Maha shivaratri: ଆଜି ଜାଗର ପର୍ବ, ଉଜାଗର ରହି ଦୀପ ଜାଳିବେ ଭକ୍ତ: ନମାମି ଶମିଶାନ ନିର୍ବାଣରୂପଂ...

Advertisment

ଓଁ ନମଃ ଶିବାୟ… ପଞ୍ଚାକ୍ଷରୀ ମନ୍ତ୍ରରେ କମ୍ପିବ ଶୈବପୀଠ ଭୁବନେଶ୍ବର। ହରହର ମହାଦେବ…, ଜୟ ଶିବଶମ୍ଭୁ… ଉଚ୍ଚାରଣରେ ସଞ୍ଚରିବ ଆଧ୍ୟାତ୍ମିକତା। ‘ଦୀପଂ ଜ୍ୟୋତି ପରଂବ୍ରହ୍ମ, ଦୀପଂ ଜ୍ୟୋତି ଜନାର୍ଦ୍ଦନ, ଦୀପଂ ଜ୍ୟୋତି ହରେ ପାପ, ଦୀପଂ ଜ୍ୟୋତି ନମସ୍ତୁତେ’।

ଓଁ ନମଃ ଶିବାୟ… ପଞ୍ଚାକ୍ଷରୀ ମନ୍ତ୍ରରେ କମ୍ପିବ ଶୈବପୀଠ ଭୁବନେଶ୍ବର। ହରହର ମହାଦେବ…, ଜୟ ଶିବଶମ୍ଭୁ… ଉଚ୍ଚାରଣରେ ସଞ୍ଚରିବ ଆଧ୍ୟାତ୍ମିକତା। ‘ଦୀପଂ ଜ୍ୟୋତି ପରଂବ୍ରହ୍ମ, ଦୀପଂ ଜ୍ୟୋତି ଜନାର୍ଦ୍ଦନ, ଦୀପଂ ଜ୍ୟୋତି ହରେ ପାପ, ଦୀପଂ ଜ୍ୟୋତି ନମସ୍ତୁତେ’।

jagar lingaraj

ଭୁବନେଶ୍ବର: ଓଁ ନମଃ ଶିବାୟ… ପଞ୍ଚାକ୍ଷରୀ ମନ୍ତ୍ରରେ କମ୍ପିବ ଶୈବପୀଠ ଭୁବନେଶ୍ବର। ହରହର ମହାଦେବ…, ଜୟ ଶିବଶମ୍ଭୁ… ଉଚ୍ଚାରଣରେ ସଞ୍ଚରିବ ଆଧ୍ୟାତ୍ମିକତା। ‘ଦୀପଂ ଜ୍ୟୋତି ପରଂବ୍ରହ୍ମ, ଦୀପଂ ଜ୍ୟୋତି ଜନାର୍ଦ୍ଦନ, ଦୀପଂ ଜ୍ୟୋତି ହରେ ପାପ, ଦୀପଂ ଜ୍ୟୋତି ନମସ୍ତୁତେ’। ଅର୍ଥାତ ଦୀପର ଅଗ୍ନିଶିଖାରେ ନିଜ ଭିତରେ ଥିବା ଅନ୍ୟାୟ, ଅନୀତି, ଦୁର୍ନୀତି ଓ ଲୋଭକୁ ଜଳାଞ୍ଜଳି ଦେଇ ଶାନ୍ତି, ମୈତ୍ରୀ, ସଦ୍‌ଭାବନା ଓ ଭଲପାଇବା ସହିତ ସେବାରେ ନିଜକୁ ଉତ୍ସର୍ଗୀକୃତ କରିବାକୁ ବାର୍ତ୍ତା ଦେଇଯିବ ଏହି ମହାଶିବରାତ୍ରି। ପ୍ରତିଟି ଭକ୍ତ ମହାଦେବଙ୍କ ଉଦ୍ଦେଶ୍ୟରେ ଦୀପ ଜାଳି ନିଜ ମନସ୍କାମନା ଜଣାଇବେ। ଏଥିପାଇଁ ଜୋର୍‌ସୋର୍‌ରେ ପ୍ରସ୍ତୁତ ହେଉଛି ରାଜଧାନୀ। ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି ସାଙ୍ଗକୁ ହରହର ମହାଦେବ ଡାକରେ ମନ୍ଦିର ପରିବେଶ ପ୍ରକମ୍ପିତ ହେବ। ବର୍ଷକର ପ୍ରତୀକ୍ଷାର ଅନ୍ତ ଘଟିବ। ହଜାର ହଜାର ବ୍ରତଧାନୀ ମହାଦୀପକୁ ଦର୍ଶନ କରି ଜାଗର ବ୍ରତ ଭାଙ୍ଗିବେ।

ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ
ମହାଶିବରାତ୍ରି ଉପଲକ୍ଷେ ନୀତି ନିର୍ଦ୍ଧାରଣ ଅନୁଯାୟୀ ରାତି ୧୦ଟାରେ ମହାଦୀପ ଉଠିବ। ମହାଶିବରାତ୍ରି ପୂର୍ବ ରାତ୍ର ସାଢ଼େ ୨ଟାରେ ମନ୍ଦିର ଦ୍ୱାର ଖୋଲିବ। ଭୋର ୩ଟାରୁ ସାଢ଼େ ୩ଟା ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହେବ। ଏହାପରେ ଭୋର ସାଢ଼େ ୩ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ରହିବ। ସକାଳ ସାଢ଼େ ୬ଟାରେ ରୋଷ ହୋମ, ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର, ୧୨ଟାରୁ ୧୨ଟା ୪୫ମଧ୍ୟରେ ମହାସ୍ନାନ ବେଶ, ୧୨ଟା ୪୫ରୁ ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ଶ୍ରୀଜିଉଙ୍କ ଓ ଠାକୁରାଣୀଙ୍କ ବଲ୍ଲଭ ତଥା ଶ୍ରୀଜିଉଙ୍କ ସକାଳ ଧୂପ କରାଯିବ। ସାଢ଼େ ୨ଟାରୁ ଶ୍ରୀ ଭୁବନେଶ୍ବରୀଙ୍କ ସକାଳ ଧୂପ, ୨ଟା ୪୫ରୁ ଭୋଗ ମଣ୍ଡପ, ଅପରାହ୍ନ ୩.୪୫ରୁ ୪.୪୫ ମଧ୍ୟରେ ପୁଣି ସାହାଣମେଲା ଦର୍ଶନ ଆୟୋଜିତ ହେବ। ୭ଟା ୧୦ରୁ ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରା ଫିଟା ହେବ। ସନ୍ଧ୍ୟା ସାଢ଼େ ୭ରୁ ଶ୍ରୀଜିଉଙ୍କ ମାଜଣା ଓ ବେଶ, ୮ଟା ୧୦ରେ ଶ୍ରୀ ଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ପରିକ୍ରମା ଆୟୋଜିତ ହେବ। ୮ଟା ୫୫ମିନିଟ୍‌ରେ ସନ୍ଧ୍ୟା ଧୂପ ଓ ତୀର୍ଥଜଳ ଅଣାଯାଇ ରାତି ୧୦ରେ ମହାଦୀପ ଉଠିବ। ଏହା ପରେ ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ଭୋର୍‌ ୪ଟା ୧୦ରୁ ୫ଟା ଭିତରେ ହରିହର ଭେଟ କରାଯିବ। ଏହାପରେ ୫ଟାରେ ବଡ଼ସିଂହାର ବେଶ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Yogi Adityanath: ଉତ୍ତର ପ୍ରଦେଶରେ ବିକାଶ ହେଉଛି, ଶ୍ବାସରୁଦ୍ଧ ନୁହେଁ: ଯୋଗୀ

କପିଲେଶ୍ୱରରେ ୧୦ଟା ୧୫ରେ ଉଠିବ ମହାଦୀପ
କପିଳେଶ୍ୱର ମନ୍ଦିରରେ ରାତି ୧୦ଟା ୧୫ରେ ଉଠିବ ମହାଦୀପ। ସେବାୟତମାନେ ୧୦୮ କଳସ ପାଣି ନେଇ କପିଳନାଥଙ୍କ ଉପରେ ସାଢ଼େ ୯ଟା ସୁଦ୍ଧା ଲାଗି କରିବେ। ରାତି ୧୦ଟା ସୁଦ୍ଧା ଜଳ ଲାଗି ଶେଷ ହେବ। ଏହା ପରେ କପଳନାଥଙ୍କ ମନ୍ଦିରରେ ମହାଦୀପ ଉଠିବ। ଏଥିପାଇଁ ମନ୍ଦିରରେ ପ୍ରସ୍ତୁତି ଶେଷ ହୋଇଛି। ତେବେ ନୀତି ଶୀଘ୍ର ସରିଲେ ଶୀଘ୍ର ମହାଦୀପ ଉଠିପାରେ ବୋଲି ସେବାୟତମାନ କହିଛନ୍ତି। ଭକ୍ତମାନଙ୍କ ନିମନ୍ତେ ଅବଢ଼ା ବ୍ୟବସ୍ଥା କରାଯାଇଥିବା ସେବାୟତମାନେ କହିଛନ୍ତି। ସେହିପରି ଜାଗର ଦିନ ଭଜନ ପରିବେଷଣ କରାଯିବ। ଭିଡ଼କୁ ଆଖି ଆଗରେ ରଖି ସ୍କୁଲ ନିକଟରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଛି। ଭୋର ସାଢ଼େ ୩ରୁ ସାଢ଼େ ୨ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ।  ବିଏମ୍‌ସି ପକ୍ଷରୁ ପାନୀୟ ଜଳ ଓ ଅସ୍ଥାୟୀ ଶୌଚାଳୟ କରାଯାଇଛି ବୋଲି କର୍ପୋରେଟର ଚନ୍ଦ୍ରଶେଖର ମଲିଆ କହିଛନ୍ତି।

sfhsfhfsxvbvb

କିଆ ୧୫୦, କେତକୀ ୭୦୦ ଟଙ୍କା
ମହାଶିବରାତ୍ରିରେ ମହାଦେବଙ୍କ ପ୍ରିୟ କିଆ ଓ କେତକୀ ଫୁଲ ଦର ଅମୂଲ ମୂଲ ହୋଇଛି। କିଆପୁଲ ଗୋଟାକ ୧୫୦ରୁ ୨୦୦ଟଙ୍କା ‌ବିକ୍ରି ହେଉଥିବା ବେଳେ କେତକୀ ଫୁଲ ୭୦୦ରୁ ୮୦୦ଟଙ୍କା ବିକ୍ରି ହେଉଛି। ଏତେ ଦାମ୍‌ ସତ୍ତ୍ବେ ଲୋକମାନେ ଏହାକୁ କିଣିବାକୁ କୁଣ୍ଠା କରୁନାହାନ୍ତି।
ଅଗ୍ନିଶମ ବିଭାଗ: ପ୍ରଥମ କରି ବ୍ୟବହାର କରିବ ଅକ୍ସିଜେନ ବ୍ୟାଗ
ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିଭାଗ ପକ୍ଷରୁ ୧୦ଟି ଟିମ୍‌ ଗଠନ କରାଯିବା ସହିତ ୪ ଦ୍ବାରରେ ୪ଟି ଦମକଳ ଗାଡ଼ିକୁ ନି‌ୟୋଜିତ କରାଯାଇଛି। ଏହାସହ ଚଳିତ ବର୍ଷ ପ୍ରଥମ କରି ଅଗ୍ନିଶମ ବିଭାଗ ପକ୍ଷରୁ ଅକ୍ସିଜେନ ବ୍ୟାଗ୍‌ ବ୍ୟବହାର କରାଯିବ। ଗର୍ଭଗୃହ ସହ ଅନ୍ୟ ‌ଯେଉଁଠାରେ ଗହଳି ହେଉଛି ସେଠାରେ ଏହି ଅକ୍ସିଜେନ ବ୍ୟାଗଧାରୀଙ୍କୁ ନିୟୋଜିତ କରାଯିବ। ଗହଳିରେ ଅଣନିଶ୍ବାସୀ ଭକ୍ତଙ୍କ ପାଇଁ ସଙ୍ଗେ ସଙ୍ଗେ ଅକ୍ସିଜେନ ସ୍ପ୍ରେ କରାଯାଇ ସେମାନଙ୍କ ଅକ୍ସିଜେନ ସ୍ତରକୁ ସାଧାରଣ କରିବାକୁ ଏହି ଅକ୍ସିଜେନ ବ୍ୟାଗ ବ୍ୟବହାର କରାଯିବ। ଖରାରୁ ରକ୍ଷା ପାଇଁ ପାଣି ସ୍ପ୍ରେ କରାଯିବ। ସିଭିଲ ଡିଫେନ୍ସ ଟିମ୍‌ ମଧ୍ୟ ଶାନ୍ତିଶୃଙ୍ଖଳା‌ ପାଇଁ ନିୟୋଜିତ କରାଯାଇଛି।

fhsfhfhhf

ରାତି ଅଧରେ ଷଣ୍ଢଧରା
ପ୍ରତିବର୍ଷ ମହାଶିବରାତ୍ରିରେ ଭକ୍ତଙ୍କ ଭିଡ଼ ମଧ୍ୟରେ ଷଣ୍ଢମାନେ ସମସ୍ୟା ସୃଷ୍ଟି କରିଥାନ୍ତି। ଚଳିତ ବର୍ଷ ଏହି ସମସ୍ୟା ଦୂର କରିବା ପାଇଁ ଅଣ୍ଟା ଭିଡ଼ିଛି ବିଏମ୍‌ସି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଷଣ୍ଢମାନଙ୍କୁ କାଞ୍ଜିଆହୁଦାକୁ ନେବା ଲାଗି ଗତକାଲି ଓ ଆଜି ରାତିଅଧରେ ଷଣ୍ଢ ଧରା କାର୍ଯ୍ୟ ଚାଲିଛି। କେତେକ ଷଣ୍ଢକୁ ଧରି ବିଏମ୍‌ସି ପକ୍ଷରୁ ୟୁନିଟ୍‌-୩ସ୍ଥିତ କାଞ୍ଜିଆହୁଦାରେ ଛଡ଼ାଯାଉଛି। ତେବେ ବହୁ ଷଣ୍ଡ ଏବେ ବି ବୁଲୁଥିବା ଦେଖିବାକୁ ମିଳିଛି।
ସାମାଜିକ ଗଣମାଧ୍ୟମରେ ଫେକ୍‌ ଆପ୍‌
ମହାଶିବରାତ୍ରି‌ରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ସହଜ ହୋଇନଥାଏ। ୪ରୁ ୫ ଘଣ୍ଟା ଧାଡ଼ିରେ ଠିଆ ହେଲେ ବି ଦର୍ଶନ ସମ୍ଭବ ହୁଏନି। ଏହି ସୁଯୋଗର ଲାଭ ଉଠାଇବାକୁ ଅପରାଧୀମାନେ ଜାଲ ବିଛାଇଛନ୍ତି। ଶୁକ୍ରବାରଠାରୁ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ଏକ ଫେକ୍‌ ଆପ୍‌। ଏଥିରେ କୁହାଯାଉଛି କି, ମହାଶିବରାତ୍ରିରେ ଲିଙ୍ଗରାଜଙ୍କ ଦର୍ଶନ ସେମାନେ ବିନା ଧାଡ଼ି, ବିନା ଗହଳି ଓ ଠେଲାପେଲା, ବିନା ଟ୍ରାଫିକ୍‌ ଯନ୍ତ୍ରଣାରେ କରାଇଦେବେ। ଏଥିସହ ଆରାମରେ ମନ୍ଦିର ପ୍ରବେଶ ସହ ସେମାନେ ଘରୁ ମନ୍ଦିରକୁ ଆଣିବା ଓ ଘରକୁ ନେଇ ଛାଡ଼ିବା ପର୍ଯ୍ୟନ୍ତ ସମସ୍ତ ସେବା ଯୋଗାଇଦେବେ। ଏହି ସେବା ପାଇଁ ମାତ୍ର ୧୭୯୯ ଟଙ୍କା ଦେବାକୁ ପଡ଼ିବ। ତେବେ ଏହା ଏକ ଫେକ୍‌ ଆପ୍‌ ହୋଇଥିବା ବେଳେ ଏଥିରେ ଥିବା ନମ୍ବର କେହି ଉଠାଉନାହାନ୍ତି। ଏଣୁ ଶ୍ରଦ୍ଧାଳୁଙ୍କୁ ସତର୍କ ରହିବାକୁ କୁହାଯାଇଛି। 
ବିଭିନ୍ନ ମନ୍ଦିରରେ ଶିବରାତ୍ରି ପ୍ରସ୍ତୁତି ଶେଷ
ଖଣ୍ଡଗିରି ଅଞ୍ଚଳରେ ଥିବା ଦ୍ୱାଦଶ ଶିବଲିଙ୍ଗ ମନ୍ଦିର, ବାବା ବାଲୁଙ୍କେଶ୍ବର, ନୀଳକଣ୍ଠେଶ୍ୱର, ପଞ୍ଚଲିଙ୍ଗେଶ୍ୱର, କଳିଙ୍ଗବିହାର ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିରରେ ରାତି ସାଢ଼େ ୧୦ଟାରେ ମହାଦୀପ ଉଠିବ। ଗଣ୍ଡମୁଣ୍ଡା, ପଞ୍ଚସଖାନଗର ବେଲେଶ୍ବର, ଜାଗମରା, ଡୁମୁଡୁମା, ବରମୁଣ୍ଡା, ଘାଟିକିଆ, ଆଇଗିଣିଆ, ସରକନ୍ତରା, ପାତ୍ରପଡ଼ା, ତମାଣ୍ଡୋ ବାଲୁଙ୍କେଶ୍ବର, ବଡ଼ ରଘୁନାଥପୁର, ଯାଁଳା ବାଲୁଙ୍କେଶ୍ବର, ଗଙ୍ଗପଡ଼ା, ଅରିଶଲ, ଓଗାଳପଡ଼ା ମୃଗେଶ୍ବର, ମୁଣ୍ଡମୁହାଁଣ ଗ୍ରାମେଶ୍ବର, ନଁପୁଟ ନୀଳକଣ୍ଠେଶ୍ବର-ସୋମନାଥ ମହାଦେବ, ରେତଙ୍ଗ ଓ ପଞ୍ଚୁପଲ୍ଲୀ ନୀଳକଣ୍ଠେଶ୍ବର ଆଦି ମନ୍ଦିରରେ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ କଳିଙ୍ଗ ବିହାରରେ ଭଜନ କୀର୍ତ୍ତନ ଆୟୋଜିତ ହେବ। କେତେକ ସ୍ଥାନରେ ବିଶ୍ବଶାନ୍ତି ମହାଯଜ୍ଞ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ବ୍ୟବସ୍ଥା ହୋଇଛି। ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ନିଶୁଳ୍କ ପ୍ରସାଦ ସେବନ ଆୟୋଜନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe