ ଗଛ ଛାଇରେ ବିଶ୍ରାମ ପାଇଁ ୨.୧ ମିଟରର ବିକଶିତ ଅଞ୍ଚଳ, ୨.୪ ମିଟରର ସାଇକେଲ୍ ଟ୍ରାକ୍, ରାସ୍ତା ଉପରେ ୪.୫ ମିଟରର ବ୍ୟବସ୍ଥିତ ପାର୍କିଂ, ୯ ମିଟରର ଟ୍ରାଭେଲ୍ ଲେନ୍, ୨ ମିଟରର ମେଡିଆନ୍, ଅତ୍ୟାଧୁନିକ ଭେଣ୍ଡିଂ କିଓସ୍କ, ଷ୍ଟଡି ଜୋନ୍, ରାସ୍ତାପାର୍ଶ୍ବ ସୌନ୍ଦର୍ଯ୍ୟୀକରଣ ସହ ଅନ୍ୟାନ୍ୟ ବିକାଶ କରାଯାଇଥିଲା। ଅଣ୍ଡରଗ୍ରାଉଣ୍ଡ୍ କେବଲିଂ କରାଯାଇଥିଲା।
ଜାନୁଆରିରେ ସରୁଛି ଠିକାସଂସ୍ଥାର ଚୁକ୍ତି
ନୂଆ ଠିକା ସଂସ୍ଥା ପାଇଁ ଏଯାଏ ଟେଣ୍ଡର୍ ହୋଇନି
ରକ୍ଷଣାବେକ୍ଷଣ ନେଇ ଉପୁଜିଲାଣି ଆଶଙ୍କା
ଆରକେଡି କନ୍ଷ୍ଟ୍ରକ୍ସନ୍କୁ କାମର ଟେଣ୍ଡର୍ ନେଇଥିଲା। ୨୦୨୨ରେ ଏହା ପୂର୍ଣ୍ଣାଙ୍ଗ ରୂପ ନେଇଥିଲା। ପ୍ରକଳ୍ପ ଏତେ ଆକର୍ଷଣୀୟ ଥିଲା ଯେ ବିଦେଶର ପ୍ରତିନିଧି ଦଳ ଆସି ପ୍ରକଳ୍ପ ବୁଲି ଦେଖିବା ସହ ପ୍ରଶଂସା କରି ଫେରିଥିଲେ। ଏବେ ବି ଜନପଥ ରାଜଧାନୀର ଶ୍ରୀ ବୃଦ୍ଧି କରୁଛି। ମିଳିଥିବା ତଥ୍ୟ ମୁତାବକ, ୨୦୨୨ରୁ ୨୦୨୫ ପର୍ଯ୍ୟନ୍ତ ୩ ବର୍ଷ ପାଇଁ ଆର୍କେଡି କନ୍ଷ୍ଟ୍ରକ୍ସନ୍କୁ ସ୍ମାର୍ଟ ଜନପଥ ପ୍ରକଳ୍ପର ରକ୍ଷଣାବେକ୍ଷଣ ଦାୟିତ୍ବ ଦିଆଯାଇଥିଲା।
New Year: ନୂଆବର୍ଷକୁ ଚାରିଆଡ଼େ ସ୍ବାଗତ, ଜଗା ଦର୍ଶନ ପାଇଁ ବଡ଼ଦାଣ୍ଡରେ ଭିଡ଼
ଶିଶୁ ଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାଘାଟ ଓ ଅନ୍ୟାନ୍ୟ ପ୍ରକଳ୍ପର ଯାହା କିଛି ଅସୁବିଧା ରହୁଥିଲା, ଆରକେଡି ଉତ୍ତରଦାୟୀ ରହୁଥିଲା। ଚୁକ୍ତି ଅନୁଯାୟୀ ୨୦୨୬ ଜାନୁଆରିରେ ଆର୍କେଡି କନ୍ଷ୍ଟ୍ରକ୍ସନ୍ର ରକ୍ଷଣାବେକ୍ଷଣ ଅବଧି ଶେଷହୋଇଛି। ତେଣୁ ନୂଆ ଠିକାସଂସ୍ଥାକୁ ରକ୍ଷଣାବେକ୍ଷଣ ଦାୟିତ୍ବ ଦିଆଯିବା କଥା। କିନ୍ତୁ ଅଦ୍ୟାବଧି ଏହା ଚୂଡ଼ାନ୍ତ ହୋଇପାରିନଥିବାରୁ ରକ୍ଷଣାବେକ୍ଷଣ ଚୁକ୍ତି ଶେଷ ପରେ ଏହି ରାସ୍ତା ଶ୍ରୀହୀନ ହୋଇପଡ଼ିବା ଜଳ ଜଳ ଦିଶିଲାଣି। ଶୁଣିବାକୁ ମିଳୁଛି, ଏହି ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ବ ଭୁବନେଶ୍ବର ସ୍ମାର୍ଟ ସିଟି ନେବ କି ପୂର୍ତ୍ତ ବିଭାଗ ଅବା ଭୁବନେଶ୍ବର ମହାନଗର ନିଗମ ହାତକୁ ଯିବ, ସରକାରୀ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ଭୁବନେଶ୍ବର ସ୍ମାର୍ଟ ସିଟିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ପ୍ରକଳ୍ପର ରକ୍ଷଣାବେକ୍ଷଣ ଚୁକ୍ତି ଜାନୁଆରିରେ ସରୁଛି। ପରେ କାହାକୁ ଦିଆଯିବ ନିଷ୍ପତ୍ତି ନିଆଯାଇନି। ସରକାର ଯାହା ନିର୍ଦ୍ଦେଶ ଦେବେ, ସେହି ଅନୁସାରେ ହେବ।
Follow Us