ଭୁବନେଶ୍ବର: ଅଞ୍ଚଳବାସୀଙ୍କ ପାଇଁ ବିପଦ ସାଜିଛି ପରିତ୍ୟକ୍ତ ଐତିହ୍ୟ ନନ୍ଦକିଶୋର ପୁଷ୍କରିଣୀ। ଏହାର ପୁନରୁଦ୍ଧାର କରାଯାଉନଥିବାରୁ ବିଲାତି ଦଳ ସାଙ୍ଗକୁ ଆବର୍ଜନା ଏହାର ପାଣିକୁ ବିଷାକ୍ତ କରି ସାରିଲାଣି। ସ୍ଥିତି ଏପରି ଯେ ଡେଙ୍ଗୁ ବଢ଼ାଉଥିବା ଏଡିସ୍ ମଶା ଏଥିରେ ବଂଶବିସ୍ତାର କଲେଣି। ପରିଣାମ ସ୍ବରୂପ ଅଞ୍ଚଳରେ ଡେଙ୍ଗୁ ରୋଗ ବ୍ୟାପିବା ଆରମ୍ଭ କଲାଣି। ନିକଟରେ ଏକାଧିକ ଅଞ୍ଚଳବାସୀଙ୍କଠାରେ ଡେଙ୍ଗୁ ଚିହ୍ନଟ ହେବା ପରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଜଣେ ନବମ ଶ୍ରେଣୀ ଛାତ୍ରୀ ଡେଙ୍ଗୁ ଆକ୍ରାନ୍ତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି। ଏହା ଅଞ୍ଚଳବାସୀଙ୍କ ମହଲରେ ଅସନ୍ତୋଷର କାରଣ ପାଲଟିଛି। ଏକାମ୍ର ଜନଜାଗରଣ ମଞ୍ଚ ନେତୃତ୍ବରେ ଅଞ୍ଚଳବାସୀ ଭୁବନେଶ୍ବର ମହାନଗର ନିଗମ କମିସନର୍ଙ୍କୁ ଲିଖିତ ଅଭିଯୋଗ କରିବା ସହ ତ୍ବରିତ ପ୍ରତିକାର ଦାବି କରିଛନ୍ତି।
The greenery: ବଢ଼ୁନି ସହରର ସବୁଜିମା
The path of Sri Ram: ଶ୍ରୀରାମଙ୍କ ପଥ: ଆମର ତୀର୍ଥ: ରାମ-ବନଗମନ ପଥ
ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି, ପୁରୁଣା ଜାତୀୟ ରାଜପଥର ଗ୍ୟାରେଜ ଛକଠାରେ ଭୁବନେଶ୍ବର ମହାନଗର ନିଗମର ୫୯ ନମ୍ବର ୱାର୍ଡ ଅନ୍ତର୍ଗତ ନନ୍ଦକିଶୋର ନଗରଠାରେ ରହିଛି ନନ୍ଦକିଶୋର ପୁଷ୍କରିଣୀ। ଏହାର ଆକାର ୪.୫୦୦ ଏକର। ଅତୀତରେ ଏହା ତୀର୍ଥଯାତ୍ରୀଙ୍କ ବିଶ୍ରାମସ୍ଥଳୀ ଥିଲା। ବାହାରୁ ଏକାମ୍ର କ୍ଷେତ୍ର ସହ ଶ୍ରୀକ୍ଷେତ୍ର, ଅର୍କକ୍ଷେତ୍ର ଆଦି ବୁଲି ଆସୁଥିବା ତୀର୍ଥଯାତ୍ରୀମାନେ ଏହି ପୁଷ୍କରିଣୀରେ ସ୍ନାନ ସହ କୂଳରେ ବିଶ୍ରାମ ନେଇ ଯାତ୍ରା ଆରମ୍ଭ କରୁଥିଲେ। ଏହି ଐତିହ୍ୟ ପୁଷ୍କରିଣୀ ଆଜି ଅବହେଳିତ। ୨୦୨୩ ମସିହାରେ ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ଅଞ୍ଚଳବାସୀ ୧୪ ଦିନ ଧରି ଆନ୍ଦୋଳନରେ ବସିବା ପରେ ସେହିବର୍ଷ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ଏହାକୁ ସଫା କରିଥିଲେ। ପ୍ରାୟ ୬୦ଲକ୍ଷ ଟଙ୍କା ପୁଷ୍କରିଣୀ ସଫାରେ ଖର୍ଚ୍ଚ କରାଯାଇଥିଲା। କିନ୍ତୁ ପଙ୍କ କି ଦଳ ଠିକ୍ରେ କଢ଼ାଗଲାନି। ଏଣୁ ପୁଣି ଦଳରେ ପୁଷ୍କରିଣୀ ଭର୍ତ୍ତି ହୋଇଯାଇଛି।। ଅଞ୍ଚଳବାସୀଙ୍କ ମୌଳିକ ଅଧିକାରର ସୁରକ୍ଷା ତଥା ସ୍ବାର୍ଥ ଦୃଷ୍ଟିରୁ ପୁଷ୍କରିଣୀର ପୁନରୁଦ୍ଧାର କରିବାକୁ ସେ ଓ ନନ୍ଦକିଶୋର ଅଞ୍ଚଳବାସୀ ଦାବି କରିଛନ୍ତି।
Follow Us