ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ଓ ସଂକଳ୍ପ ଉପରେ ଆଧାରିତ ଆନ୍ତର୍ଜାତିକ ଚିତ୍ରକଳା ପ୍ରଦର୍ଶନୀ ମୋଦି@୩.୦ ଲଣ୍ଡନସ୍ଥିତ ଭାରତୀୟ ଦୂତାବାସର ନେହରୁ ସେଣ୍ଟର ପରିସରରେ ଉଦ୍ଘାଟିତ ହୋଇଯାଇଛି। ଭାରତରୁ ୨୦ଜଣ ଓ ଲଣ୍ଡନରୁ ୧୨ଜଣ ପ୍ରବୀଣ ଓ ତରୁଣ ଚିତ୍ରଶିଳ୍ପୀଙ୍କ ଚିତ୍ରକଳାକୁ ନେଇ ଏହି ତିନିଦିନିଆ ଚିତ୍ରକଳା ପ୍ରଦର୍ଶନୀ ଓ କଳା ଶିବିରକୁ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ ତଥା ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି ଉଦ୍ଘାଟନ କରିଥିଲେ। ପୂର୍ବ ଭାରତର ପ୍ରମୁଖ ସୁଭଦ୍ରା ଆର୍ଟ ଗ୍ୟାଲେରିର ଅଧ୍ୟକ୍ଷ ସୂର୍ଯ୍ୟ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରଦର୍ଶନୀରେ ସମ୍ମାନିତ ଅତିଥି ଭାବେ ନେହରୁ ସେଣ୍ଟର୍ର ଉପନିର୍ଦ୍ଦେଶକ ରାକେଶ କୁମାର, ବ୍ରିଟେନ୍ ବିଜେପି. ସଭାପତି କୁଲଦୀପ ଶେଖାୱତ୍, ଲଣ୍ଡନ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ମାରକ ଉପସଭାନେତ୍ରୀ କ୍ରିଷ୍ଣା ପୁଜାରା, ଶିକ୍ଷାବିତ୍ ଶ୍ୱେତା ମହାନ୍ତି ଯୋଗ ଦେଇଥିଲେ।
ISKCON : ଇସ୍କନ ଉପାଧ୍ୟକ୍ଷଙ୍କ ଅଭିଯୋଗ, ବାଂଲାଦେଶରେ ହିନ୍ଦୁଙ୍କୁ ଘରେ ବନ୍ଦ କରି ନିଆଁ ଲଗାଇ ଦିଆଯାଇଥିଲା
ଲଣ୍ଡନର ପ୍ରବାସୀ ଚିତ୍ରଶିଳ୍ପୀ ରାଧାବିନୋଦ ଶର୍ମାଙ୍କ ସଂଯୋଜନାରେ ପ୍ରଦର୍ଶିତ ଚିତ୍ରକଳା ଶିବିରରେ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି, ଅଦ୍ବୈତ ଗଡ଼ାନାୟକ, ରବିନାରାୟଣ ରଥ, ପ୍ରବୋଧ ସାହୁ, ଜୟଶାଲିନ୍, ସୁଧୀର ମହାରଣା, ପ୍ରଫୁଲ୍ଲ ସାହୁ, ମମତା ସାମନ୍ତରାୟ, ଲିପ୍ସା ମହାନ୍ତି, ଲିପିଶ୍ରୀ ନାୟକ, ଭାବନା ରାଜପୁତ, ରାଜେନ୍ଦ୍ର ସିମାଲୀ, ନାଗର ଭାଇ ପ୍ରଜାପତି, ଚିନ୍ମୟୀ ରଥ, ବ୍ରିଟେନ୍ରୁ ଭାରତୀ ସାଙ୍ଗର, ଆଲିସନ୍ ହାର୍ପର୍, ଆଲିସନ ଷ୍ଟର୍କଙ୍ଗ, ଅମଦା ଡାନଲେକ୍, ଜୟଶ୍ରୀ ଚକ୍ରବର୍ତ୍ତୀ, ରୁମା ନୋବାଜ, ଏଲିଉର୍ ଏଡାନିଲ୍ ପ୍ରମୁଖଙ୍କ ୩୨ଟି ଚିତ୍ରକଳା ପ୍ରଦର୍ଶିତ ହୋଇଛି।
police scanner: ପୁଲିସ ସ୍କାନର୍ରେ ନକ୍ସଲ କମାଣ୍ଡର ସୁରେଶ: ଆତ୍ମସମର୍ପଣ ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ
ଓଡ଼ିଶା ସଂସ୍କୃତି ବିଭାଗ, ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ଓ ଲଣ୍ଡନ ଓଡ଼ିଶା ସମାଜ ସହଯୋଗରେ ଆୟୋଜିତ ଏହି ଚିତ୍ରକଳା ପ୍ରଦର୍ଶନୀ ଆଗାମୀ ଦିନରେ ବିଶ୍ୱର ପ୍ରମୁଖ ସହରରେ ପ୍ରଦର୍ଶିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ବାର୍ତ୍ତାକୁ ଚିତ୍ରକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରସାରିତ କରିବ ବୋଲି ଗ୍ୟାଲରୀ ଅଧ୍ୟକ୍ଷ ଶ୍ରୀ ରଥ ସୂଚନା ଦେଇଛନ୍ତି। ଏହି ଅବସରରେ ନୃତ୍ୟଶିଳ୍ପୀ ଶାରଦା ମହାପାତ୍ର ଯୋଗ ନୃତ୍ୟ ପରିବେଷଣ କରିଥିଲେ। ପ୍ରଫୁଲ୍ଲ ମହାନ୍ତି, ବିପିନ ମିଶ୍ର, ଅଦ୍ବୈତ ଗଡ଼ନାୟକ, ସୁକାନ୍ତ ସାହୁ, ସୌମ୍ୟ ପ୍ରତିହାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପାର୍ଥ ପଣ୍ଡା ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/26/untitled-14-2025-12-26-06-46-44.jpg)