ଭୁବନେଶ୍ବର: ୟୁନିଟ୍-୪ହାଟ ରାଜ୍ୟ ରାଜଧାନୀର ଏକ ପ୍ରମୁଖ ହାଟ। କିନ୍ତୁ ଏହି ବହୁ ପୁରାତନ ହାଟ ଏବେ ନିଶାଡ଼ିଙ୍କ କବଳରେ। ସନ୍ଧ୍ୟା ହେଲେ ନିଶାଡ଼ିମାନେ ଏଠି ଉତ୍ପାତ କରୁଛନ୍ତି। ମଦ ପିଇ ମାତାଲ ଅବସ୍ଥାରେ ଗଣ୍ଡଗୋଳ କରୁଛନ୍ତି। ସେପଟେ କମିସନରେଟ୍ ପୁଲିସର ଏଥିପ୍ରତି ହେୟଜ୍ଞାନ କାରଣରୁ ନିଶାଡ଼ିମାନେ ମଦ ସହ ଗଞ୍ଜେଇ, ଧଳା ଜହର,  କୋରେକ୍ସ ଆଦି ଖୋଲାଖୋଲି ସେବନ କରୁଛନ୍ତି। ପାଖରେ ଚାଖଣା ମିଳୁଥିବାରୁ ନିଶାଡ଼ିଙ୍କୁ ନିଶା ସେବନରେ କିଛି ଅସୁବିଧା ବି ହେଉନି। ଏହାକୁ ନେଇ ୟୁନିଟ୍-୪ ଦୋକାନୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତ। ମାସିକ ମହାସୁଲ ଗଣୁଥିଲେ ବି ଆମେ ଓ ଆମ ବେପାର ସୁରକ୍ଷିତ ନ ହେବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛନ୍ତି।

Advertisment

Train: ଅପେକ୍ଷାରେ ଯାତ୍ରୀ, ଆସୁନି ଟ୍ରେନ୍‌

ଦୋକାନୀମାନେ ଅଭିଯୋଗ କରିଛନ୍ତି, ଯେହେତୁ ନିଶାଡ଼ିମାନେ ଆସି ଭିଡ଼ ଲଗାଉଛନ୍ତି, ଗ୍ରାହକମାନେ ଏଠାକୁ ଆସିବାକୁ ସୁରକ୍ଷିତ ମଣୁନାହାନ୍ତି। ଯୁବତୀ, ମହିଳାମାନେ ବି ଏହି ବାଟ ଦେଇ ଯିବାକୁ ଡରିଲେଣି। ସକାଳୁ ଉଠିଲା ବେଳକୁ ହାଟ ଭିତରେ ମଦ ବୋତଲ ଗଡ଼ୁଛି। ହାଟ ପ୍ରବେଶ ପଥ ଓ ପଞ୍ଚଦୀପ ମାର୍କେଟ୍ ପାର୍ଶ୍ବ ଅନ୍ଧାରୁଆ ରହୁଥିବାରୁ ଏହା ନିଶାଡ଼ିଙ୍କୁ ସୁଯୋଗ ଦେଇଛି। ପଞ୍ଚଦୀପ ମାର୍କେଟରେ ଦୋକାନୀମାନେ ଭୟରେ ଦୋକାନ ଖୋଲୁନାହାନ୍ତି। ଏପରିକି ସେଠାରେ  ପ୍ରାୟ ୫୦ଟି ଦୋକାନ ଭଡ଼ାରେ ନ ଲାଗିବାର ଏହା ଅନ୍ୟତମ କାରଣ ବୋଲି ଦୋକାନୀମାନେ କହିଛନ୍ତି। ନିଶାଡ଼ିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଜବରଦଖଲ ଜାଗାରେ ଠିଆ ହୋଇଥିବା ଚାଖଣା ଦୋକାନୀଙ୍କୁ ହଟାଇବାକୁ ଦୋକାନୀମାନେ ଦାବି କରିଛନ୍ତି।

Mahashivaratri: ମହାଶିବରାତ୍ରି ପୂର୍ବରୁ ସରିବ ପାର୍କିଂ, ଆଲୋକୀକରଣ

 ୟୁନିଟ୍-୪ ହାଟରେ ୭୨୩ଟି ଦୋକାନ। ଏହି ହାଟରୁ ବିଏମ୍‌ସି ମାସିକ ପ୍ରାୟ ୨ଲକ୍ଷ ଟଙ୍କା ମହାସୁଲ ଆଦାୟ କରୁଛି। କିନ୍ତୁ ବେପାରରୁ ଲାଭ ଆସୁ ନ ଥିବାରୁ ଦୋକାନୀମାନେ ଚିନ୍ତାରେ ପଡ଼ିଛନ୍ତି। ବିଶେଷକରି ଯେଉଁ ଚାଉଳ ଗୋଦାମ ଖୋଲିଛି, ତାହା ଖୋଲା ଦୋକାନ ଓ ପ୍ରବେଶ ପଥରେ ରହିଛି। ଯେହେତୁ ନିଶାଡ଼ିମାନେ ଆସି ପ୍ରବେଶ ପଥରେ ଉତ୍ପାତ କରୁଛନ୍ତି, ଏଣୁ ଗ୍ରାହକମାନେ ଦୋକାନକୁ ଆସିବାକୁ ମଙ୍ଗୁନାହାନ୍ତି। ଯାହା ବେପାରକୁ ପ୍ରଭାବିତ କରୁଛି। ନିଶାଡ଼ିଙ୍କୁ ସୁହାଇଛି ପାଖରେ ଥିବା ଚାଖଣା ଦୋକାନ। ଏହି ସବୁ ଦୋକାନ ସରକାରୀ ଜାଗା ସମେତ ରାସ୍ତାକୁ ଓ ନାଳକୁ ଜବରଦଖଲ କରି ଠିଆ କରାଯାଇଛି। ୟୁନିଟ୍-୪ ଭୌମନଗର ହାଟ ବ୍ୟବସାୟୀ ସଂଘ ସଂପାଦକ ବଦ୍ରିନାରାୟଣ ମିଶ୍ର କହିଛନ୍ତି, ନିକଟରେ ମେୟର, କମିସନର୍ ହାଟ ପରିଦର୍ଶନ କରି ଜବରଦଖଲ ହଟାଇବା, ଆବର୍ଜନାମୁକ୍ତ କରିବା, ଦୋକାନୀଙ୍କୁ ବ୍ୟବସ୍ଥିତ ଢ଼ଙ୍ଗରେ ବେପାର କରିବାକୁ ସୁଯୋଗ ଦେବା ଆଦି ପ୍ରତିଶ୍ରୁତି ଦେଇ ଫେରିଛନ୍ତି। ତେବେ ନିଶାଡ଼ିଙ୍କ କବଳରୁ ହାଟକୁ ମୁକ୍ତ କରିବା ପାଇଁ ଜରୁରୀକାଳୀନ ପଦକ୍ଷେପ ନିଆଯାଉ ବୋଲି ସ୍ଥାନୀୟ ଦୋକାନୀମାନେ ଦାବି କରିଛନ୍ତି।