The capital: ଧଳା ଚାଦରରେ ରାଜଧାନୀ

Advertisment

ସକାଳ ସାଢ଼େ ୬ଟା। ରାସ୍ତାଘାଟ କିଛି ବି ଦିଶୁ ନଥିଲା। ଯୁଆଡ଼େ ଚାହିଁଲେ କେବଳ କୁହୁଡ଼ିମୟ। ଜୟଦେବବିହାରରୁ ରସୁଲଗଡ଼ ହେଉ ଅଥବା ଖଣ୍ଡଗିରିରୁ ସାମନ୍ତରାପୁର। ଚନ୍ଦ୍ରଶେଖରପୁର...

ସକାଳ ସାଢ଼େ ୬ଟା। ରାସ୍ତାଘାଟ କିଛି ବି ଦିଶୁ ନଥିଲା। ଯୁଆଡ଼େ ଚାହିଁଲେ କେବଳ କୁହୁଡ଼ିମୟ। ଜୟଦେବବିହାରରୁ ରସୁଲଗଡ଼ ହେଉ ଅଥବା ଖଣ୍ଡଗିରିରୁ ସାମନ୍ତରାପୁର। ଚନ୍ଦ୍ରଶେଖରପୁର...

Untitled-20

ଭୁବନେଶ୍ବର: ସକାଳ ସାଢ଼େ ୬ଟା। ରାସ୍ତାଘାଟ କିଛି ବି ଦିଶୁ ନଥିଲା। ଯୁଆଡ଼େ ଚାହିଁଲେ କେବଳ କୁହୁଡ଼ିମୟ। ଜୟଦେବବିହାରରୁ ରସୁଲଗଡ଼ ହେଉ ଅଥବା ଖଣ୍ଡଗିରିରୁ ସାମନ୍ତରାପୁର। ଚନ୍ଦ୍ରଶେଖରପୁର, ବରମୁଣ୍ଡା, ପଟିଆ, କଳ୍ପନା, ଏଜି, ରାଜମହଲ ସବୁଆଡ଼େ ସେହି ଗୋଟିଏ ଦୃଶ୍ୟ। ଦେଖିବାକୁ ମିଳିଥିଲା। ଆଜି ସକାଳ ୮ଟା ପର୍ଯ୍ୟନ୍ତ ଦୁଇଶହ ମିଟର ଦୂରରୁ ଲିଙ୍ଗରାଜ ମନ୍ଦିର ସ୍ପଷ୍ଟ ଦୃଶ୍ୟମାନ ହେଉ ନଥିଲା। ସ୍ଥାନେ ସ୍ଥାନେ ଏତେ କୁହୁଡ଼ି ପଡ଼ୁଥିଲା ଯେ ଗାଡ଼ିଚାଳକ ରାସ୍ତା ଜାଣିପାରୁ ନ ଥିଲେ। କିଏ ଡିଭାଇଡର ନିକଟରେ ଗାଡ଼ିକୁ ପିଟି ଦେଉଥିଲେ ତ ଆଉ କାହାର ଗାଡ଼ିର ବେଗ ଘଣ୍ଟା ପ୍ରତି ୨୦ କିମି ବି ହେଉ ନଥିଲା। ବିମାନବନ୍ଦର ଅଞ୍ଚଳରେ ତ ସକାଳ ସାଢ଼େ ୫ଟାରୁ ସାଢ଼େ ୭ଟା ମଧ୍ୟରେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ୧୦୦ ମିଟର ରେକର୍ଡ ହୋଇଥିଲା। ପରବର୍ତ୍ତୀ ସମୟରେ କିଛିଟା ସୁଧାର ଆସିଥିଲେ ମଧ୍ୟ ୯ଟା ବେଳକୁ ଦୃଶ୍ୟମାନ ଦୂରତା ୬୦୦ ମିଟର ରହିଥିଲା। ମଧ୍ୟାହ୍ନ ବେଳକୁ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ପରିବେଶ କୋହଲା କୋହଲା ଲାଗିରହିଥିଲା।

Pollution certificate: ଦହଗଞ୍ଜ କରୁଛି ପ୍ରଦୂଷଣ ପ୍ରମାଣପତ୍ର


 ଘନ କୁହୁଡ଼ି ତଳେ ଭୁବନେଶ୍ବର ରହିଥିବାରୁ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। କୁହୁଡ଼ି ଯୋଗୁ ଯାତାୟାତ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲା। ସକାଳୁ ସକାଳୁ କର୍ମସ୍ଥଳୀକୁ ଯିବା ଆସିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ଯେଉଁମାନେ ବି ବାହାରୁଥିଲେ ସେମାନଙ୍କ ମନରେ ଭୟ ଲାଗିରହିଥିଲା। ସିଟି ବସ୍‌ ସମେତ ଅଟୋ, କାରଗୁଡ଼ିକର ବେଗ ବହୁ ମନ୍ଥର ହୋଇଯାଇଥିଲା। କିଛି ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଥିଲା। ଧାର୍ଯ୍ୟ ସମୟରେ ଷ୍ଟେସନ୍ରେ‌ ପହଞ୍ଚି ନ ପାରିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଭୁବନେଶ୍ବରରେ ଏଭଳି ସ୍ଥିତି ଲାଗିରହିବ। ଦିନ ଓ ରାତିର ତାପମାତ୍ରାରେ ସେପରି କୌଣସି ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଭୁବନେଶ୍ବରରେ ଘନକୁହୁଡ଼ି ଆଶଙ୍କା ରହିଛି। ୨୮ ତାରିଖଠାରେ କୁହୁଡ଼ିରେ କିଛିଟା ପରିବର୍ତ୍ତନ ହୋଇପାରେ।

Pollution certificate: ଦହଗଞ୍ଜ କରୁଛି ପ୍ରଦୂଷଣ ପ୍ରମାଣପତ୍ର


ଅନ୍ୟପକ୍ଷରେ ଘନ କୁହୁଡ଼ିକୁ ନଜରରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ସତର୍କତା ମୂଳକ ସୂଚନା ଜାରି କରିଛି। କୁହାଯାଇଛି ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ କୁହୁଡ଼ି ଦେଖାଯାଉଛି। ଏଥିପାଇଁ ଗାଡ଼ିଚାଳକଙ୍କୁ ସ୍ପଷ୍ଟ ଭାବେ  ରାସ୍ତା ଦେଖିବାରେ ଅସୁବିଧା ସୃଷ୍ଟିହେଉଛି। ଏଭଳି ସମୟରେ ଦୁର୍ଘଟଣା ଏଡ଼ାଇବାକୁ ଘନ କୁହୁଡ଼ିରେ ଗାଡ଼ି ଚଳାନ୍ତୁ ନାହିଁ। ନିହାତି ଆବଶ୍ୟକ ଥିଲେ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଗାଡ଼ି ଚଳାଇବା ସମୟରେ ସର୍ବଦା ହେଡ୍‌ଲାଇଟ୍‌ ଲଗାଇବା ସହ ଫଗ୍‌ ଲ୍ୟାମ୍ପ୍‌ ବ୍ୟବହାର କରିବା, ସଡ଼କ ଚିହ୍ନ ତଥା‌ ଅନ୍ୟାନ୍ୟ ସଡ଼କ ସଙ୍କେତ ଉପର ନଜର ରଖିବା ଓ ନିଦଭରା ଆଖିରେ ଗାଡ଼ି ନ କଲାଇବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe