ବାଲିପାଟଣା: ବାଲିପାଟଣା ଥାନା ଆଇତଲଙ୍ଗ ନାରାୟଣୀ ମନ୍ଦିର ନିକଟରେ ରାସ୍ତା କାମ ଚାଲିଛି। ତେବେ ଗତ ରାତିରେ କେହି ଦୁର୍ବୃତ୍ତ ଏହି ନିର୍ମାଣାଧୀନ ରାସ୍ତାର କିଛି ଅଂଶ ଭାଙ୍ଗି ନେଦଇଥିବା ଦେଖାଯାଇଛି। ଏ ନେଇ ଠିକା ସଂସ୍ଥା ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ରାତି ଅଧରେ ଜେସିବି ମେସିନ ଲଗାଇ ରାସ୍ତା ଭାଙ୍ଗି ଦିଆଯାଇଛି। କୌଣସି ରାଜନୈତିକ ଶତୃତା କିମ୍ବା ଚାନ୍ଦା ମାଗିବାକୁ ନେଇ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ପୁଲିସ ଏଯାଏଁ ଦୁର୍ବୃତ୍ତଙ୍କ ପାଖରେ ପହଁଞ୍ଚି ପାରିନାହିଁ।

Advertisment

Ratna bhanda: ରତ୍ନଭଣ୍ଡାର ତଦାରଖ କମିଟିର ଉଚ୍ଚସ୍ତରୀୟ ବୈଠକ: ରଥଯାତ୍ରା ପୂର୍ବରୁ ହୋଇପାରେ ଗଣତିମଣତି

ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉଦେଶ୍ୟ ମୂଳକ ଭାବେ ସର୍ବସାଧାରଣ ଉନ୍ନତି ମୂଳକ ନିର୍ମାଣ ଭାଙ୍ଗିବାକୁ ସ୍ଥାନୀୟ ଲୋକେ ନାପସନ୍ଦ କରିଛନ୍ତି। ଘଟଣାକୁ କେନ୍ଦ୍ର କରି ଚାପା ଉତେଜନା ସୃଷ୍ଟି ହୋଇଛି। ସୂଚନା ଅନୁସାରେ ସରଦେଇପୁରଠାରୁ ନିମାପଡ଼ା ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ବିଭିନ୍ନ ସ୍ଥାନରେ ଗାର୍ଡ ୱାଲ୍‌ ନିର୍ମାଣ ଚାଲିଛି। ଆଇତଳଙ୍ଗ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସାମ୍ନାରେ ବୁଧବାର ଦେଢ଼ ଶହ ଫୁଟ ଲମ୍ବା ଏହି ଗାର୍ଡ ୱାଲ ଢ଼ଳେଇ କାମ ସମ୍ପୂର୍ଣ ହୋଇଥିଲା। ଅଥଚ ସେହିଦିନ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିର୍ମାଣଧୀନ କାମ ଭାଙ୍ଗି ଦେଇଥିଲା। କିଛି ଦୂରରେ ଅନ୍ୟ ଏକ ଗାର୍ଡ ୱାଲ୍‌ କାମ କିଛି ବ୍ୟକ୍ତି ଜେସିବି ମେସିନ ସାହାଯ୍ୟରେ ଭାଙ୍ଗୁ ଥିବାର ସ୍ଥାନୀୟ ଏକ ସିସି ଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି। ଅଭିଯୋଗ ପରେ ପୂର୍ତ୍ତ ବିଭାଗ ଅଧିକାରୀ ଘଟଣାସ୍ଥଳ ଅନୁଧ୍ୟାନ କରି ଫେରିଛନ୍ତି।| ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Operation Sindoor : ହଁ ! ଆମେ ଯୁଦ୍ଧବିରତି ପାଇଁ  ଭାରତକୁ ଅନୁରୋଧ କରିଥିଲୁ : ପାକ୍ ଉପ-ପ୍ରଧାନମନ୍ତ୍ରୀ