ଭୁବନେଶ୍ୱର: ଗୁରୁଙ୍କ ଭିତରେ ସାରା ବିଶ୍ୱ ନିହିତ। କାରଣ ଗୁରୁଙ୍କ ବିଦ୍ୟା ବଳରେ ଜଣେ ଶିଷ୍ୟ ଜଗତକୁ ଚିହ୍ନିପାରେ। ଗୁରୁ କେବଳ ବିଦ୍ୟାଦାତା ନୁହନ୍ତି, ପଥ ପ୍ରଦର୍ଶକ। ସ୍ୱାମୀ ଦୟାନନ୍ଦ ସର୍ଭିସ୍‌ ମିସନ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ  ‘ଗୁରୁପ୍ରଣାମ ମହୋତ୍ସବ’ର ରଜତ ଜୟନ୍ତୀ ଉତ୍ସବରେ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଏଭଳି କହିଛନ୍ତି। କାର୍ଯ୍ୟକ୍ରମର ମୁଖ୍ୟଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ଗୁରୁମାନଙ୍କର ପୂଜା ହେଉଥିବା କାର୍ଯ୍ୟକ୍ରମ ଏକ ନିଆରା ସତ୍‌ସଙ୍ଗ। ଗୁରୁମାନଙ୍କୁ ପ୍ରକୃତ ସମ୍ମାନ ଦେବାକୁ ଚାହୁଥିଲେ, ନିଜେ ପଢ଼ିଥିବା ବିଦ୍ୟାଳୟକୁ ଅନ୍ତତଃ ଥରେ ପରିଦର୍ଶନ କରିବା ଉଚିତ। ନିଜେ ପଢ଼ିଥିବା ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବାକୁ ପ୍ରୟାସ କଲେ, ଗୁରୁଙ୍କୁ ପ୍ରକୃତ ସମ୍ମାନ ମିଳିବ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ସାମ୍ୱାଦିକ ପ୍ରଦ୍ୟୁମ୍ନ ଶତପଥୀ କହିଲେ ଯେ ଏଭଳି କାର୍ଯ୍ୟକ୍ରମ ଆଜିକାଲିର ଯୁବପିଢ଼ିଙ୍କ ପାଇଁ ଖୁବ୍‌ ଶିକ୍ଷଣୀୟ। ସ୍ୱାମୀ ବ୍ରହ୍ମାନନ୍ଦ, ମହନ୍ତ ରାମକୃଷ୍ଣ ଦାସ ମହାରାଜ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ।

Advertisment

Air pollution: ବାୟୁ ପ୍ରଦୂଷଣ ରୋକିବାକୁ ଅଣ୍ଟା ଭିଡ଼ିଲେ: ୫ ସହରରେ କଟକଣା, ବାହାରେ ନିଆଁ ଜାଳିବା ମନା

ଏହି ଅବସରରେ ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ ଓ ପାଲାଗାୟକ ପ୍ରଫୁଲ କୁମାର ଷଡ଼ଙ୍ଗୀଙ୍କୁ ‘ଗୁରୁ ପ୍ରଣାମ ସମ୍ମାନ-୨୦୨୬’ ପ୍ରଦାନ କରାଯାଇଥିଲା। ସେହିଭଳି ନିଖିଳ ଉତ୍କଳ ଶ୍ରୀଜଗନ୍ନାଥ ପାଲା ଗାୟକ ସଂଘ ପକ୍ଷରୁ ସତ୍ୟନାରାୟଣ ସମ୍ମାନ ଅନୁଷ୍ଠାନର ସଭାପତି ମଦନ ମୋହନ ଜେନା ଓ ସମ୍ପାଦକ ବସନ୍ତ କୁମାର ରାଉତଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ଶ୍ରୀଅନନ୍ତ ବଳିଆ ବୈଦିକ ବିଦ୍ୟାପୀଠମ୍‌ର ବ୍ରହ୍ମଚାରୀମାନେ ବେଦପାଠ କରିଥିଲେ। ପଣ୍ଡିତ କାହ୍ନୁଚରଣ ପଣ୍ଡା, ପାଲାଚାର୍ଯ୍ୟ ନାରାୟଣ ଶୁକ୍ଳା ଓ ପଣ୍ଡିତ ବିନୋଦ ବିହାରୀ ଦାଶ ସାମୂହିକ ଆଳତି ପରିଚାଳନା କରିଥିଲେ। କବୀ ସବିତା ଶୁକ୍ଳା ସ୍ୱାଗତ ସଙ୍ଗୀତ ଗାଇଥିଲେ। ସ୍ନିଗ୍ଧା ଏକାଡେମିର ଛାତ୍ରୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଆନନ୍ଦ ପଟ୍ଟନାୟକଙ୍କ ନେତୃତ୍ୱରେ କଳାହାଣ୍ଡି ଶ୍ରୀରାମକୃଷ୍ଣ ଆଶ୍ରମର ଛାତ୍ରମାନେ ଘୁମୁରା ପରିବେଷଣ କରିଥିଲେ। ଏହାପରେ ସଂକୀର୍ତ୍ତନ ଗୁରୁ ମାଧବ ବେହେରାଙ୍କ ଶିଷ୍ୟମାନେ ନଦିୟା ସଂକୀର୍ତ୍ତନ ଓ ଆରାଧନା ଏକାଡେମିର ପିଲାମାନେ ଗୋଟିପୁଅ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ ଜନ୍ମଦିନ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ବାବା ପ୍ରଣବାନନ୍ଦ ଦାସ(ମନୁଭାଇ)ଙ୍କ ତତ୍ତ୍ବାବଧାନରେ ପ୍ରଭାତ ପାଣିଗ୍ରାହୀ, ବରୁଣରାଜ, ସନ୍ତୋଷ ଲେଙ୍କା, ବ୍ରଜବିହାରୀ ନାୟକ, ରାକେଶ କୁମାର ବେହେରା, ଅରବିନ୍ଦ ତ୍ରିପାଠୀ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

Fear of a fine: ଘରୁ ବାହାରିଲେ ୨୦ ହଜାର ଟଙ୍କା ଜରିମାନା ଭୟ: ଗାଡ଼ି ନିୟମ ଭାଙ୍ଗିଲେ, କେତେ ଜରିମାନା ଲାଗିପାରିବ ଖୋଜା ହେଉଛି