ଜାନୁଆରି ୧୨ ପର୍ଯ୍ୟନ୍ତ ଜାରି ରହିବ ବାର୍ଷିକ ପୁଷ୍ପ ପଦର୍ଶନୀ: ମନ୍ତ୍ରୀ

ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ମିଳିତ ସହଯୋଗରେ ଆୟୋଜିତ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀରେ କେଉଁଠି ଗୋଲାପ ଶୋଭା ପାଉଛି, ତ ଆଉ କେଉଁଠି ଡାଲିଆ। ସେବତୀ, ଗେଣ୍ଡୁ, ଜିନିଆ, ଆଷ୍ଟର...

ଅଦ୍ୟତନ ହୋଇଛି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ଏକାମ୍ର କାନନସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରରେ ଆୟୋଜିତ ବାର୍ଷିକ ପୁଷ୍ପ ପଦର୍ଶନୀ ଆଜି ସରିବ ନାହିଁ। ରାଜ୍ୟ ସରକାର ଏହି ପ୍ରଦର୍ଶନୀକୁ ଆହୁରି ଗୋଟିଏ ଦିନ ବଢ଼ାଇ ଦେଇଛନ୍ତି। ଏଠାକୁ ଆସୁଥିବା ଦର୍ଶକଙ୍କ ଚାହିଦାକୁ ଗୁରୁତ୍ବ ଦେଇ ସରକାର ଏହି ପ୍ରଦର୍ଶନୀକୁ ଜାନୁଆରି ୧୨ (ରବିବାର) ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ବର୍ଦ୍ଧିତ ସମୟ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। 

ଏହି ଖବର ପଢ଼ନ୍ତୁ: ମନମୋହିଲା ପୁଷ୍ପ ପ୍ରଦର୍ଶନୀ

publive-image

ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପୁଷ୍ପ ପ୍ରଦର୍ଶନୀ ଜାରି ରହିବ। ସେ କହିଛନ୍ତି ଯେ, ଲୋକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଏକ ଦିନ ଅବଧି ବଢ଼ାଇଛନ୍ତି। ଏହି ପ୍ରଦର୍ଶନୀ ଗତ ୭ ତାରିଖ ଦିନ ଆରମ୍ଭ ହୋଇଥିଲା। ଏହା ୧୧ ତାରିଖରେ ସାରିବାକୁ ଥିଲା। ମାତ୍ର ଏଠାରେ ପ୍ରବଳ ଲୋକଙ୍କର ଭିଡ଼ ରହୁଛି ଏବଂ ଲୋକଙ୍କର ରୁଚିକୁ ଦୃଷ୍ଟିରେ ରଖି ଏହି ପଦର୍ଶନୀ ଏକ ଦିନ ବଢ଼ାଇ ୧୨ ତାରିଖରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ଖବର ପଢ଼ନ୍ତୁ: ସୁଭଦ୍ରା ପୋର୍ଟାଲରୁ ଭୁଲରେ ନାମ ବାଦ୍‌ ପଡ଼ିଛି କି? ଚିନ୍ତା କରନ୍ତୁ ନାହିଁ...

publive-image

କାହିଁକି ବଢୁଛି ଦର୍ଶକଙ୍କ ଭିଡ଼

ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ମିଳିତ ସହଯୋଗରେ ଆୟୋଜିତ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀରେ କେଉଁଠି ଗୋଲାପ ଶୋଭା ପାଉଛି, ତ ଆଉ କେଉଁଠି ଡାଲିଆ। ସେବତୀ, ଗେଣ୍ଡୁ, ଜିନିଆ, ଆଷ୍ଟର, କାଲେଣ୍ଡୁଲା, ଲିଲିୟମ୍‌, ଗ୍ଲାଡିଓଲି, ଆଷ୍ଟ୍ରରିୟମ, ସାଲଭିଆ, ଆଣ୍ଟିରିନିଅମ୍‌ ପରି ଅନେକ କିସମ ଫୁଲର ସମାହାର ହୋଇଛି। କେବଳ ଫୁଲ ନୁହେଁ, ବିଭିନ୍ନ କିସମର ପତ୍ର ଗଛ ଯଥା ଫଣି, ଆଗ୍ଲୋନିମା, ପାମ୍, ଡାଇଫେନ୍‌ବେକିଆ, ଫିଲୋଡେଣ୍ଡ୍ରନ୍‌ ଆଦି ଦେଖିବାକୁ ମିଳୁଛି। ବିଭିନ୍ନ ରଙ୍ଗ ଓ କିସମ ଫୁଲରେ ସଜେଇ ହୋଇଛି ଏକାମ୍ରକା‌ନନ। ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦ୍‌ଘାଟନୀ ଦିନରୁ ହିଁ ଦେଖଣାହାରୀଙ୍କ ମନ ଜିଣିନେଇଛି ଏକାମ୍ରକାନନ। 

ଏହି ଖବର ପଢ଼ନ୍ତୁ: ତାପମାତ୍ରା ୪.୮ ଡିଗ୍ରି ସହ ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶାର ଦାର୍ଜିଲିଂ

publive-image

ଗତ ୮ ତାରିଖ ଠାରୁ ପୂର୍ବାହ୍‌ଣ ୧୦ଟାରୁ ସଂଜ ଯାଏଁ ପ୍ରକୃତି ପ୍ରେମୀଙ୍କ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରକୁ ସୁଅ ଛୁଟୁଛି। ପୁଷ୍ପ ମେଳାରେ ଯୁବପିଢ଼ି ଅର୍କେଷ୍ଟାର ଗୀତରେ ମନୋରଂଜନ କରୁଛନ୍ତି। ସମାରୋହରୁ ଫେରିବା ବେଳକୁ ଲୋକେ ଫୁଲଗଛ, ଔଷଧୀୟ ଗଛ, ଅନ୍ୟାନ୍ୟ ଚାରା କିଣୁଛନ୍ତି। ଦର୍ଶକଙ୍କ ପାଇଁ ଫୁଡ୍‌ କୋର୍ଟ ମଧ୍ୟ ଖୋଲା ଯାଇଛି।  

ଏହି ଖବର ପଢ଼ନ୍ତୁ: ବାଲି ଚୋରି ରୋକିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି: ସୁରେଶ ପୂଜାରୀ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe