Nilamadhav Basti: ନୀଳମାଧବ ବସ୍ତିରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା: ୮୦ ପରିବାରଙ୍କ ଘର ଭାଙ୍ଗିଲା, ପୁଲିସ-ବସ୍ତିବାସିନ୍ଦା ମୁହାଁମୁହିଁ

Advertisment

ଚନ୍ଦ୍ରଶେଖରପୁର ନୀଳମାଧବ ଗୃହନିର୍ମାଣ ପ୍ରକଳ୍ପ ପାଇଁ ଆଜି ବିଡିଏ ପକ୍ଷରୁ କେୟାର ହସ୍ପିଟାଲ୍ ନିକଟ ନୀଳମାଧବ ବସ୍ତି(ପ୍ୟାଚ୍-ବି)ରେ ଜବରଦଖଲ ଉଚ୍ଛେଦ କରାଯାଇଛି। ଉଚ୍ଛେଦବେଳେ ବସ୍ତିବାସିନ୍ଦାମାନେ ପ୍ରବଳ ବିରୋଧ କରିଛନ୍ତି।

ଚନ୍ଦ୍ରଶେଖରପୁର ନୀଳମାଧବ ଗୃହନିର୍ମାଣ ପ୍ରକଳ୍ପ ପାଇଁ ଆଜି ବିଡିଏ ପକ୍ଷରୁ କେୟାର ହସ୍ପିଟାଲ୍ ନିକଟ ନୀଳମାଧବ ବସ୍ତି(ପ୍ୟାଚ୍-ବି)ରେ ଜବରଦଖଲ ଉଚ୍ଛେଦ କରାଯାଇଛି। ଉଚ୍ଛେଦବେଳେ ବସ୍ତିବାସିନ୍ଦାମାନେ ପ୍ରବଳ ବିରୋଧ କରିଛନ୍ତି।

sfhfshxbvvb

ଭୁବନେଶ୍ବର: ଚନ୍ଦ୍ରଶେଖରପୁର ନୀଳମାଧବ ଗୃହନିର୍ମାଣ ପ୍ରକଳ୍ପ ପାଇଁ ଆଜି ବିଡିଏ ପକ୍ଷରୁ କେୟାର ହସ୍ପିଟାଲ୍ ନିକଟ ନୀଳମାଧବ ବସ୍ତି(ପ୍ୟାଚ୍-ବି)ରେ ଜବରଦଖଲ ଉଚ୍ଛେଦ କରାଯାଇଛି। ଉଚ୍ଛେଦବେଳେ ବସ୍ତିବାସିନ୍ଦାମାନେ ପ୍ରବଳ ବିରୋଧ କରିଛନ୍ତି। ଆଗ ଥଇଥାନ କର, ପରେ ଉଚ୍ଛେଦ କରିବ ବୋଲି ଯୁକ୍ତି ବାଢ଼ିଥିଲେ। ଏଥିପାଇଁ ପୁଲିସ ସହ ବସ୍ତିବାସିନ୍ଦାଙ୍କ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପରେ ଯେଉଁମାନଙ୍କ ଆବାସ ଯୋଜନାରେ ନାମ ରହିଛି, ସେମାନଙ୍କ ଥଇଥାନ କରାଯିବ ବୋଲି ବିଡିଏ ଓ ପୁଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ବିରୋଧ ଭିତରେ ବି ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଯାଇଛି। ୧୨୦ଟି ଆଜ୍‌ବେଷ୍ଟସ୍ ଘର ଭାଙ୍ଗି ମାଟିରେ ମିଶାଯାଇଛି। ଏଥିସହ ଅନ୍ୟାନ୍ୟ ଜବରଦଖଲ ଉଚ୍ଛେଦ କରାଯାଇଛି। ୮୦ ପରିବାରଙ୍କ ଘର ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ଆଜି ପ୍ରାୟ ଅଧ ଏକର ଜାଗା ଜବରଦଖଲମୁକ୍ତ କରାଯାଇଛି। 

Indian Railways: ତାଳଚେର-ବିମଳାଗଡ଼ ନୂତନ ରେଳପଥର ୩୪କିମି ସେକ୍ସନ କାର୍ଯ୍ୟକ୍ଷମ

ଜବରଦଖଲ ଅଞ୍ଚଳର ୫୦ ପ୍ରତିଶତ ଉଚ୍ଛେଦ ସରିଥିବାବେଳେ ବାକି ସବୁ ଜବରଦଖଲ ଆସନ୍ତାକାଲି ଉଚ୍ଛେଦ କରାଯିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି। ବିଡିଏ ପକ୍ଷରୁ କୁହାଯାଇଛି, ଯେଉଁ ପରିବାର ଆଜି ଉଚ୍ଛେଦ ହୋଇଛନ୍ତି ଓ ଆସନ୍ତାକାଲି ଉଚ୍ଛେଦ ହେବେ, ସେମାନଙ୍କୁ ବହୁ ପୂର୍ବରୁ କନ୍ୟାଶ୍ରମ ନିକଟ ଟ୍ରାଞ୍ଜିଟ୍ ହାଉସ୍‌ରେ ଥଇଥାନ କରାଯାଇଛି। ଆସନ୍ତାକାଲି ସମ୍ପୂର୍ଣ୍ଣ ଉଚ୍ଛେଦ ହେଲେ, ଏଠାରେ ଘର ନିର୍ମାଣ କରାଯାଇ ବସ୍ତିବାସିନ୍ଦାଙ୍କୁ ଘର ପ୍ରଦାନ କରାଯିବ। ଆଜିର ଉଚ୍ଛେଦରେ ୨ଟି ଜେସିବି ବିଡିଏ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଚନ୍ଦ୍ରଶେଖରପୁର ପୁଲିସ ସହ ୨ ପ୍ଲାଟୁନ୍ ପୁରୁଷ ପୁଲିସ ଓ ୧ ପ୍ଲାଟୁନ୍ ମହିଳା ପୁଲିସ ନିୟୋଜିତ ହୋଇଥିଲେ। ବିଡିଏ ଯୁଗ୍ମ ଆୟୁକ୍ତ(ଏନ୍‌ଫୋର୍ସମେଣ୍ଟ) ରଞ୍ଜନ ଜେନାଙ୍କ ନେତୃତ୍ବରେ ଏନ୍‌ଫୋର୍ସମେଣ୍ଟ ଓଏସ୍‌ଡି ଦେବରାଜ ସେଠୀ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଜୋନାଲ୍ ଏସିପି ସୋନାଲି ସିଂ ପାରମର, କନିଷ୍ଠ ଏନ୍‌ଫୋର୍ସମେଣ୍ଟ ଅଫିସର ସିଦ୍ଧାନ୍ତ ସାହୁ, ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଗିରିଶ ମହାରଣା ପ୍ରମୁଖ ଉଚ୍ଛେଦ ବେଳେ ଉପସ୍ଥିତ ଥିଲେ।

Pakistan : ଇମ୍ରାନ ଖାଁଙ୍କ ଉପରେ ବିପଦ ମାଡ଼ିଆସୁଛି ! ରାଜସାକ୍ଷୀ ହୋଇପାରନ୍ତି ଫୈଜ୍ ହମିଦ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe