The love week is over: ସରିଲା ପ୍ରେମ ସପ୍ତାହ: ସବୁଠି ଶୁଭିଲା ‘ତୁମେ ମୋ ଭାଲେଣ୍ଟାଇନ୍‌’

Advertisment

ଗୋଲାପ ଦିନ(ରୋଜ୍‌ ଡେ)ରୁ ଆରମ୍ଭ ହୋଇଥିବା ପ୍ରେମ ସପ୍ତାହ(ଭାଲେଣ୍ଟାଇନ୍‌ ୱିକ୍‌) ଆଜି ଫେବ୍ରୁଆରି ୧୪ ତାରିଖ ‘ଭାଲେଣ୍ଟାଇନ୍‌ ଡେ’ରେ ସରିଛି। ପ୍ରେମର ମନ୍ଦିର ଗଢ଼ିବାକୁ ସପ୍ତାହସାରା ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିଥିବା ପ୍ରେମୀଯୁଗଳ ଆଜି ଅନ୍ତିମ ଦିବସଟିକୁ ବେଶ୍‌ ଖୁସିରେ ବିତେଇଛନ୍ତି।

ଗୋଲାପ ଦିନ(ରୋଜ୍‌ ଡେ)ରୁ ଆରମ୍ଭ ହୋଇଥିବା ପ୍ରେମ ସପ୍ତାହ(ଭାଲେଣ୍ଟାଇନ୍‌ ୱିକ୍‌) ଆଜି ଫେବ୍ରୁଆରି ୧୪ ତାରିଖ ‘ଭାଲେଣ୍ଟାଇନ୍‌ ଡେ’ରେ ସରିଛି। ପ୍ରେମର ମନ୍ଦିର ଗଢ଼ିବାକୁ ସପ୍ତାହସାରା ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିଥିବା ପ୍ରେମୀଯୁଗଳ ଆଜି ଅନ୍ତିମ ଦିବସଟିକୁ ବେଶ୍‌ ଖୁସିରେ ବିତେଇଛନ୍ତି।

valitine

ଭୁବନେଶ୍ୱର: ଗୋଲାପ ଦିନ(ରୋଜ୍‌ ଡେ)ରୁ ଆରମ୍ଭ ହୋଇଥିବା ପ୍ରେମ ସପ୍ତାହ(ଭାଲେଣ୍ଟାଇନ୍‌ ୱିକ୍‌) ଆଜି ଫେବ୍ରୁଆରି ୧୪ ତାରିଖ ‘ଭାଲେଣ୍ଟାଇନ୍‌ ଡେ’ରେ ସରିଛି। ପ୍ରେମର ମନ୍ଦିର ଗଢ଼ିବାକୁ ସପ୍ତାହସାରା ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିଥିବା ପ୍ରେମୀଯୁଗଳ ଆଜି ଅନ୍ତିମ ଦିବସଟିକୁ ବେଶ୍‌ ଖୁସିରେ ବିତେଇଛନ୍ତି। ପାର୍କ ହେଉ କି ପାହାଡ଼ ହେଉ, ମଲ୍‌ ହେଉ କି ମନ୍ଦିର ହେଉ, ରେସ୍ତୋରାଁ ହେଉ କି ସିନେମା ହେଉ, ସବୁଠି ଗଡ଼ବିଜୟୀ ସଫଳ ପ୍ରେମିକ ମୁହଁରୁ ଶୁଭୁଥିଲା ‘ତୁମେ ମୋ ଭାଲେଣ୍ଟାଇନ୍‌’। ପ୍ରେମିକାଙ୍କୁ ତାଙ୍କ ମନପସନ୍ଦର ଉପହାର ଦେବା ସହ ସ୍ବାଦିଷ୍ଟ ଭୋଜନରେ ଆପ୍ୟାୟିତ କରି ପ୍ରେମିକ ଆଜି ତା’ର ବିଜୟ ଦିବସ ପାଳନ କରିଛି। ପାର୍କରେ ହସୁଥିବା ଫୁଲମାନଙ୍କ ଗହଣରେ କିମ୍ବା ରେସ୍ତୋରାଁର ମିଞ୍ଜିମିଞ୍ଜି ଆଲୁଅରେ ପ୍ରେମୀଯୁଗଳ ଆଜି ସେମାନଙ୍କ ପ୍ରେମର ତାଜମହଲକୁ ମୁଣ୍ଡି ମାରିଥିଲେ। ଆଜି ପୂର୍ବାହ୍ଣରୁ ସନ୍ଧ୍ୟା ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ପାର୍କରେ, ମଲ୍‌ରେ, ସିନେମାରେ ଓ ରେସ୍ତୋରାଁରେ ପ୍ରେମୀଯୁଗଳଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଧଉଳିଗିରି, ଖଣ୍ଡଗିିରି, ଜୟଦେବ ବାଟିକା, ଆନନ୍ଦବନ, ଇନ୍ଦିରା ପାର୍କ, ମଧୂସୁଦନ ପାର୍କ, ଏକାମ୍ର ପାର୍କ ଆଦିରେ ପ୍ରେମୀଯୁଗଳଙ୍କ ମୁକ୍ତ ବିଚରଣ ଦେଖିବାକୁ ମିଳିଥିଲା। ସେହିଭଳି ଏସ୍‌ପ୍ଲାନେଡ୍‌, ଭବାନୀ ମଲ୍‌, ଉତ୍କଳ କନିକା ଗ୍ୟାଲେରିଆ, ସିମ୍ଫୋନି ମଲ୍‌ ସମେତ ବିଭିନ୍ନ ରେସ୍ତୋରାଁରେ ପ୍ରେମୀଯୁଗଳଙ୍କ ଭାଲେଣ୍ଟାଇନ୍‌ ଡେ’ ମଜା ଦେଖିବାକୁ ମିଳିଥିଲା। ପ୍ରଥା ଅନୁସାରେ ପ୍ରେମିକମାନେ ହିଁ ଆଜି ପ୍ରେମିକାମାନଙ୍କୁ ଉପହାର ଦେଇଥିଲେ।

Football: ଦେବେନ୍ଦ୍ର ପ୍ରଧାନ ସ୍ମାରକୀ ଫୁଟ୍‌ବଲ୍‌ ପ୍ରତିଯୋଗିତା: ଭାଗନେବେ ୮ ଦଳ

ନିର୍ଭୟରେ ଉଡ଼ିଲେ ପ୍ରେମପକ୍ଷୀ 
କିଛି ବର୍ଷ ହେଲା ଭାଲେଣ୍ଟାଇନ୍‌ ଡେ’ କୁ ପ୍ରବଳ ବିରୋଧ କରାଯାଉଥିଲା। ପାଶ୍ଚାତ୍ୟ ସଭ୍ୟତା ତଥା ଅପସଂସ୍କୃତି ବୋଲି ଅଭିଯୋଗ କରି କିଛି ସଂଗଠନ ଭାଲେଣ୍ଟାଇନ୍‌ ୱିକ୍‌ ପାଳନକୁ ଜୋର୍‌ଦାର ବିରୋଧ କରୁଥିଲେ। ପାର୍କ, ମଲ୍ ଓ ସିନେମା ହଲ୍‌ ବୁଲିବୁଲି ପ୍ରେମୀଯୁଗଳଙ୍କୁ ହଇରାଣ କରୁଥିଲେ। ଏମିତିକି ପ୍ରେମୀଯୁଗଳ ମାଡ଼ ଖାଉଥିଲେ ଏବଂ ବିଭିନ୍ନ ପ୍ରକାର ମାନସିକ ନିର୍ଯାତନା ପାଉଥିଲେ। କିନ୍ତୁ ଆଜି ସେଭଳି ସ୍ଥିତି ଦେଖିବାକୁ ମିଳିନଥିଲା। ତେଣୁ ପ୍ରେମୀଯୁଗଳ ନିର୍ଭୟରେ ବୁଲିଥିଲେ। 

Jharigaon Cremation : ବଦଳିବ ଝରିଗାଁ ଶ୍ୱଶାନର ରୂପରେଖା ସମସ୍ତଙ୍କ ସହଯୋଗରେ ଚାଲିଛି ଉନ୍ନତିକରଣ

ଜମିଲା ଫୁଲ ଓ ଉପହାର ବେପାର 
୧୦/୧୫ ଟଙ୍କାରେ ବିକ୍ରି ହେଉଥିବା ଗୋଲାପ ଫୁଲ ଆଜି ୨୫/୩୦ ଟଙ୍କାକୁ ଛୁଇଁଯାଇଥିଲା। କିଛି ଦୋକାନୀ ଗୋଲାପ ଫୁଲକୁ କୋନ୍‌ ଆକାର ଦେଇ ୫୦ଟଙ୍କାରେ ବିକ୍ରି କରିଥିଲେ। ସେହିପରି ଗୋଲାପ ବୁକେ ୨୫୦ ଟଙ୍କା ଓ ବିଭିନ୍ନ ଫୁଲଗୁଚ୍ଛ ୫୦୦ ଟଙ୍କାରେ ବିକ୍ରି ହୋଇଥିଲା। ସେହିପରି ଭଳିକି ଭଳି ଚକଲେଟ୍‌, ହାର୍ଟ ସେପ୍‌ ପର୍‌ଫ୍ୟୁମ୍‌, ଫଟୋ ଫ୍ରେମ୍‌, କପଲ୍‌ ଗିଫ୍ଟ, ହାର୍ଟ ସେପ୍‌ ଚେନ୍‌, କିଙ୍ଗ-କ୍ବିନ୍‌ ଲେଖା ଥିବା ଟି’ ସାର୍ଟ ଆଜି ବେଶି ବିକ୍ରି ହୋଇଛି। 

ରେସ୍ତୋରାଁରେ ସୁନ୍ଦର ସନ୍ଧ୍ୟା
ଆଜି ରାଜଧାନୀର ବହୁ ଦାମୀ ରେସ୍ତୋରାଁରେ ପ୍ରେମୀଯୁଗଳଙ୍କ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା। ବିଶେଷକରି ସୁସଜ୍ଜିତ ଟେବୁଲ୍‌‌ରେ କ୍ୟାଣ୍ଡେଲ୍‌ ଲାଇଟ୍‌ ଡିନର୍‌ ବ୍ୟବସ୍ଥା କରାଯାଇଥିଲା। ମିଞ୍ଜି ମିଞ୍ଜି ଆଲୁଅ ସାଙ୍ଗକୁ ରୋମାଣ୍ଟିକ୍‌ ଗୀତର ମଧୁର ଧୁନ୍‌ ଭାସି ବୁଲୁଥିଲା। କିଛି ରେସ୍ତୋରାଁ ପକ୍ଷରୁ ପ୍ରେମୀଯୁଗଳଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯାଉଥିଲା ଏବଂ ବିଲ୍‌ ପଇଠ ପରେ ଶୁଭେଚ୍ଛା କାମନା କରାଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe