The condition: ଫିଟୁନି ସହିଦନଗର ହାଟର ଭାଗ୍ୟ

Advertisment

ଦୀର୍ଘ ୨୦ରୁ ଊର୍ଦ୍ଧ୍ୱ ବର୍ଷର ଅପେକ୍ଷା ପରେ ଗତ ଫେବ୍ରୁଆରିରେ ରାଜ୍ୟ ସରକାରଙ୍କ ପକ୍ଷରୁ ନଗର ଉନ୍ନୟନ ବିଭାଗକୁ ୨ଏକର ଜମି ସହିଦନଗର ସ୍ଥାୟୀ ହାଟ ଉଦ୍ଦେଶ୍ୟରେ ପ୍ରଦାନ....

ଦୀର୍ଘ ୨୦ରୁ ଊର୍ଦ୍ଧ୍ୱ ବର୍ଷର ଅପେକ୍ଷା ପରେ ଗତ ଫେବ୍ରୁଆରିରେ ରାଜ୍ୟ ସରକାରଙ୍କ ପକ୍ଷରୁ ନଗର ଉନ୍ନୟନ ବିଭାଗକୁ ୨ଏକର ଜମି ସହିଦନଗର ସ୍ଥାୟୀ ହାଟ ଉଦ୍ଦେଶ୍ୟରେ ପ୍ରଦାନ....

Untitled-14

ଭୁବନେଶ୍ୱର: ଦୀର୍ଘ ୨୦ରୁ ଊର୍ଦ୍ଧ୍ୱ ବର୍ଷର ଅପେକ୍ଷା ପରେ ଗତ ଫେବ୍ରୁଆରିରେ ରାଜ୍ୟ ସରକାରଙ୍କ ପକ୍ଷରୁ ନଗର ଉନ୍ନୟନ ବିଭାଗକୁ ୨ଏକର ଜମି ସହିଦନଗର ସ୍ଥାୟୀ ହାଟ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏତେ ବର୍ଷ ପରେ ହାଟର ସମସ୍ୟା ଦୂର କରିଥିବାରୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ  ଧନ୍ୟବାଦ ଦେବା ସହିତ ଖୁବ ଶୀଘ୍ର ବ୍ୟବସାୟୀମାନେ ଥଇଥାନ ହେବେ ବୋଲି କହିଥିଲେ। ହାଟର ବିକାଶ ପାଇଁ ୫ ଟି ପ୍ଲଟ୍‌ରେ ୨ ଏକର ଜମି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ହସ୍ତାନ୍ତର ହୋଇଥିଲା। ଏପରିକି ବିଏମସିକୁ ଉନ୍ନତୀକରଣର  ଦାୟିତ୍ୱ ମଧ୍ୟ ଦିଆଯାଇଥିଲା। ହେଲେ ଇତିମଧ୍ୟରେ ବର୍ଷେ ବିତି ଯାଇଥିଲେ ସୁଦ୍ଧା ହାଟର ବିକାଶ ପାଇଁ ଇଟା ଖଣ୍ଡିଏ ପଡ଼ିପାରିଲା ନାହିଁ। ପିଣ୍ଡି ମିଳିବା ତ ଦୂରର କଥା ହାଟରେ ମୌଳିକ ସୁବିଧା ନାହିଁ। ପ୍ରବେଶପଥରେ ପାନୀୟ ଜଳ ପାଇଁ ଲାଗିଥିବା କିଓସ୍କ ମଧ୍ୟରୁ ଗୋଟିକରେ ଜମା ପାଣି ଆସୁନଥିବା ବେଳେ ଅନ୍ୟଟିରେ ଅଳ୍ପ ପାଣି ଆସୁଛି। ସେହିପରି ଗୋଟେ ଶୌଚାଳୟ ସମୂର୍ଣ୍ଣ ଅଚଳ ହୋଇ ପଡ଼ିଥିବା ବେଳେ ଅନ୍ୟଟିରେ ବାହାରୁ ପାଣି ନେଇ ଯିବାକୁ ପଡ଼ୁଛି।

Gutipu festival: ନୃତ୍ୟଗୁରୁ ଅର୍ଜୁନ ପଣ୍ଡାଙ୍କ ସ୍ମୃତିରେ ଗୋଟିପୁଅ ଉତ୍ସବ

 
୨୦୦୪ ମସିହାରେ ବହୁଦିନର ପୁରୁଣା ସହିଦନଗର ହାଟକୁ ହଟାଇ ସେଠାରେ ବିଏମ୍‌ ପକ୍ଷରୁ ଭବାନୀ ମଲ୍‌ ଭଳି ଲାଭଦାୟକ ବାଣିଜ୍ୟିକ ଘର ନିର୍ମାଣ କଲା।  ୨୦୧୪ ସ୍ବାୟତ୍ତ ଶାସନ ଦିବସରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ମାର୍କେଟର ଉଦଘାଟନ କରିଥିଲେ। ହେଲେ ହାଟ ବ୍ୟବସାୟୀଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇ ସେଠାରୁ ଉଠାଯାଇଥିଲା, ତାହା ପୂରଣ ହେଲାନି। ସହିଦନଗର ବଣିକ ହାଟ ସଂଘ(ଓମଫେଡ ପାଖ)ର ସମ୍ପାଦକ ସଚ୍ଚିନନ୍ଦନ ନାୟକଙ୍କ କହିଛନ୍ତି ଯେ ଥଇଥାନ ହେବା ତ ପଛ କଥା ପ୍ରଥମେ ହାଟରେ ମୌଳିକ ସୁବିଧା ପ୍ରଦାନ କରାଯାଉ। ହାଟରେ ପାଣି, ଶୌଚାଳୟ, ଲାଇଟ୍‌ ସୁବିଧା ହେଉ। ଆବର୍ଜନା ଠିକ ସମୟରେ ହଟାଯାଉ।

Chandaka: ଚନ୍ଦକା ବାଘ ଶୂନ୍ୟ

 
ସେହିପରି କର୍ପୋରେଟର ରାଜକିଶୋର ଦାସ କହିଛନ୍ତି ଯେ ହାଟର ବିକାଶ ପାଇଁ  ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତାବ ଆସିଛି। ଏ ନେଇ ସେ ମେୟର ଓ କମିସନର ସହ ଆଲୋଚନା କରିଛନ୍ତି। ସେମାନେ ଆସି ସ୍ଥିତିର ଅନୁଧ୍ୟାନ କଲା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe