AIIMS: ଏମ୍‌ସ ଅସ୍ଥିଶଲ୍ୟ ବିଭାଗର ସଫଳ ଅସ୍ତ୍ରୋପଚାର: ୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ଯୁବକ

Advertisment

ଏମ୍‌ସ ଭୁବନେଶ୍ବର ଅସ୍ଥିଶଲ୍ୟ ବିଭାଗର ସଫଳ ଚିକିତ୍ସା ଜଣେ ଯୁବକଙ୍କ ଜୀବନରେ ପ୍ରାୟ ଦୁଇ ଦଶନ୍ଧି ପରେ ଅସରନ୍ତି ଖୁସି ଆଣିଦେଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ବିଶ୍ୱଭୂଷଣ ରାଉତ(୩୭) ପ୍ରାୟ ୨୦ ବର୍ଷ ଧରି ଅନ୍‌କୋଲୋଜି ସ୍ପଣ୍ଡିଲାଇଟିସ୍ ରୋଗରେ ପୀଡ଼ିତ ଥିଲେ।

ଏମ୍‌ସ ଭୁବନେଶ୍ବର ଅସ୍ଥିଶଲ୍ୟ ବିଭାଗର ସଫଳ ଚିକିତ୍ସା ଜଣେ ଯୁବକଙ୍କ ଜୀବନରେ ପ୍ରାୟ ଦୁଇ ଦଶନ୍ଧି ପରେ ଅସରନ୍ତି ଖୁସି ଆଣିଦେଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ବିଶ୍ୱଭୂଷଣ ରାଉତ(୩୭) ପ୍ରାୟ ୨୦ ବର୍ଷ ଧରି ଅନ୍‌କୋଲୋଜି ସ୍ପଣ୍ଡିଲାଇଟିସ୍ ରୋଗରେ ପୀଡ଼ିତ ଥିଲେ।

hgfshsfh

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ବର ଅସ୍ଥିଶଲ୍ୟ ବିଭାଗର ସଫଳ ଚିକିତ୍ସା ଜଣେ ଯୁବକଙ୍କ ଜୀବନରେ ପ୍ରାୟ ଦୁଇ ଦଶନ୍ଧି ପରେ ଅସରନ୍ତି ଖୁସି ଆଣିଦେଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ବିଶ୍ୱଭୂଷଣ ରାଉତ(୩୭) ପ୍ରାୟ ୨୦ ବର୍ଷ ଧରି ଅନ୍‌କୋଲୋଜି ସ୍ପଣ୍ଡିଲାଇଟିସ୍ ରୋଗରେ ପୀଡ଼ିତ ଥିଲେ। ଏମ୍‌ସ ଭୁବନେଶ୍ବର ଅସ୍ଥିଶଲ୍ୟ ବିଭାଗ ପକ୍ଷରୁ ତାଙ୍କର ୩ଟି ଜଟିଳ ଅସ୍ତ୍ରୋପଚାର ପରେ ଏବେ ସେ ନୂଆ ଜୀବନ ପାଇଛନ୍ତି। ଶ୍ରୀ ରାଉତଙ୍କ ମେରୁଦଣ୍ଡ ଓ ଉଭୟ ନିତମ୍ବ ସମ୍ପୂର୍ଣ୍ଣ ମିଶିବା ଭଳି ଅବସ୍ଥାରେ ଥିଲା। ଫଳରେ ତାଙ୍କ ବେକରୁ ନିତମ୍ବ ପର୍ଯ୍ୟନ୍ତ ଅଚଳ ହୋଇଯାଇଥିଲା। ତାଙ୍କ ମେରୁଦଣ୍ଡ ଓ ଜଙ୍ଘ ପ୍ରାୟ ୧୫୦ ଡିଗ୍ରି ବଙ୍କା ହୋଇ ଯାଇଥିଲା। ମୁହଁ ପ୍ରାୟ ତାଙ୍କ ଜଙ୍ଘକୁ ଛୁଇଁ ସାରିଥିଲା। ଅସ୍ତ୍ରୋପଚାର କାରଣରୁ ପକ୍ଷାଘାତର ଯଥେଷ୍ଟ ସମ୍ଭାବନା ଥିବାରୁ ଓଡ଼ିଶାର ଅନେକ ହସ୍ପିଟାଲ ଓ ଭାରତର ଅନ୍ୟାନ୍ୟ ପ୍ରମୁଖ ପ୍ରତିଷ୍ଠାନ ତାଙ୍କୁ ଚିକିତ୍ସା କରିବାକୁ ମନା କରି ଦେଇଥିଲେ। 

Road Infrastructure: ୧୪ଟି ରାସ୍ତା ପାଇଁ ୮୨ କୋଟିର ବ୍ୟୟ ବରାଦ

ଏମ୍‌ସ ଅସ୍ଥିଶଲ୍ୟ ବିଭାଗର ସଫଳ ଅସ୍ତ୍ରୋପଚାର
ଅଚଳ ଶରୀର ସଚଳ ହେଲା

Bangladesh : ଫେବ୍ରୁଆରି ୧୨ରେ ବାଂଲାଦେଶ ନିର୍ବାଚନ, ଲଢିପାରିବନି ଆୱାମୀ ଲିଗ୍

ବହୁ ଆଶା ନେଇ ଏମସ ଭୁବନେଶ୍ୱର ଅର୍ଥୋପେଡିକ ବିଭାଗ ଓପିଡିକୁ ସେ ଆସିଥିଲେ। ବିଭାଗୀୟ ସହକାରୀ ପ୍ରଫେସର ଡା. ଦୀପକ ନେରାଡି ବିଶ୍ବଭୂଷଣଙ୍କ ପରୀକ୍ଷାନିରୀକ୍ଷା ପରେ ବିଭାଗୀୟ ମୁଖ୍ୟ ଡା. ବିଷ୍ଣୁପ୍ରସାଦ ପାତ୍ରଙ୍କ ମାର୍ଗଦର୍ଶନରେ ଅସ୍ତ୍ରୋପଚାର କରିଥିଲେ। ଆନାସ୍ଥେସିଆ ବିଭାଗୀୟ ମୁଖ୍ୟ ଡ. ସତ୍ୟଜିତ ମିଶ୍ରଙ୍କ ନେତୃତ୍ୱରେ ଆନାସ୍ଥେସିଆ ଦଳ ସହଯୋଗ କରିଥିଲା। ଡା. ନେରାଡି ଓ ଡା. ଗୁରୁଦୀପ ଦାସ ଉନ୍ନତ ଉପକରଣ ବ୍ୟବହାର କରି ଏହି ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହିତ ସମ୍ପନ୍ନ କରିଥିଲେ। ଯୁବକଙ୍କର ଦୁଇଟି ଯାକ ହିପ୍ ରିପ୍ଲେସମେଣ୍ଟ୍ କରାଯିବା ସହିତ ମେରୁଦଣ୍ଡ ବିକୃତି ସଂଶୋଧନ କରାଯାଇଥିଲା। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ ବିଶ୍ୱଭୂଷଣଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି। ଅସ୍ତ୍ରୋପଚାର ପରେ ବିଶ୍ୱଭୂଷଣ ସ୍ବାଭାବିକ ଭାବେ ଚାଲିପାରୁଛନ୍ତି। ଘରୋଇ ଡାକ୍ତରଖାନାରେ ଏପରି ଅସ୍ତ୍ରୋପଚାର ପାଇଁ ୨୫ରୁ ୫୦ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ। ମାତ୍ର ଶ୍ରୀ ରାଉତ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ମାଗଣା ଚିକିତ୍ସା ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe