ଧଉଳି: ଶୀତ ପଡ଼ୁପଡ଼ୁ ଲୋକେ ବୁଲିବା ଆରମ୍ଭ କରିଦେଲେଣି। କିଏ ବଣଭୋଜି କଲାଣି ତ କିଏ ସପରିବାର ବୁଲିବୁଲି ମଜା ଉଠାଇଲାଣି। ତେଣୁ ପ୍ରାୟ ସବୁ ପର୍ଯ୍ୟଟନସ୍ଥଳରେ ଭିଡ଼ ଜମିବା ଦେଖାଗଲାଣି। ଧଉଳି ଶାନ୍ତିସ୍ତୂପରେ ଏବେଠୁ ପର୍ଯ୍ୟଟକମାନଙ୍କର ନାହିଁ ନଥିବା ଭିଡ଼। ଆଜି ରବିବାରିଆ ଦିନ ବୋଲି ପ୍ରାୟ ୨୦ ହଜାର ପର୍ଯ୍ୟଟକ ଧଉଳି ବୁଲିବାକୁ ଆସିଥିବା ଆକଳନ କରାଯାଇଛି। ପଶ୍ଚିମବଙ୍ଗ ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଧଉଳି ବୁଲିଛନ୍ତି। ତେଣୁ ଆଜି ପର୍ଯ୍ୟଟକମାନଙ୍କ ପାଇଁ ଥିବା ୧୨ଟିଯାକ ସଟଲ୍ ବସ୍କୁ ଫୁରୁସତ ନଥିଲା। ଅଣଓଡ଼ିଆ ପର୍ଯ୍ୟଟକମାନେ କେବଳ ବୁଲାବୁଲି କରି ଫେରିଥିଲେ। କିନ୍ତୁ ବହୁ ଓଡ଼ିଆ ଯୁବକମାନେ ଶାନ୍ତିସ୍ତୂପର ପିକ୍ନିକ୍ ପିଣ୍ଡିରେ ମସ୍ତି କରିଥିଲେ। ପାର୍କିଂରେ ମାଳମାଳ କାର୍, ବୋଲେରୋ ଓ ମିନିବସ୍ ଭର୍ତ୍ତି ହୋଇଯାଇଥିଲା। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର କର୍ମଚାରୀମାନଙ୍କର ଭିଡ଼ ବି ଜମିଥିଲା। ତେଣୁ ପର୍ଯ୍ୟଟକମାନଙ୍କୁ ବୋହିଆଣିଥିବା ଗାଡ଼ିଗୁଡ଼ିକ ଜାତୀୟ ରାଜପଥରୁ ଶାନ୍ତିସ୍ତୂପ ପର୍ଯ୍ୟନ୍ତ ଲମ୍ବା ଧାଡ଼ିରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା।
Elon Musk on H-1B Visa: ପ୍ରତିଭାବାନ ଭାରତୀୟଙ୍କ ଦ୍ୱାରା ଆମେରିକା ବହୁତ ଲାଭବାନ ହୋଇଛି : ମସ୍କ୍
ଶାନ୍ତିସ୍ତୂପରେ ଭୋଜିଭାତ କରିବାକୁ ଆସୁଥିବା ଲୋକମାନଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିଛି। ଆଖପାଖରେ ତେଜରାତି ସାମଗ୍ରୀ କିଣିବାକୁ ଦୋକାନ, ନଳକୂପ, ପାଇପ ପାଣି, ଟ୍ୟାପ୍ ଓ ଶୌଚାଳୟ ରହିଛି। ଧଉଳି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ୧୫ଟି ଛୋଟବଡ଼ ହୋଇ ଟିଣ ଚଦର ଛପର ଥିବା ଭୋଜି ପିଣ୍ଡି ରହିଛି। ଛୋଟ ପିଣ୍ଡିକୁ ୫୦୦ ଓ ବଡ଼ ପିଣ୍ଡି ପାଇଁ ୧୦୦୦ ଟଙ୍କା ପଞ୍ଚାୟତ ପକ୍ଷରୁ ଆଦାୟ କରାଯାଉଛି। ସେହିଭଳି ଖୋଲା ସ୍ଥାନରେ ଆହୁରି ୨୫ଟି ସ୍ଥାନ ଭୋଜି ପାଇଁ ସଂରକ୍ଷିତ ରହିଛି। ଆଖପାଖରେ ଥିବା ଘରୋଇ ପ୍ଲଟ୍ରେ ଭୋଜି କରିବାକୁ ପ୍ରାୟ ୩୦ଟି ସ୍ଥାନ ରହିଛି। ସେହିପରି ଧଉଳି ବସଷ୍ଟାଣ୍ଡ ପାର୍ବତୀ ପୋଖରୀ ନିକଟରେ ଅନ୍ୟ ୧୦ଟି ଛାତ ପଡ଼ିଥିବା ଭୋଜି ପିଣ୍ଡି ମଧ୍ୟ ରହିଛି। ସବୁଠି ପାଣି ସୁବିଧା, ଗାଧୁଆଘର ଓ ଶୌଚାଳୟ ସୁବିଧା ରହିଛି। କିନ୍ତୁ ବଡ଼ ସମସ୍ୟା ହେଉଛି ପାର୍ବତୀ ପୁଷ୍କରିଣୀ ନିକଟରେ ଥିବା ଟଏଲେଟ୍ କମ୍ପ୍ଲେକ୍ସରେ ଅବ୍ୟବସ୍ଥା ଲାଗି ରହିଛି।
ଉକ୍ତ କମ୍ପ୍ଲେକ୍ସରେ ପୁରୁଷ ଓ ମହିଳାଙ୍କ ଲାଗି ୨୦ଟି ଗାଧୁଆ ଘର ଓ ୨୦ଟି ପାଇଖାନା ରହିଛି। ମାତ୍ର ଡିଜି ସେଟ୍ ନଥିବାରୁ ଲାଇନ୍ କଟିଯିବା ବେଳେ ଅସୁବିଧା ହେଉଛି। ସ୍ନାନ ଓ ଶୌଚ ହେବାକୁ ଛିଡ଼ା ହୋଇଥିବା ପର୍ଯ୍ୟଟକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ କିଛି ଲୋକ ନିକଟରେ ଥିବା ପ୍ରଦୂଷିତ ପାର୍ବତୀ ପୁଷ୍କରିଣୀରେ ସ୍ନାନ ଓ ଶୌଚ କରିବାକୁ ବାଧ୍ୟ ହେଉଛନ୍ତି। ଆଉ ଏକ ସମସ୍ୟା ହେଉଛି ଧଉଳିକୁ ଳମ୍ବିଥିବା ପୂର୍ତ୍ତ ବିଭାଗ ରାସ୍ତାରେ ଏବେ ଉଭୟ ପାର୍ଶ୍ବ ପାଦଚଲା ରାସ୍ତାର କଂକ୍ରିଟ କାମ ଆରମ୍ଭ ହୋଇଛି। ଠିକାଦାର ୨୦୦ ମିଟର ରାସ୍ତା ଉଭୟ ପାର୍ଶ୍ବକୁ ତାଡ଼ି ପକାଇଛନ୍ତି। ରାସ୍ତା ନିର୍ମାଣ ବିଳମ୍ବିତ ହେଉଛି। ଫଳରେ ଦୁଇଟି ବସ୍ କିମ୍ବା କାର୍ ପରସ୍ପରକୁ ଅତିକ୍ରମ କରିବା ବେଳେ ବଡ଼ ସମସ୍ୟା ହେଉଛି। ବାଇକ୍ ଆରୋହୀ ଓ ପଥଚାରୀମାନେ ଭିଡ଼ ଭିତରେ ଦୀର୍ଘ ସମୟ ଧରି ଫସି ରହୁଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ଏଥିପାଇଁ ସମସ୍ତେ ପୂର୍ତ୍ତ ବିଭାଗକୁ ଦାୟୀ କରୁଥିବା ଜଣାପଡ଼ିଛି। ଆଉ ଏକ ସମସ୍ୟା ହେଉଛି ପାର୍ବତୀ ପୁଷ୍କରିଣୀଟି ଏବେ ସୁଦ୍ଧା ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ପୋଖରୀ ମଝିରୁ କଲିକତି ଦଳ ସଫା କରାଯାଇଥିଲେ ହେଁ ଚାରିପାଖରେ ମାଡ଼ି ରହିଥିବା ଅନାବନା ଘାସଲତା ସଫା କରାଯାଇ ନାହିଁ। ତେଣୁ ୫ଟି ବୋଟ୍ କୂଳରେ ପଡ଼ିରହିଛି। ପର୍ଯ୍ୟଟକମାନେ ନୗବିହାର କରିପାରୁନଥିବା ଜଣାପଡ଼ିଛି। ପର୍ଯ୍ୟଟନ ବିଭାଗ ବୋଟ୍ କିଣି କ’ଣ ପାଇଁ ଖତ ଖାଇବାକୁ ପକାଇ ରଖିଛି ବୋଲି ଚର୍ଚ୍ଚା ହେଉଛି।
International Sand Art: ଅନ୍ତର୍ଜାତୀୟ ବାଲୁକା କଳା, ନୃତ୍ୟ ଉତ୍ସବକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଖଣ୍ଡଗିରି: ଶୀତଋତୁ ଆସିଯାଇଛି ଏବଂ ସମସ୍ତେ ବଣଭୋଜି ସାଙ୍ଗକୁ ନୂଆନୂଆ ସ୍ଥାନ ବୁଲିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପର୍ଯ୍ୟଟନସ୍ଥଳ ସହିତ ଐତିହାସିକ ସ୍ଥାନ ଓ ବିଭିନ୍ନ ପୀଠ ଦର୍ଶନ କରିବାକୁ ମନସ୍ଥ କରିସାରିଛନ୍ତି। କେହି କେହି ପରିବାର ସହିତ ତ କେହି ସାଙ୍ଗସାଥୀ ଗହଣରେ ବଣଭୋଜି କରିବାକୁ ମନ କରିଛନ୍ତି। କେହି କେହି ସ୍ଥଳପଥରେ ବୁଲିବେ, ଆଉ କେହି ଆକାଶ ଓ ଜଳପଥରେ ବୁଲିବାକୁ ଆଗ୍ରହ କରିଛନ୍ତି। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଏହି ସମୟରେ ବୁଲାବୁଲି କରିବାକୁ ମନ ବଳାଇଥାଆନ୍ତି। ମାତ୍ର ଏଭଳି ମଜା କରିବା ସମସ୍ତଙ୍କ ଭାଗ୍ୟରେ ଜୁଟେ ନାହିଁ। ଅର୍ଥବଳ ସାଙ୍ଗକୁ ସମସ୍ତ ସୁବିଧା ଥିବା ସତ୍ତ୍ବେ କିଛି ଲୋକଙ୍କ ଭାଗ୍ୟରେ ବଣଭୋଜି ବା ବୁଲାବୁଲିରୁ ମଜା ଉଠାଇବା ଲେଖାନଥାଏ। କାରଣ ସେମାନେ ଗତି ରୋଗ ବା ମୋସନ୍ ସିକ୍ନେସ୍ରେ ପୀଡ଼ିତ। ଯାନବାହାନରେ ଯାତାୟାତ କଲା ବେଳେ ବାଟରେ ବାନ୍ତି କରିବା ସହିତ ମୁଣ୍ଡବିନ୍ଧାରେ ଆକ୍ରାନ୍ତ ହୋଇ ଛଟପଟ ହୁଅନ୍ତି। ତେଣୁ ସେମାନେ ବଣଭୋଜି ବା ବୁଲାବୁଲି କରିବାକୁ ମନକରନ୍ତି ନାହିଁ। ସେମାନେ ସେମାନଙ୍କ ମନର ଆଗ୍ରହକୁ ମନରେ ହିଁ ମାରିଦିଅନ୍ତି। ଏଭଳି ଅସୁସ୍ଥତା ହେଉଛି କାର୍ ସିକ୍ନେସ୍, ଆକ୍ୱାଫୋବିଆ, ବାୟୁ ସିକ୍ନେସ୍, ଟ୍ରେନ୍ ସିକ୍ନେସ୍ ଓ ଉଚ୍ଚତା ସିକ୍ନେସ୍। ଏହା ସେମାନଙ୍କ ବୁଲାବୁଲିରେ ବାଧକ ସାଜେ। ମାତ୍ର ଏଭଳି ରୋଗର ନିରାକରଣ ଅଛି। ଡାକ୍ତରଙ୍କ ପରାମର୍ଶରେ ମେଡିସିନ୍ ବ୍ୟବହାର କଲେ, ଏଭଳି ଅସୁସ୍ଥତାର ପ୍ରଭାବ ଲୋପ ପାଇଯାଏ। ତେଣୁ ଯେଉଁମାନେ ଏଭଳି ଅସୁସ୍ଥତା ପାଇଁ ବୁଲାବୁଲି ନକରିପାରି ମନ ଉଣା କରୁଛନ୍ତି, ସେମାନେ ନିରାକରଣ ବ୍ୟବସ୍ଥା କରାଇନିଅନ୍ତୁ।
କାରଣ ଓ ଲକ୍ଷଣ
ଶରୀରର ଇନ୍ଦ୍ରିୟଗୁଡ଼ିକରୁ ପରସ୍ପର ବିରୋଧୀ ସଙ୍କେତ ଗ୍ରହଣ କଲେ ମୋସନ୍ ସିକ୍ନେସ୍ ଅନୁଭବ ହୁଏ। ଶରୀର ଯାହା ଦେଖେ ଓ ଅନୁଭବ କରେ, ସେସବୁ ମଧ୍ୟରେ ମେଳ ଖାଏ ନାହିଁ। ଫଳରେ ବାନ୍ତି ହେବା ସହିତ ମୁଣ୍ଡ ବୁଲାଇବା, ଦିଗ୍ଭ୍ରାନ୍ତ ହେବା, ମୁଣ୍ଡବିନ୍ଧା ହେବା, ଝାଳ ବୋହିବା, ଅଣନିଃଶ୍ବାସୀ ଲାଗିବା ଓ ଥକା ଲାଗିବା ଭଳି ଅନୁଭବ ହୁଏ। କାର୍ ସିକ୍ନେସ୍ରେ କାର କିମ୍ବା ସେଭଳି ଯାନ ବାଟରେ ବାରମ୍ବାର ଗତି ପରିବର୍ତ୍ତନ କରୁଥିବାରୁ ଏଭଳି ପ୍ରଭାବ ପଡ଼େ। ଏହା ସାଧାରଣତଃ ପିଲା ଓ ବୟସ୍କଙ୍କ ମଧ୍ୟରେ ଦେଖିବାକୁ ମିଳେ। ସେହିଭଳି କେହି ଆକ୍ୱାଫୋବିଆରେ ଆକ୍ରାନ୍ତ ହେଲେ, ଡଙ୍ଗା କିମ୍ବା ଜାହାଜର ଯିବାଆସିବା କଲାବେଳେ ସମୁଦ୍ର ମଧ୍ୟରେ ଅସୁସ୍ଥତାର ଭୟ ସୃଷ୍ଟି ହୁଏ। ସେହିଭଳି ଉଚ୍ଚତା ଓ ଉଡ଼ାଜାହାଜ ଯାତ୍ରାରେ ମଧ୍ୟ ସମାନ ଅନୁଭବ କରନ୍ତି।
ବୁଲାବୁଲି ପୂର୍ବରୁ ଡାକ୍ତର ପରାମର୍ଶ ଜରୁରି
ମୋସନ୍ ସିକ୍ନେସରେ ଅସୁସ୍ଥତା ଏକ ରୋଗ ନୁହେଁ। ଏଭଳି ବ୍ୟକ୍ତି ଯାତ୍ରାକୁ ଉପଭୋଗ କରିବା ପାଇଁ ଉପଯୁକ୍ତ ସିଟ୍ ବାଛନ୍ତୁ। ଯାନର ଆଗ କିମ୍ବା ମଝିରେ ବସନ୍ତୁ। ବିମାନ କିମ୍ବା ଟ୍ରେନରେ ଝରକା ସିଟ୍ ବାଛନ୍ତୁ। କିଛି ସ୍ଥିର ବସ୍ତୁକୁ ନଜର କରନ୍ତୁ। ଏହା ଶରୀରକୁ ଗତି ଅନୁଭବ କରିବାରେ ସାହାଯ୍ୟ କରେ। ଇନ୍ଦ୍ରିୟମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱକୁ ହ୍ରାସ କରେ। ସାଙ୍ଗରେ ଇଲାଦି ବାଟି, ବାନ୍ତି ଔଷଧ ରଖନ୍ତୁ। ଅଦା, ଅଳେଇଚ, ଲବଙ୍ଗ, ଜୁଆଣି, ପୁଦିନା, ଲେମ୍ବୁ, ପାନମଧୂରିର କାଢ଼ା ବନାଇ ପିଅନ୍ତୁ। ଖାଲି ପେଟରେ ଯାତ୍ରା କରନ୍ତୁ ନାହିଁ। ଆବଶ୍ୟକସ୍ଥଳେ ଡାକ୍ତର ଦେଖାଇ ଔଷଧ ଖାଆନ୍ତୁ।
ଦେବାଶିଷ ଶତପଥୀ
ଆୟୁର୍ବେଦିକ ଡାକ୍ତର ଓ ଫିଜିକ୍ସିଆନ୍
ଅଳ୍ପ ଖାଇ ଯଥେଷ୍ଟ ପାଣି ପିଅନ୍ତୁ
ସମସ୍ତ ଇନ୍ଦ୍ରୀୟ ଠିକ୍ ଭାବେ କାମ ନ କଲେ, ଏଭଳି ଅସୁସ୍ଥତା ଦେଖାଯାଏ। ଗାଡ଼ିରେ ବାରମ୍ବାର ବୁଲିଲେ, ପାଣିର ଗତି ଦେଖି ମୁଣ୍ଡ ବୁଲାଏ ଏବଂ ବାନ୍ତି ହୁଏ। ଏହା ଏକ ରୋଗ ନୁହେଁ। ଗର୍ଭବତୀ ମହିଳା ଓ ମହିଳାଙ୍କର ଏଭଳି ବେଶି ହୁଏ। ବହି ପଢ଼ିଲେ, ଫୋନ୍ ଦେଖିଲେ ଏହା କେବେ କେବେ ଅଧିକ ହୋଇପାରେ। ତେଣୁ ସେଭଳି ଲୋକ ବହିକୁ ସିଧା ଦେଖିବା ସହ ଉପରକୁ ଦେଖନ୍ତୁ। ଝରକା ବସି ପାଖେ ବସି ପବନ ଖାଆନ୍ତୁ ଏବଂ ପେଟ ଭରା କରି ଖାଆନ୍ତୁ ନାହିଁ। ଡିହାଇଡ୍ରେସନ୍ ରୋକିବା ପାଇଁ ପ୍ରଚୁର ପାଣି ପିଅନ୍ତୁ। ସତର୍କତା ଓ ଡାକ୍ତରଙ୍କ ପରାମର୍ଶ ସହିତ ମୋସନ୍ ସିକନେସ ଦୂର କରିହେବ। ବ୍ୟାଗ୍ ପ୍ୟାକ୍ରେ ସବୁ ଆବଶ୍ୟକ ସମସ୍ତ ବସ୍ତୁ ରଖି ଯାତ୍ରା ପାଇଁ ବାହାରନ୍ତୁ। ସକାଳେ ହାଲୁକା ଖାଇବା ଖାଆନ୍ତୁ। ମୁଣ୍ଡବୁଲାଇଲେ କି ବାନ୍ତି ଲାଗିଲେ ଔଷଧ ଖାଆନ୍ତୁ।
ଡାକ୍ତର ଅନୁପମ ଦେ, ଏମ୍ସ ମେଡିସିନ୍ ବିଭାଗ ମୁଖ୍ୟ
Follow Us