Smruti Singh in Rajasthan Photograph: (Sambad )
ରାଉରକେଲା: ତାରକା ଅଲ୍ଟ୍ରା ରନର୍ ସୁମିତ ସିଂହଙ୍କୁ ପୁଣି ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି। ଭାରତୀୟ ସୀମାନ୍ତରେ ୨୩.୫୨ ଘଣ୍ଟାରେ ୧୬୧ କିଲୋମିଟର ଦୌଡ଼ି ଏହି ରେକର୍ଡକୁ ନିଜ ନାଁରେ ଲିପିବଦ୍ଧ କରିଛନ୍ତି। ଏହି ଗଣଦୌଡ଼ ‘ହି ହେଲ୍ ରେସ୍’ ପକ୍ଷରୁ ଜୟସାଲମେର୍ ସୀମାନ୍ତରେ ଅନୁଷ୍ଠିତ ହୋଇଥିଲା। ବିଜୟ ଦିବସ ଉପଲକ୍ଷେ ଆୟୋଜିତ ଏହି ଗଣଦୌଡ଼ରେ ଓଡ଼ିଶାରୁ ସର୍ବାଧିକ ସଂଖ୍ୟକ ପ୍ରତିଯୋଗୀ ଭାଗନେଇଥିଲେ। ଏଥିମଧ୍ୟରୁ ସୁମିତ ଏକମାତ୍ର ଓଡ଼ିଆଭାବେ ନିର୍ଦ୍ଧାରିତ ୨୮ ଘଣ୍ଟା ପୂର୍ବରୁ ଧାର୍ଯ୍ୟଲକ୍ଷ୍ୟରେ ପହଞ୍ଚିଯାଇଥିଲେ।
ଏହି ଖବର ପଢ଼ନ୍ତୁ: ଇଲେକ୍ଟ୍ରୋନିକ୍ସ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ; କାରଣ ଅସ୍ପଷ୍ଟ
ଅପରପକ୍ଷରେ ୨ ଜଣ ୫୦ କିଲୋମିଟର ସଂପନ୍ନ କରିଥିବାବେଳେ ୫ ଜଣ ୧୦୦ କିଲୋମିଟର ଅତିକ୍ରମ କରିବାରେ ସଫଳ ହୋଇଥିଲେ। ଭୁବନେଶ୍ବରର ଆଲୋକ ସାହୁ ୧୦ ଘଣ୍ଟା ୩୮ ମିନିଟ୍ ଭିତରେ ୧୦୦ କିଲୋମିଟର ଅତିକ୍ରମ କରିଥିବାବେଳେ ରାଉରକେଲାର ଦିଗାନ୍ତର ସିଂହ ୧୫.୨୬ ଘଣ୍ଟା ଓ କୁନାଲ ରାଓଲେ ୧୫.୨୭ ଘଣ୍ଟାରେ ଶେଷ କରିଥିଲେ।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ସୁମିତ ଏକାଧିକ ଜାତୀୟ, ଅନ୍ତର୍ଜାତୀୟ ରେକର୍ଡକୁ ନିଜ ନାଁରେ କରିସାରିଛନ୍ତି। ଟ୍ରେଡ୍ମିଲ୍ରେ ଅନବରତ ୧୨ ଘଣ୍ଟା(୬୮.୦୪ କିଲୋମିଟର) ଦୌଡ଼ି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ୍ସ, ୩୦ ଦିନରେ ୩୩ଟି ଫୁଲ୍ ମାରାଥନ୍ ଦୌଡ଼ି ‘ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡ୍ସ’ ଆଦି କରାୟତ୍ତ କରିଛନ୍ତି। ଏହାସହ ‘କମ୍ରେଡ୍ ଦକ୍ଷିଣଆଫ୍ରିକା ଗଣଦୌଡ଼’ରେ ୧୧.୨୩ ଘଣ୍ଟାରେ ୮୬ କିଲୋମିଟର, ଭୁବନେଶ୍ବରରେ ଆୟୋଜିତ ‘ଲାଷ୍ଟ୍ ମ୍ୟାନ୍ ଷ୍ଟାଣ୍ଡିଂ ରେସ୍’ରେ ଲଗାତାର ୧୧ ଘଣ୍ଟାଧରି ଦୌଡ଼ି ବିଜେତା, ୭୭ତମ ସ୍ବାଧୀନତା ଦିବସ ଉପଲକ୍ଷେ ୧୦୦ କିଲୋମିଟର ଦୌଡ଼, ଏନ୍ଇବି ହାଫ୍ ମାରାଥନ୍(କୋଲକାତା) ୧ ଘଣ୍ଟା ୫୮ ମିନିଟ୍ରେ ଅତିକ୍ରମ, ଟଫ୍ମ୍ୟାନ୍ ଛଣ୍ଡିଗଡ଼ ଷ୍ଟାଡିୟମ ରନ୍, ଏନ୍ଇବି ଷ୍ଟାଡିୟମ ରନ୍(ବାଙ୍ଗାଲୁରୁ), ଟଫ୍ମ୍ୟାନ୍ ମାସୋବ୍ରା ରନ୍(ମନାଲି), ଇଣ୍ଡିଆନା ଓସିଆନା ଚାମ୍ପିଅନସିପ୍, ଲାଦାଖ ଖରଦୁଙ୍ଗଲାରେ ଅନୁଷ୍ଠିତ ବିଶ୍ବର ଉଚ୍ଚତମ ମାରାଥନରେ ୧୩ ଘଣ୍ଟା ୩ ମିନିଟ୍ରେ ୭୨ କିଲୋମିଟର ଅତିକ୍ରମ, ବିଚ୍ ହାଫ୍ ମାରାଥନ୍(ପୁରୀ), ୨୪ ଘଣ୍ଟା ଷ୍ଟାଡିୟମ ରନ୍ ଆଦିରେ ଆକର୍ଷଣୀୟ ସଫଳତା ମିଳିଥିଲା।
ଏହି ଖବର ପଢ଼ନ୍ତୁ: ସୋନାକ୍ଷୀଙ୍କୁ ନେଇ କୁମାର ବିଶ୍ବାସଙ୍କ ମନ୍ତବ୍ୟ ଯୋଗୁ ରାଜନୈତିକ ବିବାଦ
ଏହି ସଫଳତା ନେଇ ସୁମିତ କହିଛନ୍ତି, ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ବୀରତ୍ବର ଗାଥା ସ୍ମୃତିଚାରଣ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଗଣଦୌଡ଼ରେ ଭାଗନେବା ଓ ସଫଳ ହେବା, ନିଶ୍ଚିତଭାବେ ଅବିସ୍ମରଣୀୟ ମୂହୁର୍ତ୍ତ। ତେବେ ଏହି ଦୌଡ଼ ଜୀବନର ସବୁଠାରୁ କଷ୍ଟଦାୟକ ତଥା ଉତ୍ସାଜନକ ଥିଲା। ଏହି ଦୌଡ଼ ପାଇଁ ରାଉରକେଲାରେ ରାତିସାରା ଦୌଡ଼ିବା ଅଭ୍ୟାସ କରିଥିଲେ।
ଏହି ଖବର ପଢ଼ନ୍ତୁ: ବିଦ୍ୟାଳୟରୁ ଖାଦ୍ୟ ସାମଗ୍ରୀ ନେଉଥିଲେ ପ୍ରଧାନଶିକ୍ଷକ, ଧରିପକାଇଲେ ଗ୍ରାମବାସୀ
ଗଣଦୌଡ଼ ଦିନ ୧୨ଟାରେ ଆରମ୍ଭ ହୋଇଥିଲା। ୬୦ କିଲୋମିଟର ଅତିକ୍ରମ କଲାପରେ ସେଠାରେ ପ୍ରବଳ ଥଣ୍ଡା ଅନୁଭୂତ ହେବାରୁ ଶୀତବସ୍ତ୍ର ପିନ୍ଧିଥିଲୁ। ପରେ ୧୩ ଘଣ୍ଟାପରେ ଶହେ କିଲୋମିଟର ଅତିକ୍ରମ କରିଥିଲା। ଏହାପରେ ଦୌଡ଼ ବେଶ୍ ପୀଡ଼ାଦାୟକ ହୋଇପଡ଼ିଥିଲା। ଘନ ରାତିରେ ବିଯୁକ୍ତ ୧ ଡିଗ୍ରି ତାପମାତ୍ରାରେ ଦୌଡ଼ିବାକୁ ପଡ଼ିଥିଲା। କଷ୍ଟେମଷ୍ଟେ ରାତି ପାର୍ କରିଥିଲୁ। ତେବେ ସୂର୍ଯ୍ୟାଦୟ ହେବାପରେ ପୁଣି ଦୌଡ଼କୁ ବ୍ୟାପକ କରି ୨୩ ଘଣ୍ଟା ୫୨ ମିନିଟ୍ରେ ଦୌଡ଼ ଶେଷ କରିଥିଲି ବୋଲି କହିଛନ୍ତି।
ଏହି ଖବର ପଢ଼ନ୍ତୁ: ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ପରଲୋକ
Follow Us