Nayapali: ନୂଆପଲ୍ଲୀରେ ଆତଙ୍କରାଜ: ଘର ଆଗରୁ ଟେକିନେଇ ହାଣିଲେ, ରାସ୍ତାରେ ଫୋପାଡ଼ିଦେଲେ

Advertisment

୨୦୨୫ ସରିଆସୁଥିବା ବେଳେ ରାଜଧାନୀ ରକ୍ତରଂଜିତ ହୋଇଉଠିଛି। ପୁଲିସକୁ ଖାତିର କରୁନଥିବା ଅପରାଧୀମାନେ ନୟାପଲ୍ଲୀ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି। ଜଣେ ଯୁବକଙ୍କୁ ଘର ଆଗରୁ ଟେକି ନେବା ପରେ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି ଏବଂ ରାସ୍ତା କଡ଼ରେ ଫୋପାଡ଼ି ଫେରାର ହୋଇଯାଇଛନ୍ତି।

୨୦୨୫ ସରିଆସୁଥିବା ବେଳେ ରାଜଧାନୀ ରକ୍ତରଂଜିତ ହୋଇଉଠିଛି। ପୁଲିସକୁ ଖାତିର କରୁନଥିବା ଅପରାଧୀମାନେ ନୟାପଲ୍ଲୀ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି। ଜଣେ ଯୁବକଙ୍କୁ ଘର ଆଗରୁ ଟେକି ନେବା ପରେ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି ଏବଂ ରାସ୍ତା କଡ଼ରେ ଫୋପାଡ଼ି ଫେରାର ହୋଇଯାଇଛନ୍ତି।

attack

ଭୁବନେଶ୍ବର: ୨୦୨୫ ସରିଆସୁଥିବା ବେଳେ ରାଜଧାନୀ ରକ୍ତରଂଜିତ ହୋଇଉଠିଛି। ପୁଲିସକୁ ଖାତିର କରୁନଥିବା ଅପରାଧୀମାନେ ନୟାପଲ୍ଲୀ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି। ଜଣେ ଯୁବକଙ୍କୁ ଘର ଆଗରୁ ଟେକି ନେବା ପରେ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି ଏବଂ ରାସ୍ତା କଡ଼ରେ ଫୋପାଡ଼ି ଫେରାର ହୋଇଯାଇଛନ୍ତି। ଖଣ୍ଡା ଚୋଟରେ ଗୁରୁତର ହୋଇଥିବା ଯୁବକ ହେଲେ ନୟାପଲ୍ଲୀ ନୂଆସାହି ଅଞ୍ଚଳର ବବୁଲ ଦାସ। ସେ ଏବେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଖଣ୍ଡା ଚୋଟ ଯୋଗୁ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଘଟଣା ଜଣାପଡ଼ିବା ପରେ ନୟାପଲ୍ଲୀରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି ଏବଂ ତୁରନ୍ତ ଅପରାଧୀମାନଙ୍କୁ ଗିରଫ କରିବାକୁ ଲୋକେ ଦାବି କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସ୍ଥାନୀୟ ଏକ ବସ୍ତିର କିଛି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ନୟାପଲ୍ଲୀ ଥାନା ପୁଲିସ ଅପରାଧୀମାନଙ୍କୁ ଠାବ କରିବାକୁ ଚଢ଼ଉ ଚଳାଇଥିବା ସୂଚନା ମିଳିଛି। 

SIR before Panchayat elections: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏସ୍‌ଆଇଆର୍! ସୋମବାର ପ୍ରସ୍ତୁତି ସମୀକ୍ଷା କରିବେ ମୁଖ୍ୟ ନିର୍ବାଚନ ଆୟୁକ୍ତ

ସୂଚନାନୁସାରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ବବୁଲ ନିଜ ଘର ନିକଟରେ ବୁଲାବୁଲି କରୁଥିଲେ। ଏତିକିବେଳେ ଏକ କାର୍‌ ସେଠାରେ ପହଞ୍ଚିଥିଲା। କାର୍‌ ଭିତରୁ ୪/୫ଜଣ ଦୁର୍ବୃତ୍ତ ବାହାରି ବବୁଲଙ୍କୁ ଉଠାଇ ନେବାକୁ ଉଦ୍ୟମ କରିଥିଲେ। ବବୁଲ ପ୍ରତିରୋଧ କରିବାରୁ କିଛି ସମୟ ପାଇଁ ସେମାନଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା। ବବୁଲଙ୍କ ପାଟି ଶୁଣି କିଛି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିବାରୁ ଜଣେ ଦୁର୍ବୃତ୍ତ କାର ଭିତରୁ ଖଣ୍ଡା ବାହାର କରି ଲୋକଙ୍କୁ ଗୋଡ଼ାଇଥିଲା। ଭୟରେ ଲୋକମାନେ ପଛଘୁଞ୍ଚା ଦେଇଥିଲେ। ଖଣ୍ଡା ଧରିଥିବା ଦୁର୍ବୃତ୍ତ ରାଗରେ ବବୁଲଙ୍କ ପାଖକୁ ଆସି ମୁଣ୍ଡକୁ ଚୋଟ ମାରିଥିଲା। ରକ୍ତାକ୍ତ ହେବା ପରେ ବବୁଲ ଆଉ ସେମାନଙ୍କୁ ପ୍ରତିରୋଧ କରିପାରିନଥିଲେ। ଦୁର୍ବୃତ୍ତମାନେ ତାଙ୍କୁ କାର୍‌ ଭିତରକୁ ଟେକି ନେଇ ସେଠାରୁ ପଳାଇଥିଲେ। ଲୋକମାନେ ଦେଖୁଥିଲେ ହେଁ ରକ୍ତମୁଖା ଦୁର୍ବୃତ୍ତମାନଙ୍କ ସାମ୍ନା କରିବାକୁ ସେମାନଙ୍କ ଜୁ ନଥିଲା। ତଥାପି କିଛି ଯୁବକ ଦୁର୍ବୃତ୍ତମାନଙ୍କୁ ପିଛା କରିଥିଲେ। ନୂଆସାହିରୁ କିଛି ଦୂର ଯିବା ପରେ ଦୁର୍ବୃତ୍ତମାନେ ସିବିଆଇ ରୋଡ୍‌ରେ ବବୁଲଙ୍କୁ ଫୋପାଡ଼ି ଚାଲିଯାଇଥିଲେ। ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ସେଠାରୁ ବବୁଲଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ସେଠାରୁ ତାଙ୍କୁ ଏମ୍‌ସ ସ୍ଥାନାନ୍ତର କରାଯାଇଛି।

Ratna bhanda: ରତ୍ନଭଣ୍ଡାର ତଦାରଖ କମିଟିର ଉଚ୍ଚସ୍ତରୀୟ ବୈଠକ: ରଥଯାତ୍ରା ପୂର୍ବରୁ ହୋଇପାରେ ଗଣତିମଣତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe