The scholar: ‘ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଥିଲେ ପ୍ରଜ୍ଞାଦୀପ୍ତ ପୁରୁଷ’

Advertisment

ସମ୍ବାଦପତ୍ର ସମ୍ପାଦନା, ଭାଷା ସୁରକ୍ଷା, ସାଂସ୍କୃତିକ ଜାଗରଣ କ୍ଷେତ୍ରରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କର ଅବଦାନ ବହୁ ଗୁରୁତ୍ବ ବହନ କରେ। ସେ ଥିଲେ ପ୍ରଜ୍ଞାଦୀପ୍ତ ପୁରୁଷ। ତାଙ୍କ ଉଦ୍ୟମରେ....

ସମ୍ବାଦପତ୍ର ସମ୍ପାଦନା, ଭାଷା ସୁରକ୍ଷା, ସାଂସ୍କୃତିକ ଜାଗରଣ କ୍ଷେତ୍ରରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କର ଅବଦାନ ବହୁ ଗୁରୁତ୍ବ ବହନ କରେ। ସେ ଥିଲେ ପ୍ରଜ୍ଞାଦୀପ୍ତ ପୁରୁଷ। ତାଙ୍କ ଉଦ୍ୟମରେ....

Untitled-13

ଭୁବନେଶ୍ବର: ସମ୍ବାଦପତ୍ର ସମ୍ପାଦନା, ଭାଷା ସୁରକ୍ଷା, ସାଂସ୍କୃତିକ ଜାଗରଣ କ୍ଷେତ୍ରରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କର ଅବଦାନ ବହୁ ଗୁରୁତ୍ବ ବହନ କରେ। ସେ ଥିଲେ ପ୍ରଜ୍ଞାଦୀପ୍ତ ପୁରୁଷ। ତାଙ୍କ ଉଦ୍ୟମରେ ଓଡ଼ିଆ ପତ୍ରପତ୍ରିକା ଓ ଭାଷା ଆନ୍ଦୋଳନର ଭିତ୍ତି ସ୍ଥାପନ ହୋଇପାରିଥିଲା। ଏହା ତାଙ୍କୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ ଭାବେ ଗଢ଼ି ତୋଳିଥିଲା। ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ୧୫୮ତମ ଜୟନ୍ତୀ ସମାରୋହ ଅବସରରେ ଅତିଥିମାନେ ଏଭଳି କହିଛନ୍ତି।

‘ଜେଡ୍ ୱାନ୍ ଭ୍ୟୋମ୍’ରେ ଶୀତ ଉତ୍ସବ

ଜୟଦେବ ଭବନରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗଦେଇ କହିଲେ, ପଣ୍ଡିତ ନୀଳମଣି ଏକାଧାରରେ ଜଣେ ଦେଶପ୍ରେମୀ, ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ସାହିତ୍ୟିକ ଓ ସମ୍ପାଦକ ଥିଲେ। ରାଜ୍ୟରେ ସାଂସ୍କୃତିକ ଜାଗରଣ ଏବଂ ସମାଜ ସଂସ୍କାରକ ଭାବେ ତାଙ୍କ କୃତି ଓ ସ୍ୱୀକୃତିକୁ ଏ ଜାତି ଆଜି ବି ସ୍ମରଣ କରୁଛି। ଓଡ଼ିଆ ଭାଷାର ସୁରକ୍ଷା ଲାଗି ସେ ସର୍ବଦା ତତ୍ପର ଥିଲେ।

Retired Employee: ରାସ୍ତାରେ ଥାଳି ଧରି ବସିଲେ ରାଜ୍ୟ ଇଞ୍ଜିନିୟରିଂ ୱାର୍କଚାର୍ଜଡ ନିୟମିତ ସେବାନିବୃତ୍ତ କର୍ମଚାରୀ

ମୁଖ୍ୟବକ୍ତା ବିଶିଷ୍ଟ ଗବେଷକ ଫଣୀନ୍ଦ୍ର ଭୂଷଣ ନନ୍ଦ କହିଲେ, ପଣ୍ଡିତ ନୀଳମଣି ଆଜୀବନ ସାମ୍ବାଦିକ ଥିଲେ। ‘ସଂସ୍କାରକ’, ‘ସମ୍ବଲପୁର ହିତୈଷିଣୀ’, ‘ଉତ୍କଳ ମଧୁପ’, ଉତ୍କଳ ଦୀପିକା, ‘ପ୍ରଜାବନ୍ଧୁ’ ଆଦି ସମ୍ବାଦପତ୍ରର ସମ୍ପାଦନା କରି ଓଡ଼ିଆ ପତ୍ରିକା ସଂପାଦନା ଓ ଶୁଦ୍ଧ ପାଠ୍ୟପୁସ୍ତକ ସମ୍ପାଦନାକୁ ଉଚ୍ଚତର ସୋପାନକୁ ଦେଇଥିଲେ। ସମ୍ମାନିତ ଅତିଥି ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦର ସଂପାଦକ କୃଷ୍ଣକେଶବ ଷଡ଼ଙ୍ଗୀ କହିଲେ ଯେ ପଣ୍ଡିତ ବିଦ୍ୟାରତ୍ନ ଥିଲେ ସାମ୍ବାଦିକତାର ଭୀଷ୍ମ ପିତାମହ। ଜଣେ ପତ୍ରିକା ସମ୍ପାଦକ ଭାବରେ ସେ ଉଚ୍ଚାରଣ ଏବଂ ଲେଖାର ଶୁଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ।
ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ  (ବୈଷୟିକ) ଗୁରବୀର ସିଂହ ସ୍ୱାଗତ ଭାଷଣ ଦେଇଥିଲେ। ବିଭାଗୀୟ ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶନୀ ଧନ୍ୟବାଦ ଦେଇଥିଲେ। ଲୋକସମ୍ପର୍କ ଅଧିକାରୀ ରୋଜାଲିନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପୂର୍ବାହ୍ଣରେ ଜୟଦେବବିହାର ଛକ ନିକଟ ବିଦ୍ୟାରତ୍ନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe