ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ପାଇଁ ପବିତ୍ର ଶ୍ରୀପଞ୍ଚମୀରେ ରଥକାଠ ଚିରଟ ଅନୁକୂଳ ବିଧି ସଂପନ୍ନ ହୋଇଯାଇଛି। ଏଣିକି ମହାରଣା ସେବାୟତମାନେ ରଥ ତିଆରିରେ ଲାଗି ପଡ଼ିବେ। ତେବେ ବିଧି ଅନୁସାରେ ଏହାପୂର୍ବରୁ ରଥ ମାପ ଆବଶ୍ୟକ। ପରମ୍ପରା ଅନୁଯାୟୀ ମହାପ୍ରଭୁ ଶ୍ରୀଲିଙ୍ଗରାଜ ରଥ ମାପ ପାଇଁ ଭାସ୍କରେଶ୍ୱର ମନ୍ଦିର ଯାତ୍ରା କରନ୍ତି। ଭେଟ ଆଳତି ବିଧି ସହ ରଥର ମାପ ସଂଗ୍ରହ କରାଯାଏ। ରଥ ମାପ ଆସୁଥିବା ଭାସ୍କରେଶ୍ବର ମନ୍ଦିରର ମୂଳ ନାମ ମେଘେଶ୍ବର ବୋଲି କୁହାଯାଏ। ମେଘେଶ୍ବର ମନ୍ଦିରର ମୂଳ ନାମ ଭାସ୍କରେଶ୍ବର ବୋଲି ସେବାୟତମାନେ କହିଛନ୍ତି। ରଥମାପ ପାଇଁ ଶ୍ରୀଲିଙ୍ଗରାଜଙ୍କ ସହ ମା’ ପାର୍ବତୀ, ମା’ ଦୁର୍ଗା ଓ ଶ୍ରୀବାସୁଦେବଙ୍କୁ ପାଲିଙ୍କି ଓ ବିମାନରେ ଶୋଭାଯାତ୍ରା କରି ନିଆଯାଇଥିଲା।
Domestic Animal: ୧୩ବର୍ଷରେ ୬୬ହଜାର ୫୮୦ ଗୃହପାଳିତ ପଶୁ ହ୍ରାସ
ପାରମ୍ପରିକ ରିତୀନିତୀରେ ପୂଜାର୍ଚ୍ଚନା କରାଯାଇ ଭାସ୍କରେଶ୍ୱରଙ୍କ ସହ ଭେଟ ଆଳତି କରାଯିବା ସହ ମନ୍ଦିର ମାପ ଅନୁଯାୟୀ ରଥର ମାପ ଆସିଥିଲା। ଏହାପରେ ଲିଙ୍ଗରାଜଙ୍କ ପଟୁଆର ସେଠାରୁ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ଶଶୁର ଘର କେଦାରଗୌରୀ ମନ୍ଦିରକୁ ଯାଇଥିଲେ। ସେଠାରେ ପ୍ରଭୁ କେଦାରେଶ୍ୱରଙ୍କ ସହ ଭେଟ ଆଳତି କରାଯାଇଥିଲା। ଏହାପରେ ଦେବଦେବୀ ବଢ଼େଇବାଙ୍କ ଛକଠାରେ ପହଞ୍ଚିଲେ ଏବଂ ସେଠାରେ ଚାଚେରି ଭୋଗ ଲାଗି କରାଯାଇଥିଲା। ଏହାପରେ ଲିଙ୍ଗରାଜଙ୍କ ପଟୁଆର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲା ଏବଂ ନୀତିକାନ୍ତି ପରେ ପହୁଡ଼ ପଡ଼ିଥିଲା।
Padma Shri award: ଧର୍ମେନ୍ଦ୍ର, ରୋହିତ, ଶିବୁଙ୍କୁ ପଦ୍ମ: ୪ ଓଡ଼ିଆଙ୍କୁ ପଦ୍ମଶ୍ରୀ
Follow Us