Advertisment

The YouTuber: ଘନେଇଲା ୟୁଟ୍ୟୁବର୍‌ ଦମ୍ପତି କଳି

Advertisment

ୟୁଟ୍ୟୁବ୍‌, ଇନ୍‌ଷ୍ଟା ଓ ଫେସ୍‌ବୁକ୍‌ ଭଳି ସୋସିଆଲ୍‌ ମିଡିଆରେ କମେଡି କରି ବେଶ୍‌ ଚର୍ଚ୍ଚାରେ ଥିବା ଦମ୍ପତି ବର୍ଷା ଓ ଗୁଲୁଆଙ୍କ ଦାମ୍ପତ୍ୟ କଳହ ଏବେ ସେହି ସୋସିଆଲ୍‌ ମିଡିଆରେ ଝଡ଼ ସୃଷ୍ଟି କରିଛି।

ୟୁଟ୍ୟୁବ୍‌, ଇନ୍‌ଷ୍ଟା ଓ ଫେସ୍‌ବୁକ୍‌ ଭଳି ସୋସିଆଲ୍‌ ମିଡିଆରେ କମେଡି କରି ବେଶ୍‌ ଚର୍ଚ୍ଚାରେ ଥିବା ଦମ୍ପତି ବର୍ଷା ଓ ଗୁଲୁଆଙ୍କ ଦାମ୍ପତ୍ୟ କଳହ ଏବେ ସେହି ସୋସିଆଲ୍‌ ମିଡିଆରେ ଝଡ଼ ସୃଷ୍ଟି କରିଛି।

Untitled-19

ବାଲିଅନ୍ତା: ୟୁଟ୍ୟୁବ୍‌, ଇନ୍‌ଷ୍ଟା ଓ ଫେସ୍‌ବୁକ୍‌ ଭଳି ସୋସିଆଲ୍‌ ମିଡିଆରେ କମେଡି କରି ବେଶ୍‌ ଚର୍ଚ୍ଚାରେ ଥିବା ଦମ୍ପତି ବର୍ଷା ଓ ଗୁଲୁଆଙ୍କ ଦାମ୍ପତ୍ୟ କଳହ ଏବେ ସେହି ସୋସିଆଲ୍‌ ମିଡିଆରେ ଝଡ଼ ସୃଷ୍ଟି କରିଛି। ପାଖାପାଖି ୫ମାସ ହେଲା ସେମାନଙ୍କ ଦାମ୍ପତ୍ୟ ଜୀବନରେ ଉଠିଥିବା ଝଡ଼ ଚାପି ହୋଇରହିଥିଲେ ହେଁ ଆଜି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି। ଗୁଲୁଆଙ୍କ ଜୀବନ ପ୍ରତି ବିପଦ ରହିଛି ଏବଂ ତାଙ୍କୁ କେହି ହତ୍ୟା ଧମକ ଦେଇଥିବା ନେଇ ସେ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ପରେ ଅନୁରୂପ ଭାବେ ବର୍ଷା ବି ଗଣମାଧ୍ୟମ ସାମ୍ନାରେ ପାଲଟା ବାଣ ମାରିଛନ୍ତି। ବାଲିଅନ୍ତା ଥାନାରେ ଉଭୟ ପକ୍ଷର ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ଗୁଲୁଆ, ବର୍ଷାଙ୍କ ବାପା ତଥା ଶଶୁର ଭଗବାନ ମଲ୍ଲିକଙ୍କ ନାଁରେ ହତ୍ୟା ଧମକ ଦେବା ଓ ତାଙ୍କ ଘରୁ ବିଭିନ୍ନ ସାମଗ୍ରୀ ଲୁଟ୍‌ କରିବା ନେଇ ଅଭିଯୋଗ କରିଛନ୍ତି। ପୂର୍ବରୁ ବର୍ଷା, ଗୁଲୁଆଙ୍କ ନାଁରେ ‌ଯୌତୁକ ନିର୍ଯାତନା ସହ ଘରୁ ମାଡ଼ମାରି ତଡ଼ିଦେବା ଭଳି ସଂଗିନ୍‌ ଅଭିଯୋଗ କରିଛନ୍ତି। ଆଜି ଦୁଇଜଣଙ୍କ କଥା ସାମାଜିକ ଗଣମାଧ୍ୟମରେ ଖେଳିଯିବା ପରେ ୟୁଟ୍ୟୁବ୍‌ରେ ଏହି ଯୋଡ଼ିଙ୍କ ପ୍ରଶଂସକ ମହଲରେ ସରଗରମ ଚର୍ଚ୍ଚା ଚାଲିଛି। ପ୍ରଶଂସକମାନେ ବି ଗୁଲୁଆ ଓ ବର୍ଷା ଗୋଷ୍ଠୀରେ ବିଭକ୍ତ ହୋଇ ଦୁଇ ଫାଳ ହୋଇଯାଇଛନ୍ତି।

Pollution certificate: ଦହଗଞ୍ଜ କରୁଛି ପ୍ରଦୂଷଣ ପ୍ରମାଣପତ୍ର

Modi: କାନ୍‌ଭାସ୍‌ରେ ମୋଦୀଙ୍କ ଜୀବନ ଓ ସଂକଳ୍ପ

 
ୟୁଟ୍ୟୁବ୍‌ରେ କମେଡି କରୁଥିବା ଓଡ଼ିଆ କଳାକାରମାନଙ୍କ ମଧ୍ୟରେ ଉଭୟ ବର୍ଷା ଓ ଗୁଲୁଆଙ୍କ ନାଁ ରହିଛି। ୨୦୨୩ ମସିହାରେ ସେମାନେ ବିବାହ ବନ୍ଧନ‌ରେ ବାନ୍ଧି ହୋଇଥିଲେ। ପୁରୀ ବ୍ରହ୍ମଗିରି ଅଞ୍ଚଳର ଗୁଲୁଆ ବିବାହ କରିବା ପରେ ବର୍ଷାଙ୍କ ଗାଁ ପାଖ ବାଳକାଟି ଅଞ୍ଚଳରେ ନିଜ ଘର କରି ରହୁଥିଲେ। ମାତ୍ର ବର୍ଷକର ଦାମ୍ପତ୍ୟ ଜୀବନରେ ଦେଖାଗଲା ଫାଟ। ପ୍ରାୟ ୫ମାସ ପୂର୍ବେ ସେମାନଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଉଠିଲା ଏବଂ ସେମାନେ ପରସ୍ପରଠାରୁ ଅଲଗା ହୋଇଗଲେ। ଗୁଲୁଆଙ୍କ ପରିବାର ଲୋକେ ତାଙ୍କୁ ମାଡ଼ମାରି ଘରୁ ତଡ଼ିଦେଲେ ଏବଂ ଗୁଲୁଆ ବି ତାଙ୍କୁ ହୀନ ଚକ୍ଷୁରେ ଦେଖି ଘରୁ ବାହାର କରିଦେ‌‌ଲେ ବୋଲି ବର୍ଷା ଥାନାରେ ଅଭି‌ଯୋଗ କଲେ। ବାହାଘର ପାଇଁ ବାଳକାଟିରେ ପ୍ଲଟ୍‌ ଦେବା ଓ ସେଥିରେ ଗୃହ ନିର୍ମାଣ କରାଇବା ପରେ ବି ଗୁଲୁଆ ତାଙ୍କୁ ନିର୍ଯାତନା ଦେଲେ ବୋଲି ବର୍ଷା କହିଛନ୍ତି। ଏହା ଭିତରେ ସେମାନଙ୍କ ମଧ୍ୟରେ ଆପୋସ ବୁଝାମଣା ହେବ ବୋଲି କଥା ଛିଡ଼ିଥିଲା। ଗୁଲୁଆ କ୍ଷତିପୂରଣ ଦେଇ ସବୁଦିନ ପାଇଁ ବର୍ଷାଙ୍କଠାରୁ ଅଲଗା ହୋଇଯିବେ ବୋଲି କଥା ଛିଡ଼ିଥିଲା। ମାତ୍ର ଏହା ଭିତରେ ପୁଣି ବିବାଦ ମୁଣ୍ଡ ଟେକିଲା। ଗୁଲୁଆଙ୍କ ଅଭିଯୋଗ ଅନୁସାରେ ଗତ ମାସରେ ସେ ଘରେ ନଥିବା ବେଳେ ବର୍ଷାଙ୍କ ବାପା ଭଗବାନ ମଲ୍ଲିକ ଓ ତାଙ୍କର ସମର୍ଥକମାନେ ତାଙ୍କ ଘରେ ପଶି ଲକ୍ଷାଧିକ ଟଙ୍କା ଓ ବିଭିନ୍ନ ସୁନା ଅଳଙ୍କାର ଲୁଟି ନେଇଥିଲେ ଏବଂ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି। ମାମଲା ରୁଜୁ କରି ଥାନା ଚୁପ୍‌ ବସିଥିବା ବେଳେ ସେମାନଙ୍କ କଳି ଏବେ ସାମାଜିକ ଗଣମାଧ୍ୟମରେ ଖେଳି ବୁଲୁଛି। ତେଣୁ ପୁଲିସ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe