ଭୁବନେଶ୍ବର: ବିଧା‌ନସଭା ଚାଲିଛି। ଏମିତିରେ ସୁରକ୍ଷା ବ୍ୟବସ୍ଥା କେତେ ଢିଲା ତାହାର ଏକ ଛୋଟ ନଜିର୍‌ ଦେଖିବାକୁ ମିଳିଛି ବିଧାନସଭାଠାରୁ ମାତ୍ର ୩ କିଲୋମିଟର ଦୂର ସତ୍ୟନଗର ବିରିୟାନି ହବ୍‌ ଡଟ୍‌କମ୍‌ ନିକଟ ଦିଲ୍ଲୀପ ରଥଙ୍କ ପାନଦୋକାନ ଆଗରେ। ସାମାନ୍ୟ ବଚସାରୁ ମାରପିଟ ଓ ତା’ପରେ ଜଣେ ଯୁବକ ପକେଟରୁ ବନ୍ଧୁକ ବାହାର କରି ଫାଙ୍କା ଗୁଳିଚାଳନା କରିଛନ୍ତି। ‌ସ୍ଥାନୀୟ ବ୍ୟବସାୟୀ ଓ ଲୋକଙ୍କ ଆକ୍ରମଣରେ ଫାଙ୍କା ଗୁଳି କରିଥିବା ଯୁବକ ଏୟାରଫିଲ୍ଡ ଥାନା ଅଞ୍ଚଳର ବିଭୂତି ବଡ଼ଜେନା ଆହତ ହୋଇଛି। ତାଙ୍କ ମୁଣ୍ଡରେ ୧୭ଟି ଷ୍ଟିଚ୍‌ ପଡ଼ିଛି।

Advertisment

Health: କିଡ୍‌ନି ରୋଗରେ ପୀଡ଼ିତ ଗାଆଁରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ

ଘଟଣା ଆଜି ଅପରାହ୍ନ ଗୋଟାଏ ସମୟର। ଦିଲ୍ଲୀପ ରଥଙ୍କ ପାନ ଦୋକାନକୁ ବିଭୂତି ଆ‌ସିଥିଲେ। ସେ ଦିଲ୍ଲୀପଙ୍କ ଦୋକାନରୁ ୫୦ ଟଙ୍କାର ଜିନିଷ କିଣି ୫୦୦ ଟଙ୍କିଆ ନୋଟ୍‌ ବଢ଼ାଇଥିଲେ। କିନ୍ତୁ ଦିଲ୍ଲୀପ ତାଙ୍କ ପାଖରେ ଖୁଚୁରା ନଥିବା କହି ଅନ୍‌ଲାଇନ୍‌ରେ ଟଙ୍କା ଦେବାକୁ କହିଥିଲେ। କିନ୍ତୁ ଅନ୍‌ଲାଇନ୍‌ରେ ଟଙ୍କା ଦେବାକୁ ବିଭୂତି ମନା କରିବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ନିକଟରେ ଦୋକାନ ଦେଇଥିବା ଦିଲ୍ଲୀପଙ୍କ ଭା‌ଇ ମଧ୍ୟ ଆସି ବିଭୂତିଙ୍କ ବିରୋଧ କରିଥିଲେ। ଦୁଇ ଭାଇ ମିଶି ବିଭୂତିଙ୍କ କଲର୍‌ ଧରି ମାରପିଟ କରିବା ସହିତ ଠେଲାପେଲା କରିଥିଲେ। ତେଣୁ ନିଜକୁ ବଞ୍ଚାଇବାକୁ ଯାଇ ବିଭୂତି ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକ ବାହାର କରି ଫାଙ୍କାଗୁଳି ଚଳାଇଥିଲେ। ଫଳରେ ଆଖପାଖ ଲୋକ ରୁଣ୍ଡ ହୋଇଯାଇଥି‌ଲେ।

Weekly Horoscope 2026 Feb 22 To Feb 28: ଜାଣନ୍ତୁ ଏ ସପ୍ତାହର ରାଶିଫଳ

ବିଭୂତିଙ୍କ ହାତରେ ବନ୍ଧୁକ ଦେଖି ଉପସ୍ଥିତ ଲୋକେ ଓ ବ୍ୟବସାୟୀ ତାଙ୍କୁ ମାଡ଼ ମାରିବା ସହିତ ଇଟାରେ ମୁଣ୍ଡକୁ ଛେଚି ଦେଇଥିଲେ। ବିଭୂତି ଗୁରୁତର ହୋଇଥିଲେ। ଖବର ପାଇ ଖାରବେଳନଗର ଥାନା ପୁଲିସ ପହଞ୍ଚି ଲୋକଙ୍କ କବଳରୁ ବିଭୂତିଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଏନେଇ ଖାରବେଳନଗର ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ପରେ ଉଭୟଙ୍କୁ ଥାନାକୁ ଆଣି ପୁଲିସ ଅଟକ ରଖି ପଚରାଉଚରା କରୁଛି। ସେ ଅଞ୍ଚରେ ସିସିଟିଭି ଫୁଟେଜ୍‌ ଓ ଲୋକଙ୍କୁ ପଚରାଉଚରା କରିଛି। ଘଟଣାସ୍ଥଳରୁ ଏକ ଖୋକା ମଧ୍ୟ 
ଜବତ କରାଯାଇଥିବା ପୁଲିସ କହିଛି।