ଭୁବନେଶ୍ବର, ୧୧/୧(ଇମିସ): ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ବାଘ ନାହାନ୍ତି। ଦୁଇ ଦଶନ୍ଧି ହେଲା ମହାବଳ ଶୂନ୍ୟ ହୋଇଥିବା ଏହି ଅଭୟାରଣ୍ୟରୁ କଲରାପତରିଆ ବଂଶ ମଧ୍ୟ ନିପାତ ହୋଇଛନ୍ତି। ଡମପଡ଼ା, ଗୋଡ଼ିବାରି, ପିଠାଖିଆ, ଡାହାଣିଗଡ଼ିଆ, ଅମ୍ବାଖଲି, ପିଠାଗଡ଼ିଆ, ନହରଥାଳି, ସୁନାଖଣି, କୁଆସର ପରି ସ୍ଥାନରେ ବାଘଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ଡିସେମ୍ବର ମାସରେ ବାଘ ଖୋଜା ହୋଇଥିଲେ ମଧ୍ୟ ସେମାନଙ୍କ ଉପସ୍ଥିତିର କୌଣସି ସୂଚନା ମିଳିନାହିଁ। ଅଭୟାରଣ୍ୟରୁ ବାଘ ବଂଶ ସମ୍ପୂର୍ଣ୍ଣ ବୁଡ଼ି ଯାଇଛନ୍ତି। ୨୦୧୯ରେ ଭୁବନେଶ୍ବରସହରକୁ ପଶି ଆସିଥିବା କଲରାପତରିଆକୁ ପରବର୍ତ୍ତୀ ସମୟରେ ଏହି ଜଙ୍ଗଲରେ ଛଡ଼ାଯାଇଥିଲେ ମଧ୍ୟ ୬ ବର୍ଷ ହେଲା ତାକୁ ଆଉ ଦେଖିବାକୁ ମିଳୁନାହିଁ। ବନ ବିଭାଗର ୪ଜଣ ରେଞ୍ଜରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୨୨ଜଣ ଫରେଷ୍ଟର, ୨୮ଜଣ ଫରେଷ୍ଟ ଗାର୍ଡ ଓ ୫୦ଜଣ ଆଣ୍ଟି ଏଲିଫ୍ୟାଣ୍ଟ୍ ସ୍କ୍ବାଡ୍ ସଦସ୍ୟ ଗଣନାରେ ସାମିଲ ହୋଇଥିଲେ ମଧ୍ୟ ବାଘ ସନ୍ଧାନ ପାଇ ନାହାନ୍ତି। ଗଧିଆ, ସିଆଳ, ଶୃଗାଳ ଆଦି ରହିଛନ୍ତି। ପରବର୍ତ୍ତୀ ସମୟରେ କ୍ୟାମେରା ଲଗାଇ ବାଘଙ୍କ ଅନୁସନ୍ଧାନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।
12-members: ଧରାପଡ଼ିଲା ୧୨ଜଣିଆ ସାଇବର ଠକ ଗ୍ୟାଙ୍ଗ୍
ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ କଲରାପତରିଆ ବାଘ ଫେରାଇ ଆଣିବାକୁ ପୂର୍ବ ସରକାର ସମୟରେ ଯୋଜନା ହୋଇଥିଲା। ତତ୍କାଳୀନ ମନ୍ତ୍ରୀ, ସଚିବ ଏଦିଗରେ ପଦକ୍ଷେପ ନେବା ସହ ରାଜ୍ୟର ଅନ୍ୟ ଜଙ୍ଗଲରୁ ଦୁଇଟି କଲରପତରିଆଙ୍କୁ ଏଠାକୁ ସ୍ଥାନାନ୍ତର କରିବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରସ୍ତୁତି ହୋଇଥିଲା। ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ୧୭୫.୭୯ ବର୍ଗ କିମି ଅଞ୍ଚଳ ପରିବ୍ୟାପ୍ତ ଅଭୟାରଣ୍ୟରେ ବହୁ ବର୍ଷ ହେଲା ବାଘଙ୍କ ଉପସ୍ଥିତି ଦେଖିବାକୁ ମିଳି ନାହିଁ। ବେଳେବେଳେ କଲରାପତରିଆ ନଜରକୁ ଆସିଛନ୍ତି। ଶେଷ ଥର ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ଗୋଟିଏ କଲରାପତରିଆଙ୍କୁ ଦେଖିବାକୁ ମିଳିଥିଲା। ୨୦୧୯ରେ ଗୋଟିଏ କଲରାପତରିଆ ଜଙ୍ଗଲରୁ ବାହାରି ଭୁବନେଶ୍ବର ସହର ମଧ୍ୟକୁ ପଶିବା ସହ ବିଜୁ ପଟ୍ଟନାୟକ ବିମାନବନ୍ଦର ଅଞ୍ଚଳରେ ଆତଙ୍କ ଖେଳାଇଥିଲା। ଜଙ୍ଗଲର ଘନତା ବଢ଼ିଲେ, ବନ୍ୟପ୍ରାଣୀଙ୍କ ଆବିର୍ଭାବ ଘଟିଥାଏ। ବର୍ତ୍ତମାନ ଚନ୍ଦକା ଜଙ୍ଗଲରେ ସବୁ ରେଞ୍ଜ୍ରେ ଥିବା ପ୍ରାକୃତିକ ଜଳାଶୟଗୁଡ଼ିକର ପୁନରୁଦ୍ଧାର ସହ ନୂତନ ଜଳାଶୟ ନିର୍ମାଣ ହୋଇଛି। ତେଣୁ ବନ୍ୟପ୍ରାଣୀଙ୍କ ପାଇଁ ଜଳସଂକଟ ନାହିଁ। ସେହିଭଳି ଶିକାର ଓ ଗଛକଟା ବହୁ ପରିମାଣରେ ବନ୍ଦ ହୋଇଥିବାରୁ ଜଙ୍ଗଲର ଘନତା ମଧ୍ୟ ବୃଦ୍ଧି ପାଉଛି। ତେଣୁ ଗୟଳ, ସମ୍ବର, ହରିଣ ପରି ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ପାଇଲେ କଲରାପତରିଆ ରହିବାରେ କୌଣସି ଅସୁବିଧା ହେବ ନାହିଁ। ପୂର୍ବରୁ ବିଭିନ୍ନ ସମୟରେ ଏହି ଅଭୟାରଣ୍ୟରେ କଲରାପତରିଆଙ୍କ ଉପସ୍ଥିତ ନଜର ଆସିଛି। ୨୦୦୪ରେ ଚନ୍ଦକା ଜଙ୍ଗଲରେ ୮ଟି କଲରାପତରିଆ ବାଘ ରହିଥିବା ଗଣନା ସମୟରେ ଜଣାପଡ଼ିଥିଲା। ସେଥିରେ ୪ଟି ଲେଖାଏଁ ଅଣ୍ଡିରା ଓ ମାଈ ବାଘ ଚିହ୍ନଟ ହୋଇଥିଲେ। କୌଣସି ଛୁଆ ନଥିଲେ। ତେବେ ୨୦୨୪ ବାଘ ଗଣନାରେ ବାଘଙ୍କ ଉପସ୍ଥିତି ନ ଥିଲା।
School children: ବିଧାନସଭା ଚାଲିଥିବା ବେଳେ ସ୍କୁଲ୍ ପିଲା ବାରଣ୍ଡାରେ ବୁଲି ଦେଖୁଥିଲେ
ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ଯେ ବାଘଙ୍କ ଉପସ୍ଥିତି ଜଙ୍ଗଲ ପରିସଂସ୍ଥା ଭଲ ରହିଥିବାର ଲକ୍ଷଣ ବୋଲି ଜଣାପଡ଼ିଥାଏ। ଚନ୍ଦକାରେ ବାଘ ନ ରହିବା ଦ୍ବାରା ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହେଉଛି। ଲୋକେ ଧୀରେ ଧୀରେ ଚନ୍ଦକା ଜଙ୍ଗଲ ମୁହାଁ ହେଉଛନ୍ତି। ଏହାକୁ ରୋକିବାକୁ ହେବ। ଏବେ ଚନ୍ଦକାରେ ଯଥେଷ୍ଟ ତୃଣଭୋଜି ପ୍ରାଣୀ ରହିଛନ୍ତି। ଯାହା ଦର୍ଶାଉଛି କି ଏହି ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ପାଇଁ ଆବଶ୍ୟକୀୟ ଖାଦ୍ୟ ଘାସ, ବାଉଁଶ ଆଦି ରହିଛି। ତେଣୁ ବାଘ ବଂଶ ପୁନଃରୁଦ୍ଧାର କରାଯାଇପାରିବ। ରାଜ୍ୟରୁ ମହାବଳଙ୍କ ସଂଖ୍ୟା କମୁଛି। ମଝିରେ ମଝିରେ ବାଘ ଛାଲ ଜବତ ଘଟଣା ସାମ୍ନାକୁ ଆସୁଛି। ତେଣୁ ଏମାନଙ୍କ ସୁରକ୍ଷା ଅପରିହାର୍ଯ୍ୟ। ସହର ଉପକଣ୍ଠ ଏହି ଜଙ୍ଗଲରେ ଏବେ ୧୮ରୁ ୨୦ଟି ହାତୀଙ୍କ ଉପସ୍ଥିତି ରହିଛି। ଆଉ କିଛି ହାତୀ ବାହାରୁ ଏଠାକୁ ଆସୁଛନ୍ତି। କିଛି ଦିନ ରହିବା ପରେ ପୁଣି ପଳାଇ ଯାଉଛନ୍ତି। ତେଣୁ ଚନ୍ଦକାର ପରିସଂସ୍ଥାକୁ ଠିକ୍ ରଖିବାକୁ ହେଲେ ଜଙ୍ଗଲ ପାଚେରିଠାରୁ ୫୦୦ ମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ପ୍ରଥମେ ସୁରକ୍ଷା ଦିଆଯିବା ଆବଶ୍ୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/12/untitled-9-2026-01-12-04-26-58.jpg)