Advertisment

There is oil: ତେଲ ଅଛି, ଗୁଜବରୁ ଭିଡ଼

Advertisment

‘ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଛି। ଆମେରିକା-ଇରାନ-ଇସ୍ରାଏଲ୍‌ ଯୁଦ୍ଧ ଭୟଙ୍କର ସ୍ଥିତିରେ ପହଞ୍ଚିଲାଣି। ଆଉ ପେଟ୍ରୋଲ, ଡିଜେଲ୍‌ ମିଳିବନି। ଯଦି ମିଳିବ କଳାବଜାରରେ ବିକ୍ରି ହେବ ଅବା ଦର....

‘ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଛି। ଆମେରିକା-ଇରାନ-ଇସ୍ରାଏଲ୍‌ ଯୁଦ୍ଧ ଭୟଙ୍କର ସ୍ଥିତିରେ ପହଞ୍ଚିଲାଣି। ଆଉ ପେଟ୍ରୋଲ, ଡିଜେଲ୍‌ ମିଳିବନି। ଯଦି ମିଳିବ କଳାବଜାରରେ ବିକ୍ରି ହେବ ଅବା ଦର....

Untitled-11

ଭୁବନେଶ୍ୱର: ‘ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଛି। ଆମେରିକା-ଇରାନ-ଇସ୍ରାଏଲ୍‌ ଯୁଦ୍ଧ ଭୟଙ୍କର ସ୍ଥିତିରେ ପହଞ୍ଚିଲାଣି। ଆଉ ପେଟ୍ରୋଲ, ଡିଜେଲ୍‌ ମିଳିବନି। ଯଦି ମିଳିବ କଳାବଜାରରେ ବିକ୍ରି ହେବ ଅବା ଦର ବଢ଼ିଯିବ।’ ଆଜି ଏଭଳି କିଛି ଗୁଜବ ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଛି। ଅଫିସ  ଅବା କାର୍ଯ୍ୟକ୍ଷେତ୍ରରୁ ଫେରିବା ପରେ ସମସ୍ତେ ପେଟ୍ରୋଲ୍‌ ପମ୍ପରେ ଭିଡ଼ ଲଗାଇଛନ୍ତି। ସ୍ଥିତି ଏପରି ହୋଇଛି ଯେ ରାଜଧାନୀ ଭୁବନେଶ୍ବରର ପ୍ରମୁଖ ପେଟ୍ରୋଲ ପମ୍ପରେ ଅସମ୍ଭାଳ ସ୍ଥିତି ଦେଖିବାକୁ ମିଳିଛି। ରାଜଧାନୀର ପେଟ୍ରୋଲ ପମ୍ପରେ ଆଉ ପେଟ୍ରୋଲ ମିଳୁ ନଥିବା ଗୁଜବ ପରେ ଏହି ସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିଥିଲା। ଯେଉଁମାନେ ୫ ଅବା ୧୦ଲିଟର ପକାଇବା କଥା ସେମାନେ ପୂରା ଟାଙ୍କି ଭର୍ତ୍ତି କରିଥିଲେ। ଏହି ଭିଡ଼ ଭିତରେ କିଛି ପେଟ୍ରୋଲ ପମ୍ପରୁ ବି ପେଟ୍ରୋଲ ସରି ଯାଇଥିଲା। ଆଉ କିଛି ଭିଡ଼ ଦେଖି ବନ୍ଦ କରି ଦେଇଥିଲେ। ଯାହା ଗୁଜବକୁ କ୍ଷୀପ୍ର ବେଗରେ ପ୍ରଚାର କରିବାରେ ଖୋରାକ ଯୋଗାଇଥିଲା।

POCSO: ପୋକ୍ସୋ ମାମଲାରେ ବୁଝାମଣାର ସ୍ଥାନ ନାହିଁ


କିନ୍ତୁ ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍‌ ପେଟ୍ରୋଲ୍‌, ଡିଜେଲ୍‌ ଅଭାବକୁ ଖଣ୍ଡନ କରିଛି। ଏହା କେବଳ ଏକ ଗୁଜବ ଓ ଏହାକୁ କେହି ବିଶ୍ବାସ ନ କରିବାକୁ ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍‌ ସାଧାରଣ ସଂପାଦକ ସଂଜୟ କୁମାର ଲାଠ କହିଛନ୍ତି। ଯେତିକି ଦିନର ପେଟ୍ରୋଲ, ଡିଜେଲ୍‌ ମହଜୁଦ ଅଛି, ୯୦ ଦିନ ବାହାର ଦେଶରୁ ତେଲ ନ କିଣିଲେ ବି ଚଳିବ ବୋଲି ଶ୍ରୀ ଲାଠ କହିଛନ୍ତି।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରେ ରନ୍ଧନ ଗ୍ୟାସ ଦର ବୃଦ୍ଧି ଘଟିଛି। କିନ୍ତୁ ପେଟ୍ରୋଲ, ଡିଜେଲ୍‌ ଦର ଅପରିବର୍ତ୍ତିତ ରହିଛି। ଯେହେତୁ ଯୁଦ୍ଧ ପରିସ୍ଥିତି ଲାଗିଛି, ପେଟ୍ରୋଲ, ଡିଜେଲ୍‌ ଦର ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। କେନ୍ଦ୍ର ସରକାର ଏହାକୁ ଖଣ୍ଡନକରିଛନ୍ତି। ଏବେ ପେଟ୍ରୋଲ, ଡିଜେଲ୍‌ ଦର ବଢ଼ିବାର ନାହିଁ ବୋଲି କହିଛନ୍ତି। ଏହା ସତ୍ତ୍ବେ ବି ଗୁଜବ ଶୁଣି ଲୋକେ ଆଜି ସଂଧ୍ୟାରେ ପ୍ରାୟ ସବୁ ପେଟ୍ରୋଲ ପମ୍ପରେ ଭିଡ଼ ଲଗାଇଥିଲେ। ନିଜ ନିଜ ଆତ୍ମୀୟଙ୍କୁ ବି ତେଲ ସରିଯାଇଛି, ଜଲ୍‌ଦି ପେଟ୍ରୋଲ ପକାଇ ଦିଅ କହି ଡକାଇଥିଲେ। ଫଳରେ ଦିନରେ ଖାଲିଥିବା ପେଟ୍ରୋଲ ପମ୍ପ ସବୁ  ସଂଧ୍ୟାରେ ଭିଡ଼ ହୋଇଯାଇଥିଲା। ରାତି ପର୍ଯ୍ୟନ୍ତ ଏହି ଭିଡ଼ ଲାଗି ରହିଥିଲା। ଗୁଜବ କେତେ ଯେ ଭୟାନକ ଆଜିର ତାର ଜ୍ବଳନ୍ତ ଚିତ୍ର ଦେଖିବାକୁ ମିଳିଛି।

Odisha : ‘ବୌଦ୍ଧ ସର୍କିଟ୍‌’ରେ ସାମିଲ ହେଉନି ଓଡ଼ିଶା


ଶ୍ରୀ ଲାଠ କହିଛନ୍ତି, ସାରା ଓଡ଼ିଶାରେ ୩୧୦୦ ପେଟ୍ରୋଲ ପମ୍ପ ରହିଛି। କେବଳ ରାଜଧାନୀ ଭୁବନେଶ୍ବର ଓ ଏହାର ଉପକଣ୍ଠ ଅଞ୍ଚଳରେ ୪୦ଟି ପେଟ୍ରୋଲ ପମ୍ପ ରହିଛି। ମଝିରେ ଝାରସୁଗୁଡ଼ା ତେଲ ଡିପୋରେ ପରିଚାଳନାଗତ ସମସ୍ୟା କାରଣରୁ ଓଡ଼ିଶାର ଦକ୍ଷିଣ-ପଶ୍ଚିମାଞ୍ଚଳ ଜିଲ୍ଲାରେ ପେଟ୍ରୋଲ, ଡିଜେଲ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ହୋଲି ଛୁଟି କାରଣରୁ ବି ଅସୁବିଧା ବଢ଼ିଥିଲା। ଏଣୁ ଝାରସୁଗୁଡ଼ା ବଦଳରେ ପାରାଦ୍ବୀପ ଡିପୋରୁ ପେଟ୍ରୋଲ, ଡିଜେଲ୍‌ ପଠାଯାଇଥିଲା। ଏବେ ଦକ୍ଷିଣ-ପଶ୍ଚିମାଞ୍ଚଳ ଜିଲ୍ଲାରେ ପେଟ୍ରୋଲ ପମ୍ପରେ ସ୍ବାଭାବିକ ସ୍ଥିତି ରହିଛି। ଆମେରିକା କଟକଣା ଓ ମଧ୍ୟପ୍ରାଚ୍ୟ ଯୁଦ୍ଧ ଲାଗି ରହିଥିଲେ ବି ପୂର୍ବରୁ ରଷିଆରୁ ତେଲ ଆସିବା ବନ୍ଦ ହୋଇ ନଥିଲା କି ଆଗକୁ ବି ବନ୍ଦ ହେବନି। କୌଣସି ପେଟ୍ରୋଲ ପମ୍ପରେ ପେଟ୍ରୋଲ, ଡିଜେଲ୍‌ର ଅଭାବ ନାହିଁ। ତେଲ ଡିପୋରେ ବି ଅସୁବିଧା ନାହିଁ। ଯେହେତୁ ଯୁଦ୍ଧ ଚାଲିଛି, ପେଟ୍ରୋଲ, ଡିଜେଲ୍‌ ସରି ଯାଇଥିବା ଗୁଜବ ଚାଲିଥିବା ଶ୍ରୀ ଲାଠ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe