ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରର ଟ୍ରାଫିକ୍ ଯନ୍ତ୍ରଣା ଲୋକଙ୍କୁ ନାକେଦମ କରି ସାରିଲାଣି। ଘରୁ ବାହାରିଲେ, ଗାଡ଼ି ଚଲାଇବାକୁ ଡର ଲାଗୁଛି। ତଥାପି ଏହାର ସମାଧାନର ବାଟ ବାହାର କରାଯାଉନି। ଫଳସ୍ବରୂପ ଏହି ଯନ୍ତ୍ରଣା ଦିନକୁ ଦିନ ବଢ଼ିଚାଲିଛି। ଭୁବନେଶ୍ବର କୋର୍ଟ ଓ ବିଜେବି କଲେଜ ଆଗରେ ରାସ୍ତା ଉପରେ ମନଇଚ୍ଛା ପାର୍କିଂ କାରଣରୁ ପ୍ରତିଦିନ ଲୋକେ ଟ୍ରାଫିକ୍ରେ ଫସୁଛନ୍ତି। ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହେଉଛି। ତଥାପି ନା ପୁଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ପଡ଼ୁଛି ନା ବିଏମ୍ସିର। ଏଣୁ ଏଠାରେ ସ୍ଥିତି ଜଟିଳ ହେବାରେ ଲାଗିଛି।
Indrabati: ଅପର ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତଙ୍କ ଦୁଖ ଦୂର ହେଉନି
କଳ୍ପନା ବସ୍ଷ୍ଟାଣ୍ଡ୍ରୁ ପ୍ରତିଦିନ ବହୁ ସଂଖ୍ୟାରେ ଯାତ୍ରୀ ପୁରୀ, କଟକ ଅଭିମୁଖେ ଯାତ୍ରା କରିଥା’ନ୍ତି। ଏହାସହ ରାଜ୍ୟ ଓ ରାଜ୍ୟ ବାହାରର ଯାତ୍ରୀବାହୀ ବସ୍ ଓ ଅନ୍ୟ ଗାଡ଼ି ଏହି ବାଟ ଦେଇ ଚଳାଚଳ କରୁଛି। ଏଣୁ ପ୍ରତିଦିନ ଏଠାରେ ଭିଡ଼ ରହୁଛି। ଏହି ଭିଡ଼କୁ ଯନ୍ତ୍ରଣାରେ ଭରି ଦେଇଛି ଭୁବନେଶ୍ବର କୋର୍ଟ ସମ୍ମୁଖ ବେଆଇନ୍ ପାର୍କିଂ। ଯେଉଁମାନେ କୋର୍ଟ କାମରେ ଆସୁଛନ୍ତି, ସେମାନେ କୋର୍ଟ ଆଗରେ ରାସ୍ତା ଉପରେ ଉଭୟ ଦୁଇଚକିଆ ଓ ଚାରିଚକିଆ ଗାଡ଼ି ପାର୍କିଂ କରୁଛନ୍ତି। ଫଳରେ ରାସ୍ତାର ଅଧା ଜାଗା ଏମାନଙ୍କ ଦଖଲକୁ ଚାଲିଯାଉଛି। ଏହା ଦେଖି ଆଖପାଖକୁ ଆସୁଥିବା ଲୋକେ ବି ଏଠାରେ ଗାଡ଼ି ପାର୍କିଂ କରିବା ଆରମ୍ଭ କରିଦେଲେଣି। କୋର୍ଟ ଅପରପାର୍ଶ୍ବରେ ରହିଛି ବିଜେବି କଲେଜ। କଲେଜକୁ କାମରେ ଆସୁଥିବା ଲୋକେ ବି କଲେଜ ଆଗରେ ରାସ୍ତା ଉପରେ ମନଇଛା ଗାଡ଼ି ରଖୁଛନ୍ତି। ଯେଉଁମାନେ କୋର୍ଟ ଆଗରେ ଜାଗା ପାଉନାହାନ୍ତି, ସେମାନେ ବି କଲେଜ ଆଗରେ ରାସ୍ତାରେ ଗାଡ଼ି ରଖୁଛନ୍ତି।
ପାର୍କିଂ ହେଉଛି ଶହ ଶହ ଦୁଇଚକିଆ, ଚାରିଚକିଆ
ଏଣୁ ଦୁଇପାର୍ଶ୍ବ ରାସ୍ତା ଗାଡ଼ି ପାର୍କିଂ କାରଣରୁ ସଂକୁଚିତ ହୋଇଯାଉଛି। ବସ୍ ,ଦୁଇଚକିଆ, ଚାରିଚକିଆ ଗାଡ଼ି, ସବୁ ଏଠାରେ ଭିଡ଼ରେ ଫସୁଛନ୍ତି। ଯଦି କୌଣସି ବସ୍ ଅବା ବଡ଼ ଗାଡ଼ି ଏହି ଭିଡ଼ରେ ଅଟକିଯାଉଛି, ଅନ୍ୟ ଗାଡ଼ି ଯା’ଆସ କରିପାରୁନାହାନ୍ତି। ଏଥିପାଇଁ କଳ୍ପନା ଛକରୁ ରବି ଟକିଜ୍ ଛକ ପର୍ଯ୍ୟନ୍ତ ରାସ୍ତା ନିୟମିତ ଜାମ୍ ହେଉଛି। ଯେଉଁମାନେ ପୁରୁଣା ଭୁବନେଶ୍ବର ଅବା ଲକ୍ଷ୍ମୀସାଗର ପାର୍ଶ୍ବରୁ ଆସୁଛନ୍ତି, ସେମାନେ ତ ଏହି ଭିଡ଼ରେ ଫସୁଛନ୍ତି, ସମାନ ସ୍ଥିତିର ସମ୍ମୁଖୀନ ହେଉଛନ୍ତି ପୁରୀ ଅବା ରବି ଟକିଜ୍ ଛକ ପାର୍ଶ୍ବରୁ ଆସୁଥିବା ଲୋକେ। ବହୁବର୍ଷ ଧରି ଏହି ସମସ୍ୟା ଲାଗି ରହିଛି। ଭୁବନେଶ୍ବର କୋର୍ଟର ନୂଆ କୋଠା ନିର୍ମାଣ ପରେ ଏହି ସମସ୍ୟାର ଅନ୍ତ ଘଟିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସ୍ଥିତି ଏବେ ଯଥା ପୂବଂ ତଥା ପରଂ। ଏହି ବେଆଇନ୍ ପାର୍କିଂ ଦେଖି ବି ଉଭୟ କମିସନରେଟ୍ ପୁଲିସ ଓ ବିଏମ୍ସି ନିରବଦ୍ରଷ୍ଟା ସାଜୁଥିବାରୁ ଦିନକୁ ଦିନ ଏଠାରେ ଟ୍ରାଫିକ୍ ଯନ୍ତ୍ରଣା ବଢ଼ିଚାଲିଛି।
RCB wins the trophy: ଦିଲ୍ଲୀ ଦୁଃସ୍ବପ୍ନ ଜାରି: ଆର୍ସିବିକୁ ଦ୍ବିତୀୟ ଥର ଟ୍ରଫି ଦେଲେ ମନ୍ଧାନା
Follow Us